୧୨ ବର୍ଷ ପୂର୍ବେ ସିରିଏଲ ‘ବାଳିକା ବଧୁ’ ରୁ ଫେମସ ହୋଇଥିବା ଏହି କଳାକାର ମାନେ ଆଜି ଏତେ ବର୍ଷ ପରେ ଦେଖାଯାଉଛନ୍ତି କିଛି ଏମିତି …

ଆପଣ ମାନେ ସମସ୍ତେ  କଲରସଟିଭିରେ ବାଳିକା ବଧୁ ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଏଲ ରାଜସ୍ତାନର ଏକ ଛୋଟ ଗ୍ରାମର ଏକ କନ୍ୟା ଉପରେ ଆଧାରିତ ଥିଲା ଯାହାର କି ବିବାହ ନାବାଳିକ ବୟସରେ କରାଯାଉଥିଲା । ଏହି ନାବାଳିକା ସମୟ ବଢିବା ସହ ତାକୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଏହି ସିରିଏଲ ଦର୍ଶକଙ୍କ ଦ୍ଵାରା ବହୁତ ଆଦୃତ ହୋଇଥିଲା । ଏହା ସହ ଏଥିରେ କାମ କରୁଥିବା କଳାକାର ମାନେ ମଧ୍ୟ ବହୁତ ପ୍ରସିଦ୍ଧ ହୋଇଯାଇଥିଲେ ।

ଆଜି ଏହି ସିରିଏଲକୁ ପାଖା ପାଖି ୧୨ ବର୍ଷ ହୋଇଗଲାଣି । କଣ ଆପଣ ଜାଣନ୍ତି କି ଏହି ସିରିଏଲରେ ଅଭିନୟ କରିଥିବା କଳାକାର ମାନେ ଏବେ କେଉଁଠି ଅଛନ୍ତି ଓ କଣ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟ ରେ ।

୧ – ସ୍ମିତା ବନସଲ

ଏହି ସିରିଏଲ ରେ ସେ ସୁମିତ୍ରା ଭୈରବ ସିଂ ଚରିତ୍ରରେ ଅଭିନୟ କରିଥିଲେ । ସେ ଏହି ସିରିଏଲ କରିବା ପରେ ବହୁତ ସିରିଏଲ ରେ କାମ କରିଛନ୍ତି । ସେ ଖତରୋ କି ଖିଲାଡ଼ି , ନଜର ଓ ଆଲାଦିନ ଭଳି ସିରିଏଲରେ ଅଭିନୟ କରିଛନ୍ତି । ଏବେ ସେ ୪୨ ବର୍ଷ ର ଅଟନ୍ତି ଓ ଦେଖିବାକୁ ବହୁତ ହଟ ଓ ସୁନ୍ଦର ଅଟନ୍ତି । ଏବେ ସେ ଷ୍ଟାର ପ୍ଲସର ସିରିଏଲ ଏ ଜାଦୁ ହେ ଜିନ କା ରେ ପ୍ରବୀଣ ଖାନ ଚରିତ୍ରରେ ଅଭିନୟ କରୁଛନ୍ତି ।

୨ – ନେହା ମାରଦା

ଏହି ସିରିଏଲରେ ଗେହେନା ବସନ୍ତ ସିଂ ଚରିତ୍ରରେ ଅଭିନୟ କରିଥିଲେ । ଏହି ସିରିଏଲ ପରେ ସେ ପିଆ ଅଲବେଳା , ଆହାଟ ଓ ଡୋଲି ଅରମାନୋ କି ସିରିଏଲ ରେ ଅଭିନୟୁ କରିଛନ୍ତି । ଏବେ ସେ ୩୪ ବର୍ଷ ବଯସର ଅଟନ୍ତି ଓ ଆଗ ଅପେକ୍ଷା ବହୁତ ଶସୁନ୍ଦର ଦେଖାଯାଉଛନ୍ତି । ସେ ଏବେ ମୁମ୍ବାଇରେ ନିଜ ସ୍ଵାମୀ ଆୟୁଷ ଅଗ୍ରୱାଲଙ୍କ ସହ ଖୁସିରେ ଜୀବନ ବିତାଉଛନ୍ତି ।

୩ – ଭୈରବୀ ରାୟଚୁର

ଏହି ସିରିଏଲ ରେ ଭଗବତୀ ଚରିତ୍ରରେ ଅଭିନୟ କରିବା ପରେ ସେ ଆଉ କୌଣସି ସିରିଏଲରେ ଅଭିନୟ କରିନାହାନ୍ତି । ସେ ଏବେ ୫୧ ବର୍ଷ ବଯସର ଅଟନ୍ତି । ଏବେ ସେ ମୁମ୍ବାଇରେ ନିଜ ପରିବାର ସହ ରହୁଛନ୍ତି ।

୪ – ବିଭା ଆନନ୍ଦ

ଏହି ସିରିଏଲ ରେ ସେ ଶୁକନା ଚରିତ୍ରରେ ଅଭିନୟ କରିଥିଲେ । ସେ ଏହି ସିରିଏଲ ପରେ କର୍ମ , ଫଲ ଦାତା , ସନି , ଫିୟାର ଫାଇଲ୍ସ ଓ ଇଏ ଆଶିକି ଭଳି ସିରିଏଲ ରେ ଅଭିନୟ କରିଥିଲେ । ଏବେ ସେ ସିରିଏଲ ଜଗତକୁ ଛାଡି ଦେଇଛନ୍ତି । ସେ ଏବେ ୨୯ ବର୍ଷ ବୟସର ଅଟନ୍ତି । ଏବେ ସେ ଫିଲ୍ମ ହମ ଚାରରେ ଅଭିନୟ କରିଛନ୍ତି ।

୫ – ଅବିନାଶ ମୁଖାର୍ଜୀ

ଏହି ସିରିଏଲ ରେ ସେ ଜଗଦୀଶ ସିଙ୍ଘ ଚରିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ସଂସ୍କାର , ଧରୋ ହର , ଆପନୋକି ପୟାର ତୂନେ କିଆ ଭଳି ସିରିଏଲରେ ଅଭିନୟ କରିଥିବେ । ସେ ଏବେ ଅଭିନୟ ଦୁନିଆ ଛାଡି ଜଣେ ସଫଳ ବ୍ୟବାସାୟ ଭାବରେ ଜୀବନ ବିତାଉଛନ୍ତି । ଏବେ ସେ ୨୨ ବର୍ଷ ବୟସର ଅଟନ୍ତି ।

୬ – ଅମ୍ବିକା ଗର

ଏହି ସିରିଏଲ ରେ ଛୋଟ ଅମ୍ବିକା ଭୂମିକାରେଅଭିନୟ କରିଥିଲେ । ଏହା ପରେ ସେ ଲାଡୋ -୨ , ଶଶୁରାଲ ଶିମର କା ଭଳି ସିରିଏଲରେ ଅଭିନୟ କରି ବହୁତ ଫେମସ ହୋଇଛନ୍ତି ଏବେ ସେ ବଙ୍ଗଲୁରୂ ଫିଲ୍ମ ରେ ଅଭିନୟ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।