ଯେତେବେଳେ ୟୁଜର Divyanka ଙ୍କୁ ପଚାରିଲେ କି ‘ସୋ ରେ କାହିଁକି ତୁମେ ଓଢଣି ପିନ୍ଧ ନାହିଁ” ତ ଦିବ୍ୟଙ୍କା ଦେଲେ ଏମିତି ଜବାବ କି ଉଡିଗଲା ସମସ୍ତଙ୍କ ହୋସ

ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ପ୍ରଥମେ  ଜୀ ଟିଭି ର ସୋ “ବନୁଁ ମୈ ତେରୀ ଦୁଲହନ” ରେ କାମ କରି ନିଜର  ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଏହା ଛଡା ସେ ଆକାଶବାଣୀ ଭୋପାଳ ରେ ଆଙ୍କର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ “ୟେ ହୈ  ମହବତେଇଁ” ରେ ଇଶିମା ଭାବରେ ବେଶ ପରିଚିତ ହୋଇଥିଲେ ଦର୍ଶକ ମାନଙ୍କ ଆଗରେ । ସେ ଭାରତର ଶ୍ରେଷ୍ଠ ସିନେଷ୍ଟାର ଖୋଜ ରେ ଭୋପାଳ ବିଜେତା ହୋଇଥିଲେ, ଏହା ବ୍ୟତୀତ ଦିବ୍ୟଙ୍କା ତ୍ରିପାଠୀ ଅନେକ ସିରିଏଲ ରେ କାମ କରିଛନ୍ତି ଏବଂ ଭଲ ଅଭିନୟ ପାଇଁ ସେ ଶ୍ରେଷ୍ଠ ଭୂମିକା ର ପୁରସ୍କାର ପାଇଛନ୍ତି ।

ବ୍ୟକ୍ତିଗତ ବିଷୟ ରେ କହିବାକୁ ଗଲେ “ୟେ ହୈ ମହୋବତେଇଁ” ସିରିଏଲ ସେଟ ରେ ଦିବ୍ୟାଙ୍କା ଏବଂ ବିବେକ ଉଭୟ ପକ୍ଷରୁ ପ୍ରେମ କରି ୮ ଜୁଲାଇ ୨୦୧୬ ରେ ବିବାହ କରିଥିଲେ । ଏବେ ଦିବ୍ୟାଙ୍କା “କ୍ରାଇମ ପେଟ୍ରୋଲ” ସୋ ର ହୋଷ୍ଟ ଭାବେ ନଜର ଆସୁଛନ୍ତି । ଏହା ସହ ଏବେ ସେ “ଖତ୍ରୋଂ କେ ଖିଲଡ଼ି” ର ୧୧ ସିଯିନ ର ସୁଟିଙ୍ଗ ରେ ବ୍ୟସ୍ତ ଅଛନ୍ତି । ଏହି ସୋ ର ସୁଟିଂ ଦକ୍ଷିଣ ଆଫ୍ରିକାର କେପ୍ଟଉନରେ କରାଯାଉଛି ।

କେପ୍ଟଉନ ର ସୋସିଆଲ ମିଡ଼ିଆ ରେ ଦିବ୍ୟଙ୍କା ମଧ୍ୟ ବହୁତ ସକ୍ରିୟ ଅଛନ୍ତି ଏବଂ ପ୍ରଶଂସକ ଓ ଟ୍ରୋଲରଙ୍କୁ ନିଜର ପ୍ରତିକ୍ରିୟା ଦଉଛନ୍ତି । ଦିବ୍ୟାଙ୍କା ନିଜ ଅପୂର୍ବ ସୁନ୍ଦରତା ଓ ମଧୁର ବାଣୀ ପାଇଁ ବହୁତ ପ୍ରସିଦ୍ଧ । ସେ  ନିଜ ପ୍ରଶଂସକ ମାନଙ୍କୁ କୁବ ଭଲରେ ଉତ୍ତର ଦେବା ଓ ଟ୍ରୋଲର ମାନଙ୍କୁ ଉପଯୁକ୍ତ ଉତ୍ତର ଦେବା ପାଇଁ ବହୁତ ପ୍ରସିଦ୍ଧ । ଯାହାର ପ୍ରମାଣ ଏହା ଅଟେ । ସମ୍ପ୍ରତି ମନୋରଞ୍ଜନ ନିୟୁଜ  ୱେବସାଇଟ ସୋସିଆଲ ମିଡ଼ିଆ ରେ ଦିବ୍ୟାଙ୍କାଙ୍କୁ ଜଣେ ବ୍ୟକ୍ତି କିଛି ପ୍ରଶ୍ନ ପଚାରି ଥିଲେ ।

ଯାହାର ମନ୍ତବ୍ୟ ରେ ଅନ୍ୟ ଏକ ବ୍ୟକ୍ତି ଦିବ୍ୟାଙ୍କା ଙ୍କୁ ପ୍ରଶ୍ନ କଲେ ତୁମେ “କ୍ରାଇମ ପେଟ୍ରୋଲ” ସୋ ରେ ଦିବ୍ୟାଙ୍କା ଓଢଣୀ କାହିଁକି ପିନ୍ଧିନଥିଲ ? ଏହାର ଉତ୍ତର ରେ ଦିବ୍ୟାଙ୍କା ଲେଖିଛନ୍ତି ଯେପରି ତୁମେ ମାନେ ଝିଅମାନଙ୍କୁ ବିନା ଓଢଣୀ ରେ ଦେଖିବା ଅଭ୍ୟାସ କରିବ, ଦୟାକରି ନିଜର ଓ ନିଜର ଆଖପାଖ ପୁଅମାନଙ୍କ ଚିନ୍ତା ଧାରା ବାଦଳାନ୍ତୁ । ମୋ ଶରୀର, ମୋ ଆଖି, ମୋର ଇଚ୍ଛା ଅଟେ ମାତ୍ର  ତୁମର ନୀଚ ଚିନ୍ତାଧାରା  ତୁମର ଇଚ୍ଛା ଅଟେ ।

ଏହା ଦେଖି ଆଉଜଣେ ବ୍ୟକ୍ତି ଲେଖିଥିଲେ ଦିବ୍ୟାଙ୍କା ମ୍ୟାଡମ ଆପଣ ଘନଶ୍ୟାମଙ୍କର ଉଦେଶ୍ୟ ଉପରେ ସିଧାସଳଖ ପ୍ରଶ୍ନ କରିଦେଲେ, ସେ ଆପଣଙ୍କ ଜଣେ ପ୍ରଶଂସକ ଅଟନ୍ତି । ଓ ଆପଣ ତାଙ୍କୁ ଓଢଣୀ ରେ ଭଲ ଲାଗୁଥିବେ । ଏହାର ଉତାର ଦେଇ ଦିବ୍ୟାଙ୍କା ଲେଖିଛନ୍ତି “ହଁ ହେଇପାରେ ସେ ମୋର ଜଣେ ପ୍ରଶଂସକ ହୋଇଥିବେ, ମୁଁ ତାଙ୍କ ଭଲପାଇବା କୁ ସମ୍ମାନ ଦେଉଛି । କିନ୍ତୁ ମହିଳାଙ୍କ ପୋଷାକ ପ୍ରଶ୍ନ କରିବା ନେତ୍ତୃତ୍ୱ କରିବା ଅତୀତର କଥା ଥିଲା ।

ଆମେ ଅନେକ ବିଷୟ ଉପରେ ଆଲୋଚନା କରିପାରିବା ଯେମିତି ଇତିହାସ, ଭୂଗୋଳ, ବିଜ୍ଞାନ, ରାଜନୀତି, ଅଭିନୟ, ଏହି ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ତୁଳନା ରେ ଓଢଣୀ ଏକ ତୁଚ୍ଛ ବିଷୟ” । ସତରେ କହିବା ପାଇଁ ଗଲେ ଦିବ୍ୟାଙ୍କା କେବଳ ଅଭିନୟ ଦୁନିଆରେ ନିଜର ପ୍ରାଧାନ୍ଯ ବିସ୍ତାର କରି ନାହାନ୍ତି ବରଂ ଅନେକ ଲୋକଙ୍କ ମନରେ ମଧ୍ୟ ସେ ନିଜର ବ୍ୟକ୍ତିତ୍ବର ଛାପ ଛାଡିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।