କୋଭିଡ 19 ରୁ ସୁସ୍ଥ ହେବା ପରେ ଆମ ଶରୀରରେ କେଉଁ ପର୍ଯ୍ୟନ୍ତ ରହିଥାଏ ଆଣ୍ଟିବଡି- Health Tips

ବିଶ୍ଵ କରୋନା ସହ ଲଢେ଼ଇ କରିବାର ପ୍ରାୟତଃ ୧୮ ମାସ ବିତି ଗଲାଣି । ଏହା ମଧ୍ୟରେ ବୈଜ୍ଞାନିକ ଓ ଡାକ୍ତରମାନେ ଏହି ଭାଇରସ୍ ସମ୍ବନ୍ଧରେ ଏହା କିପରି ସଂକ୍ରମିତ ହେଉଛି,ତାର ପ୍ରତିକାର ବା ଚିକିତ୍ସା କିପରି କରାଯିବ ଏହିପରି ଅନେକ ତଥ୍ୟ ଖୋଜି ବାହାର କରି ସାରିଲେଣି ।

ମାତ୍ର ଏବେ ମଧ୍ୟ ଅନେକ ଦ୍ଵନ୍ଦ ରହିଛି । ତେବେ ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହେଲା ପରେ ତାଙ୍କ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡି ରହିଥାଏ, ଏହା ମଧ୍ୟ ଜାଣିବାକୁ ସମସ୍ତେ ଇଚ୍ଛୁକ । ବର୍ତ୍ତମାନ ଦେଶର ପ୍ରତ୍ୟେକ ସହର ଓ ଗାଁ ଗଣ୍ଡାରେ ଟୀକାକରଣ ପ୍ରକ୍ରିୟା ତୀବ୍ର ଭାବେ ଚାଲିଛି । ଏବେ ସୁଦ୍ଧା ଅନେକ ଲୋକ ଟୀକା ନେଇ ସାରିଲେଣି । ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଯଦି ଆପଣଙ୍କୁ କରୋନା ହୋଇଛି ତେବେ ଆପଣ ସୁସ୍ଥ ହେବାର ଠିକ୍ ତିନି ମାସ ପରେ ତୁରନ୍ତ ଟୀକା ନେଇ ପାରିବେ ।

ତେବେ ଆପଣ ଭାବୁଥିବେ କରୋନା ଆଣ୍ଟିବଡି କେବଳ ତିନି ମାସ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ରହୁଥିବ । ତେବେ ଏହି ସମନ୍ଧରେ ଏକ ଅଧ୍ୟୟନ ‘ନେଚର୍’ ରେ ପ୍ରକାଶିତ ହୋଇଥିଲା । ଯାହା ୱାସିଂଟନ ସ୍କୁଲ ଅଫ୍ ମେଡିସିନ୍ସ ରେ ସଞ୍ଚାଳିତ ହୋଇଥିଲା । ଏହି ଅଧ୍ୟୟନ ଅନୁସାରେ ଆପଣ ଯଦି ମଧ୍ୟମ ଧରଣର କରୋନାରେ ଆକ୍ରାନ୍ତ ହେଉଛନ୍ତି ତେବେ ମାସ ମାସ ଧରି ଆପଣଙ୍କ ଶରୀରର ପ୍ରତିରକ୍ଷା କୋଷ ଗୁଡ଼ିକ କରୋନା ବିରୁଦ୍ଧରେ ଆଣ୍ଟିବଡି ତିଆରି କରିଥାନ୍ତି ।

ଏହି ଆଣ୍ଟିବଡି ଆପଣଙ୍କୁ ବାସ୍ତବରେ ସୁରକ୍ଷା ପ୍ରଦାନ କରି ଚାଲେ । ତେବେ ବିଜ୍ଞାନ ଏହା ମାନେ ଯେ ଏହି କୋଷ ଗୁଡ଼ିକ ଆପଣଙ୍କ ଶରୀରରେ ଜୀବନସାରା ରହି ପାରନ୍ତି । ଯଦି ଏପରି ହୁଏ ତେବେ ଜୀବନସାରା ଏମାନେ ଆଣ୍ଟିବଡି ତିଆରି କରି ଯୋଗାଇ ପାରିବେ । ତେବେ ଆପଣ ପୁନର୍ବାର କରୋନାରେ ଆକ୍ରାନ୍ତ ହେବା ସମ୍ଭାବନା କମ୍ ରହିଛି । କାରଣ ଅଧ୍ୟୟନ ଜଣା ପଡିଛି ଯେ ଏହି ଆଣ୍ଟିବଡି ଆପଣଙ୍କ ଶରୀରରେ ପ୍ରାୟ ୧୧ ମାସ ପର୍ଯ୍ୟନ୍ତ ଯଥେଷ୍ଟ ପରିମାଣରେ ରୁହେ ।

ମାତ୍ର ଏହାର ଅର୍ଥ ନୁହେଁ ଆପଣ ଯାହା ଇଚ୍ଛା ତାହା କରିବେ । ଆପଣଙ୍କୁ ସର୍ବଦା ସଚେତନ ରହିବା ଆବଶ୍ୟକ ରହିଛି । ତେବେ କରୋନା ହେବା ପରେ ଯେତେ ସମୟ ଗଡି ଚାଲେ ସେତେ ଆମ ପ୍ରତିରକ୍ଷା କୋଷ ଧୀରେ ଧୀରେ କମ୍ ହୋଇ ଚାଲେ ଓ ସେହି ଅନୁସାରେ ଆଣ୍ଟିବଡି ମଧ୍ୟ କମି କମି ଚାଲେ । ଏଥିପାଇଁ ତିନି ମାସ ପରେ ଟୀକା ନେବା ବିଲକୁଲ୍ ଉଚିତ୍ ସମୟ । ଯାହା ଦ୍ଵାରା ଏହା ଆମ ଶରୀରରେ ଆଣ୍ଟିବଡି ସ୍ତର ଠିକ୍ ରହିବାରେ ଏହା ସାହାଯ୍ୟ କରିବ ।

ତେବେ ଆଣ୍ଟିବଡି ଆମକୁ ପୁନର୍ବାର ସଂକ୍ରମିତ ହେବାରେ ଅନେକ ମାତ୍ରାରେ ରକ୍ଷା କରି ପାରେ କିମ୍ବା ଗମ୍ଭୀର ଭାବେ ଆକ୍ରାନ୍ତ ହେବାରୁ ରକ୍ଷା କରି ପାରେ । ଏହାର ଅର୍ଥ ନୁହେଁ କି ଆମେ ଅବହେଳା କରିବା । ଏହି ରୋଗରୁ ରକ୍ଷା ପାଇବା ପାଇଁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ଅଟେ ।

କାରଣ ଏହି ଭାଇରସ ନୂଆ ଅଟେ ଏବଂ ଏହା ଉପରେ ଏବେ ମଧ୍ୟ ଆହୁରି ଅନେକ କିଛି ଜାଣିବା ବାକି ରହିଛି । ଯେତିକି ତଥ୍ୟ ଅଛି ତାହା ଶହେ ପ୍ରତିଶତ ଠିକ୍ ନୁହେଁ । ସେଥିପାଇଁ ନିଜେ ସତର୍କ ରହିବା ସବୁ ଅଧିକ ଆବଶ୍ୟକ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ