Neha ଙ୍କ ବିବାହ କଥା ଶୁଣି ଭାଙ୍ଗିପଡ଼ିଛନ୍ତି କି Aaditya? କାହିଁକି ନେହାଙ୍କ ବିବାହ ଘୋଷଣା ପରେ ନିଜ ବିବାହର ଘୋଷଣା କରିଥିଲେ

କଣ ନେହା କକର ଙ୍କ ବାହାଘର କଥା ଶୁଣି ଭାଙ୍ଗିପଡ଼ିଛନ୍ତି ଆଦିତ୍ୟ । ଆଦିତ୍ୟ ଙ୍କ ସହିତ ନିଜ ବିବାହ ପାଇଁ ଖବରରେ ଆସୁଥିବା ନେହା ଆଦିତ୍ୟ ଙ୍କୁ ଦେଇଛନ୍ତି ଧୋକା । ଆମେ ଏମିତି କହୁଛୁ କାରଣ ନେହା କକର ଏବଂ ରୋହନ ବିର ଙ୍କ ବିବାହ କଥା ଶୁଣିକି ଯେମିତି ତାଙ୍କ ଫ୍ୟାନ ଆଶ୍ଚର୍ଯ୍ୟ ହୋଇଥିଲେ ଏବେ ଠିକ ସେମିତି ନେହା ଙ୍କ ବିବାହ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ଆଦିତ୍ୟ ନାରାୟଣ ।

ଇଣ୍ଡିଆନ ଆଇଡଲ ରେ ନେହା ଏବଂ ଆଦିତ୍ୟ ଙ୍କ ବିବାହ ଖୁବ ଚର୍ଚ୍ଚାରେ ଥିଲା । ଲୋକ ତ କହୁଥିଲେ କି ସତରେ ତାଙ୍କର ବିବାହ ହେବାକୁ ଯାଉଛି । କିନ୍ତୁ ଏହା କେବଳ ପବ୍ଲିଶିଟି ସ୍ତଣ୍ଟ ହୋଇଥିଲା । କିନ୍ତୁ ନେହା ଙ୍କ ବିବାହ କଥା ଶୁଣି ଆଦିତ୍ୟ ବେହାଲ ହୋଇଯାଇଛନ୍ତି । ଆଦିତ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଷ୍ଟୋରି ରେ ସେୟାର କରିଥିଲେ ୨ ଟି ଫଟୋ ।

ଗୋଟେ ଫଟୋ ରେ ସେ ରୋହନ ବିର ଙ୍କୁ ଶୁଭକାମନା ଦେଇଥିଲେ ତ ଆର ଫଟୋରେ ଲେଖିଲେ ତେବେ ଗୋଆ ୱାଲେ ବିଚ ରେ ମୋତେ କାହିଁକି ଲୁଟିଲ, ଭଲ କଲ ମୋ ସହ ତୁମେ । ଆଦିତ୍ୟ ଙ୍କ ଏହି ପୋଷ୍ଟ ରେ ଫ୍ୟାନ ମାନେ ବହୁତ କମ୍ମେନ୍ଟ କରିଛନ୍ତି । କିନ୍ତୁ ଏବେ ନେହା ଙ୍କ ପରେ ଆଦିତ୍ୟ ମଧ୍ୟ ନିଜ ବିବାହ ର କଥା ପ୍ରଚାର କରିଛନ୍ତି ।

ନେହା ଙ୍କ ବିବାହ କଂଫର୍ମ ହେବା ପରେ ଆଦିତ୍ୟ ମଧ୍ୟ ସ୍ଵେତା ଅଗରୱଲ ଙ୍କ ସହିତ ନିଜର ବିବାହ କଥା ଠିକ କରିଛନ୍ତି । ଆଦିତ୍ୟ କହିଛନ୍ତି ମୋର ସ୍ୱେତା ଙ୍କ ସହିତ ଶାପିତ ଫିଲ୍ମ ସେଟ ରେ ଦେଖା ହୋଇଥିଲା ଆଊ ଆମ ଦୁଇଜଣ ଙ୍କ ଭିତରେ ଭଲ ବଣ୍ଡିଂ ହୋଇ ଯାଇଥିଲା । ତା ପରେ ଧୀରେ ଧୀରେ ମୁ ଶ୍ଵେତା କୁ ଭଲ ପାଇଥିଲି ।

ପ୍ରଥମ ତ ସେ କେବଳ ସାଙ୍ଗ ହେବାକୁ ଚାହୁଁଥିଲେ। କାରଣ ସେତେବେଳେ ଆମେ ଦୁହେଁ ଯବାନ ଥିଲୁ ଆଊ ଆମେ ଆମ କ୍ୟାରିୟର ଉପରେ ଫୋକସ କରିବାକୁ ଚାହୁଁଥିଲୁ । ମୋ ଘର ଲୋକଙ୍କୁ ସ୍ଵେତା ବହୁତ ପସନ୍ଦ । ଆମ ବିବାହ ନଭେମ୍ବର ଡିସେମ୍ବର ରେ ହେବାକୁ ଯାଉଛି ।

ନେହା ଙ୍କ ବିବାହ କୁ ନେଇ ଆଦିତ୍ୟ କହିଛନ୍ତି କି ବୋଧ ହୁଏ ସେ ନେହା ଙ୍କ ବିବାହ ରେ ଯାଇପାରିବେ ନାହିଁ କାରଣ ତାଙ୍କ କାନ୍ଧରେ ଆଘାତ ଲାଗିଛି । ତେବେ ଆଘାତ ସତରେ କାନ୍ଧରେ ଲାଗିଛି କି ଦିଲ ରେ ଲାଗିଛି ତାହା ତ ଆଦିତ୍ୟ ଜାଣିଥିବେ । ନେହା ଏବଂ ଆଦିତ୍ୟ ଙ୍କୁ ନିଜ ଆଗାମୀ ଜୀବନ ପାଇଁ ଅଭିନନ୍ଦନ ।

ଆପଣଙ୍କୁ ନେହା ଏବଂ ଆଦିତ୍ୟ ଙ୍କ ଯୋଡ଼ି କେମିତି ଲାଗେ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।