ପୁଅର ଫିଲ୍ମ କମାଇ ଥାଏ 200 କୋଟି ହେଲେ ପିତା ଆଜିବି ଚଲାଇଥାନ୍ତି ବସ

କହିବାକୁ ଗଲେ ଭାରତରେ ବହୁତ ଫିଲ୍ମ ଇଣ୍ଡଷ୍ଟ୍ରି ଅଛି । ଭାରତର ସବୁ ଲୋକମାନଙ୍କୁ ବଲୀଉଡ ଦ୍ଵାରା ନିର୍ମିତ ହିନ୍ଦୀ ଫିଲ୍ମ ବହୁତ ପସନ୍ଦ ଆସିଥାଏ । କିନ୍ତୁ ବର୍ତ୍ତମାନ ଦର୍ଶକମାନେ ବଲୀଉଡ ଫିଲ୍ମ ସହ ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ବି ଦେଖିବାକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସମୟରେ ଦେଶର ସବୁ ରାଜ୍ୟରେ ସାଉଥ ଫିଲ୍ମ ଗୁଡିକର କ୍ରେଜ ବହୁତ ଅଛି । କହିବାକୁ ଗଲେ ୨୦୧୮ରେ ରିଲିଜ ହୋଇଥିବା କନ୍ନଡ ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୧’ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଇଥିଲା ।

ଏମିତିରେ ଦର୍ଶକମାନେ ଏହାର ଦ୍ଵିତୀୟ ଭାଗ କେଜିଏଫ ଚ୍ୟାପ୍ଟର ୨’ର ଅପେକ୍ଷା କରିଛନ୍ତି ।

କିନ୍ତୁ କରୋନା କାରଣରୁ ଦର୍ଶକମାନଙ୍କୁ ଏହି ଫିଲ୍ମ ପାଇଁ ଆହୁରି ବି ଅପେକ୍ଷା କରିବାକୁ ପଡିବ । ଫିଲ୍ମରୁ ନିଜ ଫ୍ୟାନଙ୍କ ହୃଦୟରେ ରାଜ କରୁଥିବା ଅଭିନେତା ୟଶଙ୍କ ଫିଲ୍ମ କେଜିଏଫ ଚ୍ୟାପ୍ଟର ୧ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା । ଏହି ଫିଲ୍ମ ବହୁତ ରେକଡ଼ ବି ଭାଙ୍ଗିଥିଲା । ‘କେଜିଏଫ’ ଫିଲ୍ମ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ନିଜର ଖାସ ପରିଚୟ ସୃଷ୍ଟି କରିଥିଲା ।

ଆପଣଙ୍କୁ କହିଦେଉଛୁ କି ଏହି ଫିଲ୍ମ ୨୦୦ କୋଟିରୁ ବି ଅଧିକ ଆୟ କରିଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅଭିନେତା ୟଶଙ୍କ ଫିଲ୍ମ ୨୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲେ ମଧ୍ୟ ତାଙ୍କ ବାପା ଏବେ ବି ବସ ଡ୍ରାଇଭର ଅଛନ୍ତି ଓ ତାଙ୍କ ବାପାଙ୍କ ନାମ ଅରୁଣ ଅଟେ । ତାଙ୍କ ବାପାଙ୍କର ମାନିବା ଅଟେ କି ଏହି  ଟଙ୍କା ଦ୍ଵାରା ତାଙ୍କ ପୁଅକୁ ବଡ ଷ୍ଟାର କରିପାରିଲେ । ତାଙ୍କ ପୁଅ ଜଣେ ବଡ ଫିଲ୍ମ ଷ୍ଟାର ହୋଇ ଯାଇଛି ତଥାପି ସେ ନିଜର ଡ୍ରାଇଭିଙ୍ଗ କାମକୁ ଛାଡିବେ ନାହିଁ ।

ଆପଣଙ୍କୁ କହିଦେଉଛୁ କି ୟଶଙ୍କ ଜନ୍ମ କର୍ଣାଟକରେ ହୋଇଥିଲା । ତାଙ୍କର ଅସଲ ନାମ ନବୀନ କୁମାର ଗୌଡା ଅଟେ । ୟଶ ତାଙ୍କର କ୍ୟାରିୟର ଟିଭି ସିରିୟଲ ‘ନନ୍ଦା ଗୋକୁଲ’ରୁ ଆରମ୍ଭ କରିଥିଲେ । ଏହା ପରେ ୨୦୦୭ରେ ଫିଲ୍ମ ‘jambada hudugi’ରୁ ସେ ନିଜର ଫିଲ୍ମି ଜୀବନ ଆରମ୍ଭ କରିଲେ । କିନ୍ତୁ ଏହି ଫିଲ୍ମରେ ସେ ଦ୍ଵିତୀୟ ଲିଡ ରୋଲ ଥିଲେ । ୟଶ ଫିଲ୍ମ କ୍ୟାରିୟର ୧୨ ବର୍ଷ ର ଅଟେ । ଏହି ସମୟରେ ତାଙ୍କୁ ୧୮ଟି ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଛି ।

ଆପଣଙ୍କୁ କହିଦେଉଛୁ କି ୟଶଙ୍କ ପାଖରେ ୪୦ କୋଟି ଟଙ୍କାରୁ ବି ଅଧିକ ସମ୍ପତି ଅଛି । ତାଙ୍କର ଗୋଟିଏ ବଙ୍ଗଳାର ଦାମ ୩ କୋଟି ଟଙ୍କା ଅଟେ । ସେ ଗୋଟେ ଫିଲ୍ମ ପାଇଁ ୫ କୋଟି ଟଙ୍କା ଚାର୍ଜ କରନ୍ତି । ସେ ଶେଷ ଥର ଫିଲ୍ମ କେଜିଏଫରେ ନଜର ଆସିଥିଲେ । ବର୍ତ୍ତମାନ ସେ କେଜିଏଫ – ୨ର ଶୁଟିଙ୍ଗରେ  ବ୍ୟସ୍ତ ଅଛନ୍ତି । ଆପଣଙ୍କୁ କହି ଦେଉଛୁ କି ୨୦୧୬ରେ ୟଶ ରାଧିକାଙ୍କୁ ବିବାହ କରିଥିଲେ ।

ଟିଭି ସିରିୟଲ ନନ୍ଦା ଗୋକୁଲର ସେଟରେ ତାଙ୍କର ସାକ୍ଷାତ ରାଧିକାଙ୍କ ସହିତ ହୋଇଥିଲା । ସେହି ସ୍ଥାନରୁ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠି ଥିଲା । ସେ ଦୁଇଟି ସନ୍ତାନର ପିତା ଅଟନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।