Indira Gandhi ଙ୍କ ଲୁକ ରେ ଏହି ଅଭିନେତ୍ରୀ ଜଣକ କିଏ ? ଯାହାଙ୍କ ପାଇଁ ଫ୍ୟାନ୍ସ କରୁଛନ୍ତି ଆୱାର୍ଡ ର ଡିମାଣ୍ଡ ? କଣ ଆପଣ ଜାଣନ୍ତି ?

ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ୍ ବଟମ୍ ରିଲିଜ ହୋଇସାରିଛି । ଲୋକମାନେ ଏହି ଫିଲ୍ମର ଟ୍ରେଲରକୁ ଖୁବ ପସନ୍ଦ କରୁଛନ୍ତି । କିନ୍ତୁ ଫିଲ୍ମର ଟ୍ରେଲର ଦେଖିବା ପରେ ସମସ୍ତେ ଅକ୍ଷୟ କୁମାରଙ୍କ ଠାରୁ ଅଧିକ ଲାରା ଦତ୍ତଙ୍କର ପ୍ରଶଂସା କରୁଛନ୍ତି ।

ଏହି ଫିଲ୍ମରେ ଲାରା ଦତ୍ତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରୋଲରେ ଅଛନ୍ତି । ଏହି ରୋଲକୁ ଭଲରେ କରିବା ପାଇଁ ଲାରା ବହୁତ ପରିଶ୍ରମ ମଧ୍ୟ କରିଛନ୍ତି । ଯାହା ଟ୍ରେଲରରେ ପରିଷ୍କାର ଭାବେ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯିବାକୁ ଲାରା ଯେଉଁ ମେକଅଫ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କାରଣ ଏଥିରେ ତାଙ୍କୁ ଚିହ୍ନିବା କଷ୍ଟ ହେଉଛି ।

ଯେଉଁମାନେ ମଧ୍ୟ ପ୍ରଥମ ଥର ପାଇଁ ଟ୍ରେଲର ଦେଖୁଛନ୍ତି ସେମାନେ ଲାରାଙ୍କୁ ଚିହ୍ନି ପାରୁ ନାହାନ୍ତି । ତାଙ୍କର ମେକଅଫ ଏତେ ଭଲ ଭାବେ କରାଯାଇଛି କି ସେ ବିଲକୁଲ ଅଲଗା ଲାଗୁଛନ୍ତି ଓ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟ ହେଉଛି ।

ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଲାରା ଦତ୍ତ ଓ ତାଙ୍କ ମେକଅଫ ଆର୍ଟିଷ୍ଟ ଙ୍କର ଲୋକେ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରୁଛନ୍ତି । ସମସ୍ତେ କହୁଛନ୍ତି କି ଲାରା ଇନ୍ଦିରା ଗାନ୍ଧୀଙ୍କ ରୂପରେ ଏକଦମ ଫିଟ ଲାଗୁଛନ୍ତି ଓ ଏକଦମ ଇନ୍ଦିରାଙ୍କ ପରି ଦେଖା ଯାଉଛନ୍ତି । ଏହି ରୋଲ ପାଇଁ ଲାରା ପ୍ରୋସ୍ଥୋଟିକ ମେକଅଫର ସାହାରା ନେଇଛନ୍ତି ଓ ମେକଅଫ ସାହାଯ୍ୟରେ ପୁରା ଇନ୍ଦିରା ଲାଗୁଛନ୍ତି । ଲାରାଙ୍କ ସହ ତାଙ୍କ ମେକଅଫ ଆର୍ଟିଷ୍ଟ ଙ୍କର ମଧ୍ୟ ଖୁବ ପ୍ରଶଂସା କରାଯାଉଛି । ଏପରିକି ତାଙ୍କ ମେକଅଫ ଆର୍ଟିଷ୍ଟଙ୍କୁ ପୁରସ୍କାର ଦେବା କଥା ମଧ୍ୟ କହୁଛନ୍ତି ।

ଜଣେ ୟୁଜର ଏହି ମେକଅଫ ଆର୍ଟିଷ୍ଟଙ୍କୁ ଆଗୁଆ ନ୍ୟାସନାଲ ପୁରସ୍କାର ମିଳିବା ଉଚିତ ବୋଲି କହିଛନ୍ତି । କେହି ଜାଣି ପାରିଲେ କି ସେ ଲାରା ଦତ୍ତ ବୋଲି ମଧ୍ୟ ପଚାରିଛନ୍ତି । ଏହାସହ ଲେଖିଛନ୍ତି କି ଏହା ଏକ ଅଦ୍ଭୁତପୂର୍ବ କାର୍ଯ୍ୟ । ଆଉ ଜଣେ ୟୁଜର ଲେଖିଛନ୍ତି କି, “ଓଏମଜି ଇଏ ହେଉଛନ୍ତି ଲାରା ଦତ୍ତ ଆମର ମିସ ୟୁନିଭର୍ସ । ଏହି ଫିଲ୍ମର ଅପେକ୍ଷା ରହିଲା॥” ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ ଅଣ୍ଡରକଭର ଅଧିକାରୀଣ ଭୂମିକାରେ ଅଭିନୟ କରୁଛନ୍ତି ।

ଯାହାଙ୍କୁ ଭାରତ ସରକାରଙ୍କ ଦ୍ଵାରା ୪ଜଣ ଅପହରଣକାରୀଙ୍କ ଥଋ ୨୪୦ ଜଣ ଯାତ୍ରୀଙ୍କୁ ବଞ୍ଚେଇବାର କାର୍ଯ୍ୟ ସମର୍ପଣ କରାଯାଇଛି । ଏହି ଫିଲ୍ମରେ ୮୦ ଦଶକ ସମୟର ଦୃଶ୍ୟ ଦେଖାଯାଇଛି । ବିମାନ ଅପହରଣର ଏକ ସତ୍ୟ ଘଟଣା ଉପରେ ଏହି ଫିଲ୍ମଟି ଆଧାରିତ ଅଟେ । ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ଯତୀତ ଲାରା ଦତ୍ତ, ବାନୀ କପୁର ଓ ହୁମା କ୍ୟୁରେଶୀ ମୁଖ୍ୟ ଚରିତ୍ରରେ ଅଛନ୍ତି । କରୋନା କାଳରେ  ବଡ ବଡ ଅଭିନେତା ମାନେ ନିଜ ଫିଲ୍ମ ରିଲିଜ କରିବାକୁ ଭୟ କରୁଛନ୍ତି ।

କିନ୍ତୁ ଅକ୍ଷୟ କୁମାର ଏହି ଫିଲ୍ମ ଟିକୁ ଥିଏଟର ରେ ହିଁ ରିଲିଜ କରିବାକୁ ଚିନ୍ତା କରୁଛନ୍ତି । ଏହି ଫିଲ୍ମକୁ ୩ଡି ରେ ମଧ୍ୟ ରିଲିଜ କରାଯିବ । ଯଦି ଦେଶରେ କରୋନା ପରିସ୍ଥିତି ଠିକ ରୁହେ ତେବେ ଏହି ଫିଲ୍ମକୁ ଆସନ୍ତା ୧୯ ଅଗଷ୍ଟରେ ସିନେମାଘର ଗୁଡିକରେ ରିଲିଜ କରାଯିବ । ପୂର୍ବରୁ ଏହି ଫିଲ୍ମ ୨୭ ଜୁଲାଇରେ ରିଲିଜ କରିବାକୁ ଧାର୍ଯ୍ୟ କରାଯାଇ ଥିଲା । ଆପଣଙ୍କୁ ଲାରା ଦତ୍ତଙ୍କ ଏହି ଚରିତ୍ର କିପରି ଲାଗିଲା ମକୁ କମେଣ୍ଟ କରି ଜଣେଇବେ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରିବାକୁ ଭୁଲିବେନି ।