ସମସ୍ତେ ଭାବୁଥିଲେ ଏହାକୁ ଏକ ସୁଡଙ୍ଗ, ଯେତେବେଳ ଜଣା ପଡିଲା ଏହାର ସତ, ତେବେ ପାଦ ତଳୁ ମାଟି ଖସିଗଲା !

ଯେତେବେଳେ ଆମ ଚାରି ପାଖରେ ଏମିତି କିଛି ଜାଗା ରହିଥାଏ, ଯାହାକୁ ଲୋକେ ରହସ୍ୟ ମୟୀ ଭାବି ସେଠାକୁ ଯିବାକୁ ଭୟ କରିଥାନ୍ତି । କିନ୍ତୁ ଯେତେବେଳେ ସେହି ଜାଗାର ସତ୍ୟତା ସାମନାକୁ ଆସେ ସେତେବେଳେ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି ।

ଏମିତି ଗୋଟେ ଜାଗା ଯାହା ଇଂଲଣ୍ଡର ଡାର୍ଟମୁରରେ ଦେଖିବାକୁ ମିଳିଛି । ସେଠିକାର ବାସିନ୍ଦାଙ୍କ ମତରେ ସେହି ଜାଗାରେ ଏକ ରହସ୍ୟ ସୁରଙ୍ଗ ଦେଖିବାକୁ ମିଳିଥାଏ ।  କିନ୍ତୁ ସେଠାରେ ଯିବାକୁ କେହି ବି ସାହସ କରନ୍ତି ନାହି । ଅନ୍ୟ ପଟେ ଦେଖିବାକୁ ଗଲେ ୨୦୧୪ରେ ନୀଲ ବରେଲ ନାମକ ବ୍ୟକ୍ତି ଏହି ଜାଗାକୁ କିଣିଛନ୍ତି । ଏହା ପରେ ସେହି ସୁରଙ୍ଗର ରହସ୍ୟ ଖୋଲିଥିଲା ଓ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହି ଜାଗାକୁ କିଣିଥିବା ନୀଲ ବରେଲ ନାମକ ବ୍ୟକ୍ତି କହିଛନ୍ତି ଯେ ଯେତେବେଳେ ସେ ଏହି ଜାଗାକୁ କିଣିଲେ ସେତେବେଳେ ତାଙ୍କୁ ମଧ୍ୟ ଲାଗୁଥିଲା ଯେ ଏହା ଏକ ସୁରଙ୍ଗ । କିନ୍ତୁ ଯେତେବେଳେ ତାର ଭିତର ଦେଖିବାକୁ ପାଇଲେ ତା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ସୁରଙ୍ଗରେ ଭାରି ମେସିନ ସବୁ ଲାଗିଥିଲା । ଏହା ପରେ ନୀଲ ବରେଲ ଏହାର ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଏହି ମେସିନ ୱାଟର ଫିଲ୍ଟର ଅଟେ ଯେଉଁଥିରେ ପାଣି ସପ୍ଲାଏ ହୋଇଥାଏ ।

ଏହା ପରେ ଏହି ରହସ୍ୟ ମୟୀ ସୁରଙ୍ଗକୁ ନେଇ ଅନେକ ସତ୍ୟତା ସାମ୍ନାକୁ ଆସିବାକୁ ଲାଗିଲା । କୁହା ଯାଉଛି ଯେ ଏହି ପ୍ଳାଣ୍ଟକୁ ଏହି ପରି ଭାବେ ଡିଜାଇନ କରା ଯାଇଛି ବା ସଜା ଯାଇଛି ଯେ ଏହି ସୁରଙ୍ଗଟି ଆଖ ପାଖରେ ଥିବା ପାଣିକୁ ସଞ୍ଚୟ କରି ଜମା କରିଥାଏ । ଏହା ପରେ ଏହି ସୁରଙ୍ଗରେ ରହିଥିବା ମେସିନ ଫିଲ୍ଟର କରି ପାଣିକୁ ପିଇବା ଲାୟକ କରିଥାଏ । କିନ୍ତୁ କିଛି କାରଣ ଯୋଗୁ ଏହି ସୁରଙ୍ଗକୁ ୧୯୬୦ ଦଶକରେ ବନ୍ଦ କରା ଯାଇଥିଲା । ଯାହା ପରେ ଏହି ଜାଗା ବିରଳ ହୋଇ ଯାଇଥିଲା ଯାହାକୁ ଦେଖି ଲୋକ ମାନେ ଭୟଭୀତ ହେଉଥିଲେ ।

ନୀଲ ବରେଲଙ୍କ ଅନୁସାରେ ସେ ଏହି ବିରଳ ବା ରହସ୍ୟ ମୟୀ ସୁରଙ୍ଗକୁ ହୋଟେଲ କରିବା ପାଇଁ କିଣିଥିଲେ । କିନ୍ତୁ ଏହି ଜାଗା କିଣିବା ପରେ ଅଚାନକ ତାଙ୍କ ସ୍ତ୍ରୀଙ୍କର କିଛି କାରଣ ଯୋଗୁ ନି-ଧ-ନ ଘଟିଛି । ଯାହା ପାଇଁ ସେ ଏହି ଜାଗାକୁ ବିକ୍ରି କରିବାକୁ ଚାହୁଛନ୍ତି । ଖବର ଅନୁଯାୟୀ ନୀଲ ବରେଲ ଏହି ସୁରଙ୍ଗକୁ ୨୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚାହୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।