ଲତା ନକଲ ନ କରିବା ପାଇଁ ଉପଦେଶ ଉପରେ ରାନୁ ମଣ୍ଡଳ ଦେଲେ ଜବାବ, କହିଲେ – ସେ ମୋ ଠାରୁ ବୟସରେ ବଡ କିନ୍ତୁ ମୋତେ

ରାନୁ ମଣ୍ଡଳ କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ନିଜ ଗୀତ ଦ୍ଵାରା ବହୁତ ଭାଇରାଲ ହୋଇ ଥିଲେ । ସେ ଲତା ମଙ୍ଗେଷ୍କରଙ୍କ ଗୀତ ‘ଏକ ପ୍ୟାର କା ନଗମା ହୈ’ ଗାଈ ଫେମସ ହୋଇଥିଲେ । ସୋସିଆଲ ମିଡିଆରେ ଏହି ଗୀତ ରାତାରାତି ଭାଇରାଲ ହୋଇ ଯାଇଥିଲା ଓ ସେ ଇଣ୍ଟର୍ନେଟର ସେଂସେଶନ ହୋଇ ଗଲେ । ଏହା ପରେ ହିମେଶ ରେଶମିୟା ତାଙ୍କ ସହିତ ଏକ ଗୀତ ରେକର୍ଡିଂ କରି ଥିଲେ ।

ଯାହାର ଏକ ଭିଡିଓ ବି ବହୁତ ଭାଇରାଲ ହୋଇଥିଲା । ଏହି ଗୀତରେ ବି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । କିନ୍ତୁ ରାନୁଙ୍କର ଗୀତ ଶୁଣି ଲତା ମଙ୍ଗେଷ୍କର କିଛି ଦିନ ପୂର୍ବେ ଏକ ବୟାନ ଦେଇଥିଲେ । ସେ ରାନୁ ମଣ୍ଡଳଙ୍କୁ ଟାର୍ଗେଟ କରି କିଛି ଏମିତି କଥା କହିଲେ କି ଯାହା କିଛି ଲୋକମାନଙ୍କୁ ପସନ୍ଦ ଆସିଲା ତ କିଛି ଲୋକମାନଙ୍କୁ ପସନ୍ଦ ଆସିଲା ନାହିଁ ।

ଲତା ଦେଇଥିଲେ ନକଲ ନ କରିବା ପାଇଁ ଉପଦେଶ

କହିଦେଉଛୁ କି ଯେତେବେଳେ ଲୋକମାନେ ରାନୁ ମଣ୍ଡଳଙ୍କର ସ୍ଵରକୁ ଲତା ମଙ୍ଗେଷ୍କରଙ୍କ ସହିତ ତୁଳନା କରିଲେ ତେବେ ଏହା ଉପରେ ଲତା ନିଜର ରିଆକ୍ସନ ଦେଇ କହିଲେ କି, ସେ ରାନୁର ଫେମସ ହେବା ପାଇଁ ଖୁସି ଅଛନ୍ତି । ଲତା ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ଯଦି ମୋର ନାମ ଓ କାମ ଦ୍ଵାରା କାହାର ଭଲ ହେଉଛି ତେବେ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । କିନ୍ତୁ ସେ ଏହା ବି କହିଥିଲେ କି ନକଲ କେବେ ବି ସଫଳତାର ସାଧନ ନୁହେଁ ।

ଲତାଙ୍କର ବୟାନ ଉପରେ ରାନୁ ଦେଲେ ଏହି ଜବାବ

କହିବାକୁ ଗଲେ ଲତା ଏହି କଥା ଅନ୍ୟ ଗାୟକମାନଙ୍କୁ ଧ୍ୟାନରେ ରଖି ବି କହିଥିଲେ କିନ୍ତୁ ତାଙ୍କର ଏହି ବୟାନ ଉପରେ ଫ୍ୟାନମାନେ ବହୁତ ନିରାଶ ହୋଇଥିଲେ । ବର୍ତ୍ତମାନ ନିଜେ ରାନୁ ମଣ୍ଡଳ ଲତାଙ୍କର ଏହି ବୟାନ ଉପରେ ଜବାବ ଦେଇଛନ୍ତି । ଆପଣଙ୍କୁ କହିଦେଉଛୁ କି ରାନୁଙ୍କୁ ଏହା ଦ୍ଵାରା କିଛି ବି ଫରକ ପଡି ନାହିଁ ।

ମିଡିଆ ସହିତ କଥାବାର୍ତ୍ତ ସମୟରେ ରାନୁ ମଣ୍ଡଳ କହିଲେ କି ‘ଲତା ମଙ୍ଗେଷ୍କରଙ୍କ ବୟସ ହିସାବରେ ମୁଁ ତାଙ୍କ ଠାରୁ ଛୋଟ ଥିଲି ଓ ଅଛି ଓ ଆଗକୁ ଯାଇ ବି ରହିବି । ପିଲାବେଳୁ ମୋତେ ତାଙ୍କ ସ୍ଵର ବହୁତ ଭଲ ଲାଗେ ।“ ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ପର୍ଯ୍ୟନ୍ତ ରାନୁ ମଣ୍ଡଳ ହିମେଶଙ୍କ ସହିତ ମିଶି ତିନୋଟି ଗୀତ ରେକର୍ଡ କରି ସାରିଛନ୍ତି ।