Parineeti Chopra ଙ୍କ ଘର, ସମ୍ପତ୍ତି, ଲାଇଫ ଷ୍ଟାଇଲ, ଗୋଟେ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି ?

ବଲିଉଡ ର ଫେମସ ଅଭିନେତ୍ରି ପରିଣୀତି ଚୋପରା ଙ୍କୁ ସମସ୍ତେ ଭଲ ଭାବରେ ଜାଣିଥିବେ । ଆସନ୍ତୁ ଜାଣିବା କିଛି ତାଙ୍କ ଜୀବନ ବିଷୟ ରେ । ପରିଣିତି ଙ୍କ ଡାକ ନାମ ତିଶା ଓ ପରି ଅଟେ ସେ ଅଭିନେତ୍ରୀ ହେବା ସହ ସିଙ୍ଗର ମଧ୍ୟ ଅଟନ୍ତି । ପରିଣିତି ଙ୍କ ଜନ୍ମ 22 ଅକ୍ଟୋବର 1988 ରେ ଅମ୍ବାଲା, ହରିୟାନା ରେ ହୋଇଥିଲା ତାଙ୍କୁ ଏବେ 32 ବର୍ଷ ଅଟେ ।

ସେ କନଭେଣ୍ଟ ଅଫ ଜେଶସ ଆଣ୍ଡ ମେରୀ, ଅମ୍ବାଲା ସ୍କୁଲ ରେ ପାଠ ପଢିଥିଲେ । ମଞ୍ଚେଷ୍ଟର ବିଜନେସ ସ୍କୁଲ, ମଞ୍ଚେଷ୍ଟର ଇଂଲଣ୍ଡ ରେ କଲେଜ ରେ ପଢି ଥିଲେ । ତା ପରେ ସେ, ବିଜନେସ, ଫାଇନାନ୍ସ ଆଣ୍ଡ ଇକୋନୋମିକ୍ସ ରେ ଡିଗ୍ରୀ ହାସଲ କରିଛନ୍ତି ।

ସେ ବଲିଉଡ ରେ 2010 ରେ କ୍ୟାରିୟର ର ଆରମ୍ଭ କରିଥିଲେ । ପରିଣିତି, ଅନୁସ୍କା ଶର୍ମା ଓ ରଣବିର ସିଂହ ଙ୍କ ସାଙ୍ଗରେ ମିଶି ଫିଲ୍ମ ବ୍ୟାଣ୍ଡ ବାଜା ବାରାତ ର ପ୍ରମୋଶନ କରିଥିଲେ । ଏହା ପରେ ସେ ଅଭିନୟ କରିବାକୁ ଇଚ୍ଛା କରି ୟଶ ରାଜ ଆକ୍ଟିଙ୍ଗ ସ୍କୁଲରେ ଯୋଗ ଦେଇଥିଲେ । ଏହା ପରେ 2011 ରେ, ଲେଡିଜ ଭରସେସ ରିକୀ ବେହଲ ଫିଲ୍ମ ରେ ଅଭିନୟ ଆରମ୍ଭ କରିଥିଲେ ।

ଏହି ଫିଲ୍ମ ରେ ରଣବିର ସିଂହ ଓ ଅନୁସ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଫିଲ୍ମ ବଲିଉଡ ରେ ଜବରଦସ୍ତ ହିଟ ହୋଇଥିଲା । 2012 ରେ ଇଶକଜାଦେ ଫିଲ୍ମ ରେ ଅଭିନୟ କରିଥିଲେ । ଏହିପରି ଭାବେ ସେ ଫିଲ୍ମ ପରେ ଫିଲ୍ମ ରେ ଅଭିନୟ କରି ଚାଲିଲେ ଓ ବହୁତ ହିଟ ଫିଲ୍ମ ବଲିଉଡ କୁ ଦେଇଛନ୍ତି ।

ମେରି ପ୍ୟାରି ବିନ୍ଦୁ ଫିଲ୍ମ ରେ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ ପରିବାର ବିଷୟରେ ଜାଣିବା । ବାପା ଙ୍କ ନାମ ପବନ ଚୋପରା, ମା ଙ୍କ ନାମ ରୀନା ଚୋପରା । ଭାଇ ଙ୍କ ନାମ ଶିବାଙ୍ଗ ଓ ସହଜ ଚୋପରା ଅଟେ । ପରିଣିତିଙ୍କ ଘର ସି ଫେସିଙ୍ଗ ଫ୍ଲାଟ ବାନ୍ଦ୍ରା ମୁମ୍ବାଇ ରେ ଅବସ୍ଥିତ । ସେ ଏଠାରେ ନିଜ ପରିବାର ସହ ରହୁଛନ୍ତି ।

ପରିଣିତି ଅଡି ଏ 6 କାର ବ୍ୟବହାର କରନ୍ତି ଯାହାର ମୂଲ୍ୟ 60 ଲକ୍ଷ ଟଙ୍କା ଅଟେ । ଏବଂ ଜାଗୁଆର ଏକ୍ସ ଯେ ଏଲ କାର ଅଛି ଯାହାର ମୂଲ୍ୟ ଏକ କୋଟି ଟଙ୍କା ଅଟେ ଓ 80 ଲକ୍ଷ ଟଙ୍କା ର କ୍ୱୁ 7 ଅଡି କାର ମଧ୍ୟ ଅଛି । ସେ ଗୋଟିଏ ଫିଲ୍ମ କରିବା ପାଇଁ 2 ରୁ 4 କୋଟି ଟଙ୍କା ନେଇ ଥାଆନ୍ତି । ତାଙ୍କ ପାଖରେ ମୋଟ 58 କୋଟି ଟଙ୍କାର ସମ୍ପତି ଅଛି ଏହା ଥିଲା ପରିଣିତି ଚୋପରା ଙ୍କ ବିଷୟରେ ସମ୍ୟକ ଧାରଣା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।