ନିର୍ବନ୍ଧ ଭାଙ୍ଗିବାର ୧୬ ବର୍ଷ ପରେ ବି ଅଭିଷେକ ଏମିତି ରଖୁଛନ୍ତି କରିଶ୍ମାଙ୍କ ପିତାଙ୍କର ଧ୍ୟାନ, ଦେଖନ୍ତୁ ଭିଡିଓ

ବଲୀଉଡରେ ଅଭିଷେକ ବଚ୍ଚନ ଓ କରିଶ୍ମା କପୁରଙ୍କର ପ୍ରେମ କାହାଣୀ ବହୁତ ଚର୍ଚାର ବିଷୟ ଥିଲା । କହିବାକୁ ଗଲେ ୨୦୦୨ ରେ ଅଭିଷେକ ଓ କରିଶ୍ମାଙ୍କର ନିର୍ବନ୍ଧ ହୋଇସାରିଥିଲା ଓ ବିବାହର ପ୍ରସ୍ତୁତି ଚାଲିଥିଲା । କିନ୍ତୁ ପରେ ୨୦୦୩ରେ ଆଧିକାରିକ ରୂପରେ ଏହି ଦୁଇ ଜଣଙ୍କର ନିର୍ବନ୍ଧ ଭାଙ୍ଗିଗଲା ବୋଲି ଘୋଷଣା କରା ଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହି ନିର୍ବନ୍ଧ କାହିଁକି ଭାଙ୍ଗିଲା ଏହାର କୌଣସି ସଠିକ କାରଣ ଜଣା ପଡିଲା ନାହିଁ ।

କିନ୍ତୁ ମିଡିଆ ସୂତ୍ର ଅନୁସାରେ ଅଭିଷେକଙ୍କର ମା ଚାହୁଁ ନ ଥିଲେ କି କରିଶ୍ମା ବିବାହ ପରେ ବି ଫିଲ୍ମରେ କାମ କରନ୍ତୁ । କହିଦେଉଛୁ କି ସେହି ସମୟରେ କରିଶ୍ମାଙ୍କର କ୍ୟାରିୟର ବଲୀଉଡରେ ଭଲ ଚାଲୁଥିଲା । ଯେତେବେଳେ କି ଅଭିଷେକଙ୍କର କ୍ୟାରିୟର କିଛି ଖାସ ଚାଲୁ ନ ଥିଲା । ଏମିତିରେ କରିଶ୍ମାଙ୍କର ମା’ ବବିତା ବି କରିଶ୍ମାଙ୍କୁ ଅଭିଷେକଙ୍କ ସହିତ ବିବାହ କରି ନିଜର କ୍ୟାରିୟର ବର୍ବାଦ ନ କରିବାକୁ ଉପଦେଶ ଦେଲେ । ଏହି କାରଣରୁ ଦୁଇ ଜଣଙ୍କର ନିର୍ବନ୍ଧ ଭାଙ୍ଗିଗଲା ।

ଏହା ପରେ ଅଭିଷେକଙ୍କୁ ଐଶ୍ବର୍ୟା ମିଳିଗଲେ ଓ କରିଶ୍ମା ବି ଜଣେ ବିଜନେସମ୍ୟାନ ସଞ୍ଜୟ କପୁରଙ୍କୁ ବିବାହ କରି ନେଲେ । ବର୍ତ୍ତମାନ ଯେଉଁଠି ଅଭିଷେକ ଓ ଐଶ୍ବର୍ୟାଙ୍କର ବିବାହ ଠିକ ଚାଲୁଅଛି ଅନ୍ୟ ପଟେ କରିଶ୍ମା ନିଜ ସ୍ଵାମୀଙ୍କ ଠାରୁ ଡିଭୋର୍ସ ନେଇ ସାରିଛନ୍ତି । କିନ୍ତୁ ଅଭିଷେକ ଓ କରିଶ୍ମା ଅଲଗା ହେବା ସତ୍ତ୍ୱେ ଆଜି ବି ଦୁଇ ଜଣ ପରସ୍ପରର ପରିବାର ପ୍ରତି ସମ୍ମାନ ଜଣାଇଥାନ୍ତି । ବଲୀଉଡ ବହୁତ ଛୋଟ ଇଣ୍ଡଷ୍ଟ୍ରି ଅଟେ । ଏଠି ପରସ୍ପର ସହିତ ଦେଖା ସାକ୍ଷାତ ହୋଇଯାଇଥାଏ ।

ଏହି କଥାର ଏକ ତାଜା ଉଦାହରଣ ଜୟପୁର ଏୟାରପୋର୍ଟରେ ଦେଖିବାକୁ ମିଳିଲା । ଏୟାରପୋର୍ଟରେ ଅଭିଷେକ ବଚ୍ଚନ ଓ କରିଶ୍ମା କପୁରଙ୍କର ପିତା ରଣଧୀର କପୁର ଏକା ସହିତ ଫ୍ଲାଇଟରୁ ଓଲ୍ହାଇଲେ । ଏହି ସମୟରେ ଅଭିଷେକ କରିଶ୍ମାଙ୍କ ସହିତ ବହୁତ ବିନମ୍ରତା ସହ କଥାବାର୍ତ୍ତା ହେଉଥିଲେ । କେବଳ ଏତିକି ନୁହେଁ କିପରି ରଣଧୀର କପୁର ଏୟାରପୋର୍ଟରୁ ତାଙ୍କ କାର ପର୍ଯ୍ୟନ୍ତ ସୁରକ୍ଷିତ ପହଞ୍ଚିବେ ସେଥିପାଇଁ ସେ ନିଜେ ତାଙ୍କୁ ଏୟାରପୋର୍ଟରୁ ବାହାର ପର୍ଯ୍ୟନ୍ତ ଛାଡିବାକୁ ଗଲେ ।

ଏହାର ଏକ ଭିଡିଓ ବି ଆପଣ ଏଠି ଦେଖି ପାରିବେ । ଅଭିଷେକଙ୍କର ଏହି କାମ ଦେଖି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ପୁରୁଣା କଥାକୁ ହୃଦୟରେ ଲଗାଇ ରଖିବା ଓ ଶତ୍ରୁତା ହୋଇ ରହିବାର କୌଣସି ମୂଲ୍ୟ ନାହିଁ । ଏମିତିରେ ଅଭିଷେକ ନିଜର ପୂର୍ବରୁ ନିର୍ବନ୍ଧ ହୋଇଥିବା ଝିଅର ପିତାଙ୍କ ସହିତ ଭଲ ବ୍ୟବହାର କରି ସମସ୍ତଙ୍କର ହୃଦୟ ଜିତି ନେଲେ ।

ଦେଖନ୍ତୁ ଭିଡିଓ –

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।