ଜାଣନ୍ତୁ ଟପ ୫ ଜଣ ଭୋଜପୁରୀ ଅଭିନେତାଙ୍କ ଆୟ, ନମ୍ବର ୧ ନେଇଥାଏ ସବୁଠୁ ଅଧିକ ଫିସ

କହିବାକୁ ଗଲେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ବି ବଲୀଉଡ ଇଣ୍ଡଷ୍ଟ୍ରି ଭଳି ବହୁତ ଜଲ୍ଦି ଉନ୍ନତି କରୁଛି । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ସବୁ ବର୍ଷ ଶହ ଶହ ଫିଲ୍ମ ରିଲିଜ କରିଥାଏ । ବଲୀଉଡ ଭଳି ଭୋଜପୁରୀରେ ବି ଅଭିନେତ୍ରୀଙ୍କ ଫିସ ଅଭିନେତାଙ୍କ ଠାରୁ କମ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ୫ ଜଣ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଗୋଟିଏ ଫିଲ୍ମ ପାଇଁ ସବୁଠୁ ଅଧିକ ଫିସ ଚାର୍ଜ କରିଥାନ୍ତି ।

୧. ମନୋଜ ତିବାରି

ମନୋଜ ତିବାରି ବର୍ତ୍ତମାନ ସମୟରେ ଭୋଜପୁରୀ ସିନେମା ଛାଡି ଦେଇଛନ୍ତି । କିନ୍ତୁ ତାଙ୍କର ଗଣନା ଭୋଜପୁରୀ ସିନେମାରେ ସବୁଠୁ ଅଧିକ ଫିସ ନେଉଥିବା ଅଭିନେତାମାନଙ୍କ ମଧ୍ୟରେ ଆସିଥାଏ । ମନୋଜ ତିବାରି ଗୋଟିଏ ଫିଲ୍ମ ପାଇଁ ୫୦ ଲକ୍ଷରୁ ଅଧିକ ଫିସ ନେଇଥାନ୍ତି । ସେ ବର୍ତ୍ତମାନ ଦିନରେ ରାଜନୀତିରେ ବହୁତ ସକ୍ରିୟ ଅଛନ୍ତି ଓ ସେ ବିଜେପିର ସାଂସଦ ବି ଅଟନ୍ତି । ତାଙ୍କର ଫିଲ୍ମ ‘ସସୁରା ବଡ଼ା ପୈସା ବାଲା’ ଭୋଜପୁରୀ ସିନେମାରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଅଟେ । ଏହି ଫିଲ୍ମ ୨୦ କୋଟି ଟଙ୍କା ଆୟ କରିଥିଲା ।

୨. ଖେସାରୀ ଲାଲ ୟାଦବ

ଖେସାରୀ ଲାଲ ୟାଦବ ଆଜି ଭାରତର ଲୋକମାନଙ୍କ ପାଇଁ ଏକ ଆଦର୍ଶ ଅଟନ୍ତି । ଯିଏ ଗରିବ ଓ ଗ୍ରାମୀଣ ବର୍ଗର atyନ୍ତି । ଏହି ଅଭିନେତା ଜଣକ ବହୁତ କଠିନ ପରିସ୍ଥିତିର ସାମ୍ନା କରି ଆଜି ଏକ ସଫଳ ଅଭିନେତା ହୋଇଛନ୍ତି । ଖେସାରୀ ଲାଲ ୟାଦବ ଗୋଟିଏ ଫିଲ୍ମ ପାଇଁ ୩୫ ରୁ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି ।

୩. ପବନ ସିଂହ

ପବନ ସିଂହଙ୍କୁ ଭୋଜପୁରୀ ସିନେମାର ସଲମାନ ଖାନ କୁହାଯାଏ । କାରଣ ତାଙ୍କର ବଡି ସଲମାନ ଖାନଙ୍କ ଭଳି ଅଟେ । ସେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଟପ ୩ ଜଣ ଅଭିନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି । ତାଙ୍କର ଫିଲ୍ମ ବିଷୟରେ କହିବା ତ ସେ ପ୍ରତି ଫିଲ୍ମ ପାଇଁ ପାଖପାଖି ୩୫ ଲକ୍ଷ ରୁ ୪୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

୪. ଦିନେଶ ଲାଲ ୟାଦବ

ଦିନେଶ ଲାଲ ୟାଦବ ମାନେ ନିରୁହାଙ୍କ ଗଣନା ଭୋଜପୁରୀ ସିନେମାରେ ଟପ ଅଭିନେତାଙ୍କ ମଧ୍ୟରେ କରାଯାଏ । କହିବାକୁ ଗଲେ ଗୋଟିଏ ଫିଲ୍ମ ପାଇଁ ସେ ପାଖପାଖି ୩୦ ରୁ ୩୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । ସେ ଭୋଜପୁରୀ ସିନେମାର ଚତୁର୍ଥ ସବୁଠୁ ବଡ ଅଭିନେତା ଅଟନ୍ତି ।

୫.ରବି କିଶନ

ରବି କିଶନଙ୍କୁ ଭୋଜପୁରୀ ସିନେମାର ଅମିତାଭ ବଚ୍ଚନ ବୋଲି କୁହାଯାଏ । ସେ ଭୋଜପୁରୀ ସିନେମାକୁ ବହୁତ ଶୀର୍ଷରେ ପହଞ୍ଚାଇଛନ୍ତି । ସେ ଭୋଜପୁରୀ ଫିଲ୍ମ ଛଡା ବଲୀଉଡ ଓ ଦକ୍ଷିଣ ସିନେମାରେ ବି ନଜର ଆସନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ସେ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି ।