ତେରେ ନାମ ଫିଲ୍ମରୁ ଫେମସ ହେଇଥିବା ହିରୋଇନ Bhumika Chawala ଙ୍କ ରିଅଲ ଲାଇଫ ସ୍ଵାମୀ ବହୁତ ହ୍ୟାଣ୍ଡସମ, ଆଗରୁ କେବେ ଦେଖି ନଥିବେ

ବନ୍ଧୁମାନେ ଆପଣ ସମସ୍ତେ ସଲମାନ ଖାନଙ୍କ ସୁପର ଡୁପର ହିଟ ଫିଲ୍ମ ‘ତେରେ ନାମ’ ନିଶ୍ଚିତ ଦେଖିଥିବେ । ଏହି ଫିଲ୍ମକୁ ସେହି ସମୟରେ ବହୁତ ଅଧିକ ପସନ୍ଦ କରାଯାଇଥିଲା । ଫିଲ୍ମରେ ରାଧେ ଓ ନିର୍ଜଲାଙ୍କ ପ୍ରେମ କାହାଣୀ ସମସ୍ତଙ୍କ ଆଖିରୁ ଲୁହ ନେଇ ଆସିଥିଲା । ଏହି ଫିଲ୍ମରେ ସଲମାନ ଖାନ ରାଧେର ଭୂମିକାରେ ନଜର ଆସିଥିଲେ ଓ ଅନ୍ୟ ପଟେ ଭୂମିକା ଚାୱଲା ନିର୍ଜଲାର ଭୂମିକାରେ ନଜର ଆସିଥିଲେ ।

ଏହି ଫିଲ୍ମ ରିଲିଜ ହେବା ପରେ ଭୂମିକା ଚାୱଲା ରାତାରାତି ଷ୍ଟାର ବି ହୋଇ ଯାଇଥିଲେ । ଭୂମିକା ଚାୱଲାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ପ୍ରଶଂସା ବି କରିଥିଲେ । ଆପଣ ସମସ୍ତେ ଭୂମିକା ଚାୱଲାଙ୍କ ବିଷୟରେ ବହୁତ କିଛି ଜାଣିଛନ୍ତି ।

କିନ୍ତୁ କଣ ଆପଣ ତାଙ୍କର ସ୍ଵାମୀଙ୍କ ବିଷୟରେ ଜାଣିଛନ୍ତି କି ସେ କଣ କରନ୍ତି ଓ କେମିତି ଦେଖା ଯାଆନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ସମସ୍ତ ବିଷୟରେ କହିବୁ । ‘ତେରେ ନାମ’ରେ ନିର୍ଜଲାଙ୍କର ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ଭୂମିକା ଚାୱଲାଙ୍କ ଜନ୍ମ ୨୧ ଅଗଷ୍ଟ ୧୯୭୮ରେ ନୂଆ ଦିଲ୍ଲୀରେ ଗୋଟିଏ ପଞ୍ଜାବୀ ପରିବାରରେ ହୋଇଥିଲା । କିନ୍ତୁ କିଛି ଦିନ ପରେ ତାଙ୍କର ପୁରା ପରିବାର ଚେନ୍ନାଇ ଚାଲି ଗଲା ଯାହା ପରେ ତାଙ୍କର ପିଲାଦିନ ଚେନ୍ନାଇରେ ହିଁ କଟିଥିଲା ।

ଯଦି ତାଙ୍କର ଫିଲ୍ମି କ୍ୟାରିୟର ବିଷୟରେ କହିବା ତେବେ ଫିଲ୍ମରେ କାମ କରିବା ପୂର୍ବରୁ ସେ ମୁମ୍ବାଇରେ ବହୁତ ବିଜ୍ଞାପନ ଓ ଭିଡିଓ ଆଲବମରେ କାମ କରିଥିଲେ । ବିଜ୍ଞାପନରେ ତାଙ୍କର ଅଭିନୟକୁ ଦେଖି ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ମିଳିଲା । ସେ ନିଜର କ୍ୟାରିୟରର ଆରମ୍ଭ ଏକ ତେଲୁଗୁ ଫିଲ୍ମରୁ କରିଥିଲେ । ତେଲୁଗୁ ସିନେମାରେ ସଫଳତା ହାସଲ କରିବା ପରେ ସେ ବଲୀଉଡରେ ନିଜର ଗୋଡ ରଖିଲେ । ବଲୀଉଡରେ ପ୍ରଥମ ଫିଲ୍ମ ତାଙ୍କର ସଲମାନ ଖାଙ୍କ ସହ ଥିଲା ।

ଯାହାର ନାମ ‘ତେରେ ନାମ’ ଥିଲା । ଯାହାକି ବକ୍ସ ଅଫିସରେ ବହୁତ ଭଲ ଆୟ କରିଥିଲା । ଏହା ପରେ ସମସ୍ତେ ଭୂମିକା ଚାୱଲାଙ୍କୁ ନିର୍ଜଲା ନାମରେ ଜାଣିବାକୁ ଲାଗିଲେ । ଏହି ଫିଲ୍ମ ପରେ ସେ ଅନ୍ୟ କେତେକ ହିନ୍ଦୀ ଫିଲ୍ମରେ ବି କାମ କରିଛନ୍ତି । କିନ୍ତୁ ଏହି ସବୁ ଫିଲ୍ମ କୌଣସି ଖାସ କମାଲ କରି ପାରିଲା ନାହିଁ । ଯେଉଁ କାରଣରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଗଲେ । କିନ୍ତୁ ଯଦି ତାଙ୍କର ସ୍ଵାମୀଙ୍କ ବିଷୟରେ କହିବା ତେବେ ତାଙ୍କର ସ୍ଵାମୀଙ୍କର ନାମ ଭରତ ଠାକୁର ଅଟେ ।

ଯିଏକି ଜଣେ ଜଣା ଶୁଣା ନିର୍ମାତା ଅଟନ୍ତି । ଯଦି ଏମାନଙ୍କର ଭଲ ପାଇବା ବିଷୟରେ କହିବା ତେବେ ଏମାନଙ୍କର ପ୍ରଥମ ସାକ୍ଷାତ ଗୋଟିଏ ବନ୍ଧୁ ମାଧ୍ୟମରେ ଗୋଟିଏ ପାର୍ଟିରେ ହୋଇଥିଲା । ଯାହା ପରେ ଦୁଇ ଜଣ ଧୀରେ ଧୀରେ ବନ୍ଧୁ ହେଲେ ଓ ଏହି ବନ୍ଧୁତା ଆଗକୁ ବିବାହ ସମ୍ପର୍କରେ ପରିଣତ ହୋଇଗଲା । କହିବାକୁ ଗଲେ ବହୁତ ସମୟ ପରସ୍ପରକୁ ଡେଟ କରିବା ପରେ ୨୭ ନଭେମ୍ବର ୨୦୦୭କୁ ଦୁଇ ଜଣ ବିବାହ କରି ନେଲେ ।

ଏହା ପରେ ତାଙ୍କର ଗୋଟିଏ ପୁଅ ବି ଅଛି । ଭୂମିକା ଚାୱଲା କିନ୍ତୁ ବିବାହ ପରେ ସେ ବଲୀଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ କେତେକେ ତେଲୁଗୁ, ତାମିଲ ଓ ହିନ୍ଦୀ ଫିଲ୍ମରେ ସପୋରଟିଙ୍ଗ ରୋଲରେ ନଜର ଆସୁଛନ୍ତି ଓ ଦର୍ଶକମାନେ ବି ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।