ଅଦ୍ଭୁତ ଜଡ଼ିବୁଟି ଅପରାଜିତା, ଭଲ କରିଥାଏ ଏହି 8 ବଡ ରୋଗ

ଅପରାଜିତା ଗଛ ଧଳା ପୁଷ୍ପ ଓ ନୀଳ ପୁଷ୍ପ ଦୁଇଟି ରଙ୍ଗ ର ଥାଏ । ନୀଳ ପୁଷ୍ପ ଭଗବାନ୍ ଶ୍ରୀକୃଷ୍ଣ ଙ୍କ ର ପ୍ରିୟ ବୋଲି ତାକୁ କୃଷ୍ଣକାନ୍ତା କୁହାଯାଏ । ସଂସ୍କୃତରେ କାନ୍ତା ର ଅର୍ଥ ଅତିପ୍ରିୟ । ଏହି ନୀଳ ପୁଷ୍ପ ଏକ ପାଖୁଡ଼ା ବିଶିଷ୍ଟ ଓ ଦୁଇ ପାଖୁଡା ବିଶିଷ୍ଟ ଆଦି ଦୁଇ ପ୍ରକାରର ହୋଇଥାଏ । ସେହିପରି ଧଳା ପୁଷ୍ପକୁ ବିଷ୍ଣୁକାନ୍ତା ବୋଲି କୁହାଯାଏ । କାରଣ ଏହା ଭଗବାନ୍ ବିଷ୍ଣୁଙ୍କ ଅତିପ୍ରିୟ । ଧଳା ପୁଷ୍ପ ମା ଦୁର୍ଗା ଙ୍କ ର ମଧ୍ୟ ଅତିପ୍ରିୟ ।

ସେଥିପାଇଁ ନବରାତ୍ରି ପୂଜା ରେ ନଅ ବନସ୍ପତି ଙ୍କ ମଧ୍ୟରେ ଏହି ଧଳା ଅପରାଜିତା ମଧ୍ୟ ବ୍ୟବହାର କରାଯାଏ । ଏହା କେବଳ ଏକ ପାଖୁଡା ବିଶିଷ୍ଟ ହୋଇଥାଏ । ଏହି ପୁଷ୍ପ ଭଗବାନ୍ ଶିବଙ୍କର ମଧ୍ୟ ପ୍ରିୟ । ସେଥିପାଇଁ ଏହାକୁ ଶିବପ୍ରିୟା ମଧ୍ୟ କୁହାଯାଏ । ଅପରାଜିତା ପୁଷ୍ପକୁ ଭୂଲମ୍ବ ଭାବେ ଦେଖିଲେ ଗାଈ କାନ ପାରି ଦିଶୁଥିବାରୁ ଏହାକୁ ଗୋକର୍ଣ୍ଣୀ ଓ ପ୍ରାୟ ଘୋଡ଼ା ର ଖୁରା ପରି ମଧ୍ୟ ଦିଶୁଥିବାରୁ ଏହାକୁ ଅଶ୍ୱଖୁରା ମଧ୍ୟ କୁହାଯାଏ ।

ଏହି ପୁଷ୍ପକୁ ସିଧା ଦେଖିଲେ ଯୋନି ପରି ଦିଶୁଥିବାରୁ ଏହାକୁ ଯୋନିପୁଷ୍ପ ତଥା ଭଗପୁଷ୍ପ ମଧ୍ୟ କୁହାଯାଏ । ଏହି ଗଛରେ ପତଳା ଓ ଲମ୍ବା ଆକାରର ଫଳ ମଧ୍ୟ ଫଳେ । କଞ୍ଚା ଥିବା ବେଳେ ଫଳ ଟି ସବୁଜ ଓ ପାଚିଗଲେ ହଳଦିଆ ହୋଇଯାଏ । ପ୍ରତି ଫଳ ଭିତରେ ୫ ରୁ ୧୦ଟି ମଞ୍ଜି ରହିଥାଏ ।

ବ୍ୟବହାର

ଅପରାଜିତା ଏକ ଆୟୁର୍ବେଦିକ ବନସ୍ପତି ଅଟେ । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଏହା ଜୀବାଣୁ ପ୍ରତିରୋଧକ ଅଟେ । ଏହି ଗଛର ପତ୍ର, ଫୁଲ ଓ ମଞ୍ଜି କୁ ବିଭିନ୍ନ ପ୍ରକାର ରୋଗର ପ୍ରତିକାର ପାଇଁ ସିଧାସଳଖ ଚୋବାଇ ଖାଆନ୍ତି । କିନ୍ତୁ ଏହାର କଷାଳିଆ ସ୍ଵାଦ ଯୋଗୁଁ ଏହା ପାଟିକୁ ଭଲ ଲାଗି ନ ଥାଏ ।

ସେଥିପାଇଁ ଏହାକୁ ଗୁଣ୍ଡ କରି ମହୁ ସହ ମିଶାଇ ମଧ୍ୟ ସେବନ କରନ୍ତି । ଏହାର କାଡ଼ା ପ୍ରସ୍ତୁତ କରି କିମ୍ବା ଏହାକୁ ବାଟି ଲେପ ପ୍ରସ୍ତୁତ କରି ଏପରି ଅନେକ ପ୍ରକାର ଉପାୟରେ ଭିନ୍ନ ଭିନ୍ନ ରୋଗର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଏ ।

ଉପଯୋଗୀତା

୧- ଅପରାଜିତା ସ୍ୱଭାବରେ ଶୀତଳ ହୋଇଥିବାରୁ ଗରମ ଦିନେ ଏହାର ପତ୍ର କୁ ବାଟି ତା ରସକୁ ମୁଣ୍ଡ, ତଳିପାଦ ଓ ମୁହଁରେ ଲଗାଇବା ଦ୍ଵାରା ଅଂଶୁଘାତଜନିତ ସମସ୍ୟା ଠିକ୍ ହୋଇଥାଏ ଓ ବଟା ଯାଇଥିବା ପତ୍ରକୁ ଗୁଳା କରି କାକୁଡି ପରି ଆଖିରେ ରଖିଲେ ଓ ଫେସ୍ ପ୍ୟାକ୍ ପରି ମଧ୍ୟ ବ୍ୟବହାର କଲେ ମୁହଁ, ଆଖି ଓ ଚର୍ମ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

୨- ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିବା ରୋଗ ଆଦି ଯଥା ମୁଣ୍ଡବ୍ୟଥା, ପାଗଳାମି, ମୃଗୀ ରୋଗ କିମ୍ବା ଉଦାସୀନତା ପାଇଁ ମଧ୍ୟ ଅପରାଜିତା ପତ୍ରର ସେବନ କରିବା ଦ୍ୱାରା କିମ୍ବା ଏହାର ରସକୁ ନାକ ବାଟେ ଏକ ରୁ ଦୁଇ ବୁନ୍ଦା ନେଲେ ଏହିସବୁ ସମସ୍ୟା ଠିକ୍ ହୋଇଥାଏ ।

୩- ସେହିପରି ଏହାର ପତ୍ରକୁ ବାଟି ତଣ୍ଟି ରେ ଲେପ ଦେଲେ ଗଳା ଖରାପ କିମ୍ବା ଟନସିଲ୍ ଜନିତ ସମସ୍ୟା ଦୂର ହୋଇଥାଏ ।

୪- ପେଟ ରୋଗ ଗୁଡ଼ିକ ଯଥା ଏସିଡିଟି, ପେଟ ବ୍ୟଥା, ଅର୍ଶ, କୃମି ରୋଗ ଆଦି ପାଇଁ ମଧ୍ୟ ଅପରାଜିତା ବହୁତ ଲାଭଦାୟକ ହୋଇଥାଏ ।

୫- ବାରମ୍ବାର ଜର ହେଉଥିଲେ କିମ୍ବା ଲିଭର୍ ଜନିତ ସମସ୍ୟା କିଛି ଥିଲେ ଏହାର ମୂଳ କୁ ଛୋଟ ଛୋଟ କରି କାଟି ଲାଲ୍ କପଡା ରେ ଗୁନ୍ଥି ମାଳା ପରି ପିନ୍ଧିଲେ ଏହି ସମସ୍ୟା ମଧ୍ୟ ଠିକ୍ ହୋଇ ଯାଏ ।

୬- ଅପରାଜିତା ଯୌନାଙ୍ଗ ଗୁଡ଼ିକ ପାଇଁ ମଧ୍ୟ ଅତ୍ୟନ୍ତ ଫଳପ୍ରଦ ଅଟେ । ପୁରୁଷଙ୍କ ଅଣ୍ଡକୋଷରେ ପାଣି ଜମି ଯାଇଥିଲେ ଏହାର ମଞ୍ଜିକୁ ଗୁଣ୍ଡ କରି ଅଳ୍ପ ଗରମ କରି ସେହି ସ୍ଥାନରେ ଲଗାଇ ପଟି ଦେଲେ ଏହି ସମସ୍ୟା ମଧ୍ୟ ଦୂର କରିଥାଏ । ସ୍ତ୍ରୀ ଓ ପୁରୁଷ ଉଭୟଙ୍କ ମୂତ୍ରାଶୟ ଜନିତ ରୋଗ କିମ୍ବା ଯୌନଙ୍ଗ ରେ ସଂକ୍ରମଣ ଓ ଏହି ଜନିତ କିଛି ବି ରୋଗ ହୋଇଥିଲେ ଅପରାଜିତା ମୂଳି ର କାଡା ପ୍ରସ୍ତୁତ କରି ସେବନ କଲେ ଏହି ସମସ୍ତ ରୋଗ ମଧ୍ୟ ଭଲ ହୋଇଥାଏ ।

୭- ଏହା ରକ୍ତସ୍ରାବ, ମାସିକ ଧର୍ମ ଓ ଗର୍ଭ ଓ ପ୍ରସବ ଜନିତ ସମସ୍ୟା ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ଅଟେ ।

୮- ଫାଇଲେରିଆ ରୋଗର ଚିକିତ୍ସା ମଧ୍ୟ ଅପରାଜିତା ଦ୍ଵାରା କରାଯାଇପାରିବ । ଗଣ୍ଠିବାତ ରୋଗ ମଧ୍ୟ ଏହାର କାଡ଼ା ସେବନ କଲେ କିମ୍ବା ଏହାର ରସରେ ମାଲିସ କଲେ ଠିକ୍ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।