୧୫ ବର୍ଷ ପୂର୍ବେ ବିବାହ ଫିଲ୍ମରୁ ଫେମସ ହେଇଥିବା ଏହି ଅଭିନେତ୍ରୀ ଆଜି ଦେଖାଯାଉଛନ୍ତି କିଛି ଏମିତି

ଆପଣ ବଲିଉଡର ସୁପରହିଟ ଫିଲ୍ମ ବିବାହ ତ ଦେଖିଥିବେ ଓ ଆପଣଙ୍କର ମନେ ବି ଥିବ ଏହି ଫିଲ୍ମ ବିଷୟରେ । ଏହି ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ଓ ଆଜି ବି ଏହି ଫିଲ୍ମ ଦର୍ଶକଙ୍କର ମନ ପସନ୍ଦ ଫିଲ୍ମ ହେଇ ରହିଛି । ଆପଣଙ୍କୁ କହି ଦେଉଛୁ କି ଏହି ଫିଲ୍ମ ବିବାହ ଉପରେ ଆଧାରିତ ଥିଲା, ଯାହାକୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଥିଲେ । ସେଇଠି ଏହି ଫିଲ୍ମରେ ପୁନମ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଏହି ଫିଲ୍ମ ଜରିଆରେ ବହୁତ ଫେମସ ହେଇଯାଇଥିଲେ । ଦର୍ଶକମାନେ ମଧ୍ୟ ଏହି ପୁନମ ଚରିତ୍ରକୁ ବହୁତ ଭଲ ପାଇବା ଦେଇଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଫିଲ୍ମରେ ପୁନମ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଆଜି କେମିତି ଅଛନ୍ତି ଓ କଣ କରୁଛନ୍ତି ।

ଏହି ଫିଲ୍ମ ରେ ପୁନମ ରୋଲ କରିଥିବା ଅଭିନେତ୍ରୀଙ୍କ ନାମ ଅମୃତା ରାଓ ଅଟେ । ତାଙ୍କର ଜନ୍ମ ୧୭ ଜୁନ ୧୯୮୧ ରେ ମୁମ୍ବାଇରେ ହୋଇଥିଲା । ଆପଣଙ୍କୁ ଜଣାଇ ଦେଉଛୁ କି ଅମୃତା ନିଜ କ୍ଯାରିୟରର ଆରମ୍ଭ ମଡେଲିଙ୍ଗରୁ କରିଥିଲେ । ସେ ନିଜର ଫିଲ୍ମ କ୍ଯାରିୟରର ଆରମ୍ଭ ୨୦୦୨ ରେ ଆସିଥିବା ଫିଲ୍ମ ‘ଅବ କେ ବରଷ’ ରୁ କରିଥିଲେ । କିନ୍ତୁ ହିନ୍ଦୀ ସିନେମା ରେ ତାଙ୍କୁ ଖାସ ପରିଚୟ ମିଳିଲା ଫିଲ୍ମ ‘ଇଷ୍କ ବିଷ୍କ’ ରୁ । ଏହି ଫିଲ୍ମ ରେ ତାଙ୍କ ଅପୋଜିଟ ରେ ସାହିଦ କପୁର ନଜର ଆସିଥିଲେ ।

ଏହି ଫିଲ୍ମ ବକ୍ସ ଅଫିସ ରେ କିଛି ଖାସ କମାଇ କରି ପାରିନଥିଲା । କିନ୍ତୁ ଏହି ଫିଲ୍ମ ରେ ଅମୃତା ରାଓ ଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହା ପରେ ସେ ଫିଲ୍ମ ‘ମସ୍ତି, ମେ ହୁଁ ନା, ଦୀବାର ଭଳି ଫିଲ୍ମ ରେ ନଜର ଆସିଥିଲେ । ଏହା ପରେ ସେ ଫିଲ୍ମ ‘ବିବାହ’ ରେ ନଜର ଆସିଲେ । ଏହି ଫିଲ୍ମ ରେ ତାଙ୍କ ଅପୋଜିଟ ରେ ଥିଲେ ସାହିଦ କପୁର ଓ ଏହା ଏକ ପାରିବାରିକ ଫିଲ୍ମ ଥିଲା । ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ଓ ଆଜି ବି ଦର୍ଶକ ତାଙ୍କୁ ଏହି ଫିଲ୍ମ ଜରିଆରେ ଜାଣିଛନ୍ତି ।

ଏହା ପରେ ସେ ଫିଲ୍ମ ସତ୍ୟାଗ୍ରହ ଓ ସିଂହ ସାବ ଦି ଗ୍ରେଟ ରେ ନଜର ଆସିଲେ । କିନ୍ତୁ କିଛି ହିଟ ଫିଲ୍ମ ଦେବା ପରେ ତାଙ୍କର ବଲିଉଡ କ୍ଯାରିୟର କିଛି ଖାସ ଚାଲି ପାରିଲା ନାହିଁ । ଯେଉଁ କାରଣରୁ ତାଙ୍କୁ ବଲିଉଡ ରେ କାମ ମିଳିବା ବନ୍ଦ ହୋଇଗଲା ଓ ବହୁତ ଜଲ୍ଦି ସେ ବଲିଉଡ କୁ ବି ଅଲବିଦା କହିଦେଲେ। ଯାହା ପରେ ସେ ଛୋଟ ପରଦାର ଟିଭି ଶୋ ‘ମେରି ଆବାଜ ହି ପେହଚାନ ହେ’ ର ଲୀଡ ରୋଲ ନିଭାଉଥିବାର ଦେଖାଯାଇଥିଲା ।

କିନ୍ତୁ ତଥାପି ସେ ଛୋଟ ପରଦାରେ ମଧ୍ୟ କିଛି ଖାସ କମାଲ ଦେଖାଇ ପାରିଲେ ନାହିଁ ଓ ଆଜି ସେ ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ବହୁତ ଦୂରରେ ଅଛନ୍ତି । ସେ ବଲିଉଡରେ ଅଭିନୟ ମାମଲାରେ କିଛି ଖାସ କମାଲ ଦେଖାଇ ପାରି ନଥିଲେ ମଧ୍ୟ ସୁନ୍ଦରତା ମାମଲାରେ ସେ ଆଜି ବି ନମ୍ବର ୧ ଅଟନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।