ଚାଣକ୍ୟ ନୀତି ଅନୁସାରେ ବିବାହ ପୂର୍ବରୁ ସବୁ ପୁଅଙ୍କୁ ଜାଣି ନେବା ଉଚିତ ଝିଅମାନଙ୍କ ଏହି ୫ଟି କଥା, ପରେ ହେବ ନାହିଁ କିଛି

ଏହି ଦୁନିଆରେ ସମସ୍ତ ବ୍ୟକ୍ତିମନଙ୍କ ଜୀବନରେ ବିବାହ ବହୁତ ମହତ୍ଵ ରଖିଥାଏ । କହିବାକୁ ଗଲେ ବିବାହ ପରେ କେବଳ ଝିଅର ନୁହେଁ ପୁଅର ବି ଜୀବନରେ କିଛି ନ କିଛି ପରିବର୍ତ୍ତନ ନିଶ୍ଚିତ ଆସିଥାଏ । ବିବାହ ପରେ ବହୁତ ନୂଆ ନୂଆ ଦାୟିତ୍ଵ ବି ବଢିଯାଏ । କେତେକ ଲୋକ ଏମିତି ବି ଅଛନ୍ତି ବିବାହ ପରେ ସେମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବାକୁ ଲାଗେ ଓ ବିବାହ ପରେ ତାଙ୍କର ଜୀବନରେ ଖୁସି ଦ୍ଵିଗୁଣ ହୋଇଯାଏ ।

କିନ୍ତୁ ଅନ୍ୟ ପଟେ କେତେକ ଲୋକମାନଙ୍କ ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ଲାଗେ । କହିବାକୁ ଗଲେ ଆମେ ବ୍ୟକ୍ତି ଆଡକୁ ଆକର୍ଷିତ ହୋଇ ଆମେ ଅନ୍ୟ କଥା ପ୍ରତି ଧ୍ୟାନ ଦେଇ ନ ଥାଉ ଓ ସେହି ବ୍ୟକ୍ତି ସହ ବିବାହ କରି ନେଉ । ଆମେ ସେହି ବ୍ୟକ୍ତି ଭିତରେ ଥିବା ଗୁଣ ବିଷୟରେ ବି ବୁଝି ପାରି ନ ଥାଉ । ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ଶାସ୍ତ୍ରରେ ଏକ ଏମିତି ଶ୍ଳୋକ ବିଷୟରେ କହିଛନ୍ତି ଯାହା ମାଧ୍ୟମରେ କୁହାଯାଇଛି କି ବିବାହ କିମ୍ବା ପ୍ରେମ ପୂର୍ବରୁ ନିଜର ପାର୍ଟନର ବିଷୟରେ କିଛି କଥା ଜାଣିବା ବହୁତ ଆବଶ୍ୟକ ହୋଇଥାଏ ।

ଚାଣକ୍ୟ କୁହନ୍ତି କି

ବରୟେତ୍ କୁଲଜାଂ ପ୍ରାଜ୍ଞୋ ବିରୂପାମପି କନ୍ୟକାମ୍ ।

ରୂପଶୀଲାଂ ନ ନୀଚସ୍ୟ ବିବାହ: ସଦୃଶେ କୁଲେ ।

୧. ଏହି ଶ୍ଳୋକ ଅନୁସାରେ ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି କି ମନୁଷ୍ୟକୁ ବିବାହ କରିବା ପୂର୍ବରୁ ନିଜର ପାର୍ଟନରକୁ ବାଛିବା ପୂର୍ବରୁ ତାହାର ଶରୀର ଓ ଚେହେରା ପରିବର୍ତ୍ତେ ତାହାର ଗୁଣ ଦେଖିବା ଉଚିତ ।

୨. ପୁରୁଷମାନଙ୍କୁ ସୁନ୍ଦର ସ୍ତ୍ରୀମାନଙ୍କ ପଛରେ ଦୌଡିବା ଉଚିତ ନୁହେଁ । ଚାଣକ୍ୟଙ୍କ ଅନୁସାରେ ପତ୍ନୀ ଯଦି ଗୁଣବାନ ହୋଇଥାଏ ତେବେ ସେ ବିପଦ ସମୟରେ ପରିବାରକୁ ସମ୍ଭାଳି ରଖିଥାଏ ।

୩. ଚାଣକ୍ୟଙ୍କ ଅନୁସାରେ ଗୋଟିଏ ସ୍ତ୍ରୀ ବାହାର ସୁନ୍ଦରତାରୁ ଅଧିକ ମନରୁ ସୁନ୍ଦର ହେବା ଦରକାର । ଏହା ସହିତ ତାହା ମଧ୍ୟରେ ଧୈର୍ଯ୍ୟ ଥିବା ଦରକାର ।

୪. ଚାଣକ୍ୟଙ୍କ ଅନୁସାରେ ଧର୍ମ କର୍ମରେ ବିଶ୍ଵାସ ରଖୁଥିବା ମନୁଷ୍ୟ ବହୁତ ପ୍ରତିଷ୍ଠିତ ହୋଇଥାଏ । ଏମିତିରେ ବିବାହ ପୂର୍ବରୁ ଏହା ଜାଣି ନେବା ଉଚିତ କି ତାଙ୍କର ପାର୍ଟନର ଧର୍ମ କର୍ମରେ କେତେ ଦୂର ପର୍ଯ୍ୟନ୍ତ ଆସ୍ଥା ରଖିଥାଏ ।

୫. ରାଗ ମଣିଷର ସବୁଠୁ ବଡ ଶତ୍ରୁ ହୋଇଥାଏ । ଚାଣକ୍ୟଙ୍କ କହିବା ଅଟେ କି ଯେଉଁ ସ୍ତ୍ରୀ ବହୁତ ରାଗିଥାଏ ସେ ପରିବାରକୁ ଶୁଖି ରଖି ପାରେ ନାହିଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।