Tiger Shroff ଙ୍କ ଶାଳି ଦେଖିବା ପାଇଁ କୌଣସି ହିରୋଇନ ଠାରୁ ନୁହନ୍ତି କମ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଫଟୋ

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ଟାଇଗର ଶ୍ରଫଙ୍କ ଅଭିନୟ ସହ ତାଙ୍କ ନୃତ୍ୟକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରନ୍ତି । ଫିଲ୍ମ ‘ହିରୋପନ୍ତି’ ରୁ ଟାଇଗର ଶ୍ରଫ ବଲିଉଡରେ ପାଦ ଦେଇଥିଲେ । ତାଙ୍କ ସହ ଅଭିନେତ୍ରୀ କ୍ରିତି ସେନନ ମଧ୍ୟ ମଧ୍ୟ ନିଜ ଫିଲ୍ମ କ୍ଯାରିୟର ଆରମ୍ଭ କରିଥଲେ । ଅଭିନୟ ଓ ନୃତ୍ୟ ସହ ନିଜ ବଡି ଫିଟନେସ୍ ଓ ଲୁକ୍ ପାଇଁ ମଧ୍ୟ ଟାଇଗର ଶ୍ରଫ ଖୁବ ପ୍ରସିଦ୍ଧ । ପ୍ରଥମ ଫିଲ୍ମକୁ ଢେର ସଫଳତା ମିଳିବା ପରେ ଟାଇଗର ଆଉ ପଛକୁ ବୁଲି ଦେଖି ନଥିଲେ ।

ତାଙ୍କ ଫିଲ୍ମ ବାଗୀ ଓ ବାଗୀ-୨ ମଧ୍ୟ ହିଟ୍ ହୋଇଥିଲା । ତେବେ ଟାଇଗରଙ୍କ ସହ ଅଭିନେତ୍ରୀ ଦିଶା ପଟାନିଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳେ । ସେମାନେ ପରସ୍ପରକୁ ଡେଟ କରୁଥିବା ଖବର ସବୁଆଡେ ଚର୍ଚ୍ଚା ହେଉଛି । ଏପରିକି ଲକଡାଉନ ସମୟରେ ମଧ୍ୟ ଦୁଇଜଣ ଏକାଠି ରହିଥିବା କଥା ସାମନାକୁ ଆସିଥିଲା । ଦିଶା ଓ ଟାଇଗର ନିଜ ସେମାନଙ୍କ ଫଟୋ ଓ ଭିଡିଓ ମଧ୍ୟ ପ୍ରାୟତଃ ପୋଷ୍ଟ କରୁଥିବାର ଦେଖିବାକୁ ମିଳେ ।

ଦିଶା ପାଟନୀ ଫିଲ୍ମ ‘ଏମଏସ ଧୋନୀ’ ରୁ ବଲିଉଡରେ ଡେବ୍ୟୁ କରିଥିଲେ ମଧ୍ୟ ଜଣେ ମୁଖ୍ୟ ଅଭିନେତ୍ରୀ ହିସାବରେ ଟାଇଗରଙ୍କ ଫିଲ୍ମ ବାଗୀରେ ହିଁ ଅଭିନୟ କରିଥିଲେ । ଏହାପରେ ସେମାନଙ୍କ ରିଲ୍ ଓ ରିୟଲ ଲଭ ଲାଇଫ ଖୁବ ଚର୍ଚ୍ଚାରେ ରହି ଆସିଛି । ସେମାନେ ପ୍ରଥମ ଥର ଟି-ସିରିଜର ଏକ ଆଲବମ ଗୀତ ‘ବେଫିକରେ’ ପାଇଁ ପରସ୍ପରକୁ ଭେଟିଥିଲେ । ଏହାର ସୁଟି॰ ବେଳେ ହିଁ ସେମାନେ ପରସ୍ପରର ନିକଟତର ହୋଇଥିଲେ । ଟାଇଗରଙ୍କ ଫିଲ୍ମ ‘ହିରୋପନ୍ତି’ ପାଇଁ ମଧ୍ୟ ଦିଶା ପଟାନୀ ଅଡିସନ ଦେଇଥିବା କଥା ସାମନାକୁ ଆସିଥିଲା ।

କିନ୍ତୁ ସେ ଏଥିରେ ରିଜେକ୍ଟ ହୋଇ ଯାଇଥିଲେ । ତେବେ ଫିଲ୍ମ ବାଗୀରେ ସେମାନଙ୍କ କିସିଂ ସିନ୍ ଖୁବ ଚର୍ଚ୍ଚାରେ ରହିଥିଲା । ତେବେ ଟାଇଗର ଶ୍ରଫଙ୍କ ଜଣେ ଶାଳି ବା ଦିଶା ପାଟନୀଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି । ସେ ମଧ୍ୟ ଦିଶାଙ୍କ ପରି ଦେଖିବାକୁ ଖୁବ ସୁନ୍ଦରୀ ଓ ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ ରୁହନ୍ତି । ତାଙ୍କ ନାମ ହେଉଛି ଖୁସବୁ ପଟାନି ।

ସେ ଜଣେ ଆର୍ମୀ ଅଫିସର ଅଟନ୍ତି ଓ ଇନଷ୍ଟାଗ୍ରାମରେ ତାଙ୍କର ମଧ୍ୟ ଭେରିଫାଏଡ ଆକାଉଣ୍ଟ ଅଛି । ଖୁସବୁ ଫିଟନେସ ଭିଡିଓ ସହ ନିଜ ବନ୍ଧୁ ଓ ପରିବାର ସହ ମଧ୍ୟ ଫଟୋ ପୋଷ୍ଟ କରନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୮ ଲକ୍ଷରୁ ମଧ୍ୟ ଅଧିକ ଫଲୋର୍ସ ଅଛନ୍ତି । ନିକଟରେ ଖୁସବୁ ଏକ ଏକ୍ସରସାଇଜ କରୁଥିବା ସମୟର ଭିଡିଓ ସେୟାର କରିଥିଲେ । ଏଥିରେ ସେ ଏକ ମୁସ୍କିଲ ଏକ୍ସରସାଇଜ କରୁଥିବାର ଦେଖିବାକୁ ମିଳିଥିଲା ।

ସେହି ଭିଡିଓରେ ଭଉଣୀ ଦିଶାଙ୍କ ସହ ଟାଇଗର ଶ୍ରଫ ମଧ୍ୟ ତାଙ୍କୁ ପ୍ରଶଂସା କରି କମେଣ୍ଟ କରିଥିଲେ । ଆପଣଙ୍କୁ ଟାଇଗର ଶ୍ରଫଙ୍କ ଶାଳି କେମିତି ଲାଗିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।