Kapil Sharma ଙ୍କ ଘର ଓ ମୋଟ ସମ୍ପତ୍ତି ବିଷୟରେ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେଇଯିବେ

ଭାରତର କମେଡି କିଙ୍ଗ କୁହାଯାଉଥିବା କପିଲ ଶର୍ମା ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି । ଘରେ ଘରେ ପରିଚିତ ହୋଇସାରିଥିବା କପିଲ ଶର୍ମା ବଲୀଉଡ ଇଣ୍ଡଷ୍ଟ୍ରିରେ ନିଜର ଖାସ ପରିଚୟ କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି । କପିଲ ଶର୍ମା ଯେତେ ଜଲ୍ଦି ସଫଳତାର ସିଢି ଚଢିଛନ୍ତି ଏମିତି ଆଉ କୌଣସି ଟିଭି ଷ୍ଟାର ଚଢି ପାରି ନାହାନ୍ତି । କିନ୍ତୁ ଆଜି କପିଲ ଶର୍ମା ଯେଉଁ ସଫଳତାର ଶୀର୍ଷରେ ଅଛନ୍ତି ସେହି ସ୍ଥାନକୁ ପହଞ୍ଚିବା ବହୁତ କଷ୍ଟଭରା ଥିଲା ।

ଆଜି କପିଲ ଶର୍ମାଙ୍କ ନାଁ ଟିଭିର ଟପ ଷ୍ଟାରଙ୍କ ସହିତ ସବୁଠୁ ଅଧିକ ଆୟ କରୁଥିବା ଷ୍ଟାରମାନଙ୍କ ମଧ୍ୟରେ ବି ସାମିଲ ଅଛି । କଣ ଆପଣ ଜାଣିଛନ୍ତି ଟିଭିର ଗୋଟିଏ ଏପିଶୋଡ କରିବା ପାଇଁ କପିଲ ଶର୍ମା ପାଖାପାଖି ୧ କୋଟି ତାଙ୍କ ନେଇଥାନ୍ତି ।

ଏହା ସହିତ ଲାଇଭ ସ୍ଟେଜ ଶୋ ରୁ ବି ଭଲ ଆୟ କରନ୍ତି । ରିପୋର୍ଟ ଅନୁସାରେ ଏକୁଟିଆ ଗୋଟିଏ ସ୍ଟେଜ ଶୋ କରିବା ପାଇଁ ସେ ପାଖାପାଖି ୭୫ ଲକ୍ଷ ଟଙ୍କା ନେଇଥାନ୍ତି । କପିଲ ଶର୍ମାଙ୍କ ସମ୍ପତ୍ତି କେତେ ଅଟେ ଏହା ଆପଣ ଫୋର୍ବସ ମାଗାଜିନ ୨୦୧୯ର ସବୁଠୁ ଧନୀମାନଙ୍କର ଲିସ୍ଟ ଦେଖି ଜାଣି ପାରିବେ । ଏହି ଲିସ୍ଟ ଅନୁସାରେ ବର୍ଷ ୨୦୧୯ରେ କପିଲ ଶର୍ମା ୩୫ କୋଟି ଟଙ୍କା ଆୟ କରିଥିଲେ ।

ଏହା ସହିତ ଆପଣଙ୍କୁ କହିଦେଉଛୁ କି କପିଲ ଶର୍ମା ବହୁତ ଦାମୀ ଓ ମହଙ୍ଗା କାର ଗୁଡିକର ବି ମାଲିକ ଅଟନ୍ତି । ତାଙ୍କ ପାଖରେ ମର୍ସିଡୀଜ କାର ଅଛି ଏହି କାର ଦାମ ୧ କୋଟି ଟଙ୍କା ଅଟେ । ଏହା ଛଡା ବୋଲଵ Volvo କାର ଅଛି ଯାହାର ମୂଲ୍ୟ ୧.୫ କୋଟି ଟଙ୍କା ଅଟେ । ଏହା ଛଡା କପିଲ ଶର୍ମାଙ୍କ ପାଖରେ ରେଞ୍ଜ ରୋଭର କାର ବି ଅଛି । ଯାହାର ଦାମ ୫୫ ରୁ ୯୫ ଲକ୍ଷ ଟଙ୍କା ମଧ୍ୟରେ ଅଟେ । ରିପୋର୍ଟ ଅନୁସାରେ କପିଲ ଶର୍ମାଙ୍କ ପାଖରେ ଗୋଟିଏ luxury vanity van ବି ଅଛି ଯାହାର ଦାମ ୫.୫ କୋଟି ଟଙ୍କା ଅଟେ ।

କପିଲ ଶର୍ମାଙ୍କ ପାଖରେ ପଞ୍ଜବାରେ ଗୋଟିଏ ଆଲିଶାନ ବଙ୍ଗଳା ବି ଅଛି । ଏହି ବଙ୍ଗଳାର ଦାମ ୨୫ କୋଟି ଟଙ୍କା ଅଟେ । ଏହା ଛଡା ମୁମ୍ବାଇରେ ତାଙ୍କର ଗୋଟିଏ ମହଙ୍ଗା ଫ୍ଲାଟ ବି ଅଛି । ଯାହାର ଦାମ ୧୫ କୋଟି ଟଙ୍କା ଅଟେ । କପିଲଙ୍କ ପରିବାର ଅମୃତସର ରୁହନ୍ତି । ଅମୃତସରରେ କପିଲ ଶର୍ମାଙ୍କ ମା ଜନକ ରାଣୀ ଓ ତାଙ୍କର ବଡ ଭାଇ ଭାଉଜ ନିଜ ଝିଅ ସହିତ ରୁହନ୍ତି । ମିଡିଆ ରିପୋର୍ଟ ଅନୁସାରେ କପିଲ ଶର୍ମାଙ୍କ ମୋଟ ସମ୍ପତ୍ତି ୨୬୧ କୋଟି ଟଙ୍କା ଅଟେ । ରିପୋର୍ଟ ଅନୁସାରେ କପିଲ ଶର୍ମାଙ୍କ ଆୟ ଗତ ୫ ବର୍ଷ ହେବ ୩୮୦ ଗୁଣା ବଢିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।