ଫିଲ୍ମ ‘ସନ୍ତାନ’ ର ଶିଶୁ କଳାକାର Sandip ଙ୍କ Family & Biography, ଏତେ ବର୍ଷ ପରେ ବର୍ତ୍ତମାନ କଣ କରୁଛନ୍ତି Sandip ?

ଶିଶୁ କଳାକାର ରୂପରେ ଅଭିନେତା ସନ୍ଦୀପ ୯୦ ଦଶକରେ ବହୁତ ଫେମସ ଥିଲେ । ସେହି ସମୟରେ ସେ ବହୁତ ଓଡିଆ ଫିଲ୍ମରେ ଶିଶୁ କଳାକାର ରୂପରେ ଅଭିନୟ କରି ବହୁତ ଲୋକପ୍ରିୟ ହୋଇଥିଲେ । ଦର୍ଶକମାନେ ବି ତାଙ୍କର ଅଭିନୟକୁ ବହୁତ ପସନ୍ଦ କରୁଥିଲେ ଓ ତାଙ୍କର ପ୍ରଶଂସା ବି କରୁଥିଲେ । ଏମିତିରେ ୯୦ ଦଶକର ଶିଶୁ କଳାକର ରୂପରେ ଲୋକପ୍ରିୟ ଥିବା ସନ୍ଦୀପ ବର୍ତ୍ତମାନ ସମୟରେ କଣ କରୁଛନ୍ତି ଚାଳନ୍ତୁ ଜାଣିବା ଓ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ସେହି ବିଷୟରେ ବି ଆଜି ଆମେ ଆପଣଙ୍କୁ କହିବୁ ।

ଅଭିନେତା ସନ୍ଦୀପ ୯୦ ଦଶକରେ ଘରେ ଘରେ ପରିଚିତ ଥିଲେ । ସନ୍ତାନ ଫିଲ୍ମରେ ସେ ଶିଶୁ କଳାକର ରୂପରେ ଅଭିନୟ କରି ବହୁତ ଫେମସ ହୋଇଥିଲେ । ସେହି ଫିଲ୍ମରେ ହିଁ ଦର୍ଶକମାନେ ତାଙ୍କୁ ଚିହ୍ନି ପାରିଥିଲେ । ଏହା ସହିତ ସେ ଅନ୍ୟ କେତେକ ଓଡିଆ ଫିଲ୍ମରେ ବି ଶିଶୁ କଳାକର ରୂପରେ ଅଭିନୟ କରିସାରିଛନ୍ତି ।

କିନ୍ତୁ ବର୍ତ୍ତମାନ ସମୟର ଯଦି କହିବା ତେବେ ସନ୍ଦୀପ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ଅର୍ଥାତ ଅଭିନୟ ଦୁନିଆରୁ ପୂରାପୂରି ଦୂରେଇ ଯାଇଛନ୍ତି । ଯଦି ସନ୍ଦୀପଙ୍କ ବିଷୟରେ କହିବା ତେବେ ସେ କଟକରେ ନିଜର ପରିବାର ସହିତ ରହୁଛନ୍ତି । ସନ୍ଦୀପ ମାତ୍ର ୯ ବର୍ଷ ବୟସରେ ହିଁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସନ୍ଦୀପଙ୍କ ପ୍ରଥମ ଫିଲ୍ମର ନାଁ ଥିଲା ଭୀଷ୍ମ ପ୍ରତିଜ୍ଞା ।

ସନ୍ଦୀପଙ୍କ ପିତା ଜଣେ ପ୍ରଡ୍ୟୁସର ଥିଲେ ଓ ଏମିତିରେ ସନ୍ଦୀପଙ୍କ ପିତା ଚାହୁଁଥିଲେ କି ତାଙ୍କ ପୁଅ ଅଭିନେତା ହେଉ । କିନ୍ତୁ ସନ୍ଦୀପ ଚାହୁଁଥିଲେ କି ସେ ତାଙ୍କର ପିତାଙ୍କ ଭଳି ପ୍ରଡ୍ୟୁସର ହେବେ । କହିଦେଉଛୁ କି ଅନୁଭବ ମହାନ୍ତି ଫିଲ୍ମ ଆଇ ଲଭ ୟୁ ସନ୍ଦୀପଙ୍କ ବାପାଙ୍କ ଫିଲ୍ମ ଥିଲା । ଏହି ଫିଲ୍ମରେ ସନ୍ଦୀପଙ୍କ ପିତା ଚାହୁଁଥିଲେ କି ତାଙ୍କ ପୁଅ ମୁଖ୍ୟ ଅଭିନେତା ରୂପରେ ଦେଖିବାକୁ ଚାହୁଁଥିଲେ । କିନ୍ତୁ ସନ୍ଦୀପ ମନା କରିବା ପରେ ଏହି ଫିଲ୍ମ ଅନୁଭବ ମହାନ୍ତି ମିଳିଯାଇଥିଲା ।

କହିଦେଉଛୁ କି ସନ୍ଦୀପଙ୍କ ଶେଷ ଥର ପାଇଁ ଫିଲ୍ମ ନାରୀ ଆଖିରେ ନିଆଁରେ ନଜର ଆସିଥିଲେ । ଏହା ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଗଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ କେତେକ ଫିଲ୍ମ ଓ ସିରିଏଲକୁ ପ୍ରଡ୍ୟୁସ କରୁଛନ୍ତି ।

କହିଦେଉଛୁ କି ସନ୍ଦୀପ ତାଙ୍କର କଲେଜର ବନ୍ଧୁ ପ୍ରିୟଙ୍କାଙ୍କୁ ଭଲ ପାଇ ବିବାହ କରିଛନ୍ତି ଓ ନିଜର ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି । ସେ ଅଭିନୟ ଛାଡି ଦେଇଛନ୍ତି କିନ୍ତୁ ଅଭିନୟ ଦୁନିଆକୁ ଛାଡି ନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।