ଆସନ୍ତା 26 ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ ?

ବର୍ତ୍ତମାନର ସବୁଠୁ ବଡ ଖବର କି କୃଷକମାନେ ୨୬ ମାର୍ଚ୍ଚକୁ ଭାରତ ବନ୍ଦ ଡାକରା ଦେଇଛନ୍ତି । କହିବାକୁ ଗଲେ ଗଲେ କୃଷି ଆଇନକୁ ବିରୋଧ କରୁଥିବା କୃଷି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଏହା ଏକ ପ୍ରୟାସ ଅଟେ । ଏହି ଦିନରେ କୃଷକମାନେ କୃଷି ଆଇନର ଦହନ କରିବେ । କୃଷକନେତାମାନେ ୨୬ ମାର୍ଚ୍ଚକୁ ସମ୍ପୂର୍ଣ ଭାରତ ବନ୍ଦ ଡାକରା ଦେବା ପୂର୍ବରୁ କହିଛନ୍ତି କି ଆମେ କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ ବିରୁଦ୍ଧରେ କରୁଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ପ୍ରସ୍ତୁତି କରୁଛୁ ।

୨୬ ମାର୍ଚ୍ଚକୁ କୃଷି ଆନ୍ଦୋଳନ ୪ ମାସ ପୁରା ହେବା ଉପରେ କୃଷକମାନେ ଦେଶବ୍ୟାପୀ ବନ୍ଦର ଆହ୍ଵାନ ଦେଇଛନ୍ତି । ଏହି ସମୟରେ ସମସ୍ତ ଦୋକାନ ଓ ବ୍ୟାପାରିକ ପ୍ରତିଷ୍ଠାନ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ପରେ ୨୮ ମାର୍ଚ୍ଚକୁ କେନ୍ଦ୍ରର ତିନୋଟି ନୂଆ କୃଷି ଆଇନର ହୋଲିର ଦହନ କରାଯିବ ।

ଗଙ୍ଗାନଗରର ଚାଷୀ ସମିତିର ମୁଖ୍ୟ ରଞ୍ଜିତ ରାଜୁ କହିଲେ କି, ବନ୍ଦ ସକାଳ ୬ ରୁ ଆରମ୍ଭ ହେବ ଓ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ସମସ୍ତ ପ୍ରକାରର ଦୋକାନ ଓ ସମସ୍ତ ଜିନିଷ ବନ୍ଦ ରହିବ । ସେ ଆଗକୁ କହିଲେ କି ଆମେ ତିନୋଟି ନୂଆ କୃଷି ଆଇନର ଦହନ କରିବୁ ଓ ଆଶା କାରୁଛୁ କି ଏହିଭଳି କରିବା ଦ୍ଵାରା ସରକାରଙ୍କୁ ସଦବୁଦ୍ଧି ଆସିବ ଓ ସେ ଏହି ଆଇନକୁ ବନ୍ଦ କରିଦେବେ ।

ଏହା ସହିତ ଏମଏସପି (ନୂଆ ସମର୍ଥନ ମୂଲ୍ୟ) ପାଇଁ ଲିଖିତ ଗ୍ୟାରେଣ୍ଟି ଦେବେ । ଏହି ଭାରତ ବନ୍ଦକୁ ସମସ୍ତ ଶ୍ରମିକ ଏବଂ ପରିବନ ସଂଘ, ଛାତ୍ର, ଯୁବପିଢୀ ଓ ମହିଳା ସଂଗଠନମାନେ ବି ସମର୍ଥନ କରିଛନ୍ତି । ଅନ୍ୟ ଏକ କୃଷି ନେତା ପୁରଷୋତ୍ତମ ଶର୍ମା କହିଲେ କି, ‘ଆମ ରାଜ୍ୟ ସ୍ତରରେ ବି କଥାବାର୍ତ୍ତା କରିବାକୁ ଚେଷ୍ଟା କରୁଛୁ । ଯାହା ଦ୍ଵାରା ଭାରତ ବନ୍ଦ ଡାକରା ସଫଳ ହେବ ।

ଅଲ ଇଣ୍ଡିଆ କୃଷି ସଭାର ନେତା କୃଷ୍ଣ ପ୍ରସାଦ କହିଲେ କି ୧୧୨ ଦିନରୁ ଲଗାତାର ଏହି ଆନ୍ଦୋଳନ ଜାରି ରହିବା ନିଜ ମଧ୍ୟରେ ଏକ ବଡ ଉପଲବ୍ଧି ଅଟେ ଓ ବର୍ତ୍ତମାନ ଏହା ଆହୁରି ମଜବୁତ ହୋଇଯିବ । ପ୍ରସାଦ କହିଲେ କି, ନା ହିଁ ଆପଣ ଓ ନା ହିଁ ଆମେ ଚିନ୍ତା କରିଥିଲୁ କି ଏହିଭଳି ଆମେ କରି ପାରିବୁ ଓ କିନ୍ତୁ ଲୋକମାନେ ଏହା ପ୍ରଦର୍ଶିତ କରିଛନ୍ତି କି ସେମାନେ ଆମର ସମର୍ଥନ କରୁଛନ୍ତି । ସେ କହିଲେ କି ଭାରତ ବନ୍ଦ ରାଜ୍ୟ, ଜିଲ୍ଲା, ତହସିଲ ଓ ଗ୍ରାମ ସ୍ତରରେ ହେବ ।

ପ୍ରସାଦ ବିଦ୍ୟୁତ ସଂଶୋଧନ ବିଧେୟକ, ୨୦୨୧ ପ୍ରସ୍ତୁତ କରିବା ଉପରେ କେନ୍ଦ୍ର ସରକାର ପଦକ୍ଷେପ ଉପରେ ଚିନ୍ତା ପ୍ରକଟ କରି କହିଲେ କି ବର୍ତ୍ତମାନର ଅଧିନିୟମରେ କୌଣସି ବି ସଂଶୋଧନ ଜାନୁୟାରୀ ମାସରେ ଚାଷୀକୁ କରାଯାଇଥିବା ସରକାରଙ୍କ ପ୍ରତିଜ୍ଞା ବିରୋଧରେ ହେବ । ସେ କହିଲେ କି, ସରକାର ସହିତ ଆମ ୧୧ ଥର ମିଟିଙ୍ଗ ସମୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର କହିଥିଲେ କି ସେ ବିଦ୍ୟୁତ ବିଧେୟକକୁ ନେଇ ଆମର ଦାବି ସ୍ଵୀକାର କରି ନେଇଛନ୍ତି ।

ସେ କହିଲେ କି ମିଡିଆରେ ଏହି ଖବର ଆସିଯାଇଛି ପ୍ରଦର୍ଶନକାରୀ ଚାଷୀମାନଙ୍କର ୫୦ ପ୍ରତିଶତ ଦାବିର ସମଧାନ ହୋଇ ଯାଇଛି । କିନ୍ତୁ ସରକାର ପୁଣିଥରେ ଏହି ଅଧିନିୟମକୁ ଜାରି କରିବାରେ ଚେଷ୍ଟା କରୁଛନ୍ତି । ଯାହାକି ଧୋଖା ଅଟେ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ