ସହଜ ନ ଥିଲା ଗାୟିକା ପଲକ ମୁଚ୍ଛଲଙ୍କ ଯାତ୍ରା, ଏମିତି ବଞ୍ଚାଇ ଥିଲେ ୯୦୦ ଜୀବନ

ବଲୀଉଡରେ କାମ କରୁଥିବା ଷ୍ଟାରମାନଙ୍କର ଜୀବନ ଯେତେ ଆରାମଦାୟକ ନଜର ଆସିଥାଏ ତାହା ସେତିକି ସହଜ ନୁହେଁ । କହିବାକୁ ଗଲେ ସେହି ସ୍ଥାନରେ ପହଞ୍ଚିବା ପଛରେ ତାଙ୍କର ବହୁତ ପରିଶ୍ରମ ସାମିଲ ହୋଇଥାଏ । ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଅଟେ ଗାୟିକା ପଲକ ମୁଚ୍ଛଲ, ଯିଏ ବଲୀଉଡର ଏକ ସୁନ୍ଦର ଗାୟିକା ଅଟନ୍ତି । ସେ ଗୋଟିଏ ରୁ ବଳି ଗୋଟିଏ ସୁପରହିଟ ଗୀତ ଗାଇଛନ୍ତି । କିନ୍ତୁ ଯଦି ସଂଘର୍ଷର କଥାବାର୍ତ୍ତା କରିବା ତ ସହଜ ନ ଥିଲା ପଲକ ମୁଚ୍ଛଲଙ୍କ ଜୀବନର ଯାତ୍ରା । ଏହା ସତ୍ତ୍ୱେ ବି ସେ ଏହିଭଳି ଭାବରେ କେତେକ ଜୀବନକୁ ବଞ୍ଚାଇଛନ୍ତି । ଚାଲନ୍ତୁ ଜାଣିବା ତାଙ୍କ ସହିତ ଜଡିତ କିଛି କଥା, ଯାହା ଆପଣଙ୍କୁ ପ୍ରେରଣା ଦେଇପାରେ ।

ସହଜ ନ ଥିଲା ଗାୟିକା ପଲକ ମୁଚ୍ଛଲଙ୍କ ଜୀବନ ଯାତ୍ରା

୩୦ ମାର୍ଚ, ୧୯୯୨ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ନେଇଥବା ପଲକ ମୁଚ୍ଛଲଙ୍କ ପିତା ଗୋଟିଏ ସଂସ୍ଥାରେ ଆକାଉଣ୍ଟଟାଣ୍ଟ ଅଟନ୍ତି । ତାଙ୍କର ମା ଅମିତା ମୁଚ୍ଛଲ ଓ ଗୋଟିଏ ଛୋଟ ଭାଇ ପଲାସ ମୁଚ୍ଛଲ ଅଛନ୍ତି । ପଲକଙ୍କୁ ପିଲାଦିନୁ ହିଁ ସଙ୍ଗୀତର ଇଚ୍ଛା ଥିଲା ଓ ମାତ୍ର ୪ ବର୍ଷ ବୟସରେ ହିଁ ସେ ଗୀତ ଗାଇବା ଆରମ୍ଭ କରି ଦେଇଥିଲେ । ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଶିକ୍ଷା ଗ୍ରହଣ କରିଥିଲେ ଓ ଏହା ସହିତ ପଲକଙ୍କୁ ୧୭ ଟି ଭାଷା ଜଣା ଅଛି ।

ପଲକ ପିଲାଦିନୁ ହିଁ ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଛନ୍ତି ଓ ୫ ବର୍ଷ ବୟସରେ ହିଁ ସେ ଏକ ସଂସ୍ଥା ସହ ଜଡିତ ହୋଇଥିଲେ । ଯେତେବେଳେ ୧୯୯୯ରେ କାର୍ଗିଲ ଯୁଦ୍ଧ ଚାଲିଥିଲା ସେତେବେଳେ ସେ ସହିଦ ପରିବାରମାନଙ୍କ ପାଇଁ ଦୋକାନ ଓ ରାସ୍ତାରେ ଗୀତ ଗାଇ ଚାନ୍ଦା ଏକାଠି କରୁଥିଲେ, ଯେଉଁସବୁ ଟଙ୍କା ସହିଦ ପରିବାରଙ୍କୁ ଦିଆଗଲା । ଏହା ଛଡା ତାଙ୍କର ଭାଇ ପଲାସ ବି ତାଙ୍କ ସହିତ ବିଦେଶରେ ସ୍ଟେଜ ପୋଗ୍ରାମ ବି କରିବାକୁ ଯାଉଥିଲେ ।

ସେଥିରେ ସେ ଯାହା ବି ଟଙ୍କା ଆୟ କରୁଥିଲେ ସେହି ସମସ୍ତ ଟଙ୍କାକୁ ସେ ଗରିବ ପିଲାମାନଙ୍କ ମଧ୍ୟରେ ଦାନ କରି ଦେଉଥିଲେ । ପଲକଙ୍କ ନିଜର ଏକ ପ୍ରୟଦର୍ଶନୀ ଅଛି ଯାହାର ନାମ ‘ଦିଲ ସେ ଦିଲ ତକ’ ଅଟେ, ଯେଉଁଥିରେ ପଲକ ଅତି କମରେ ୪୦ଟି ଗୀତ ଗାଆନ୍ତି । ଯେଉଁଥିରେ ହିନ୍ଦୀ ସିନେମାର ପ୍ରସିଦ୍ଧ ଗୀତ, ଭଜନ ଓ ଗଜଲ ଗୁଡିକ ସାମିଲ ଅଛି । ଏହା ଛଡା ପଲକ ଗୁଜୁରାଟର ଭୁମ୍ପିକମ ପୀଡ଼ିତାମାନଙ୍କୁ ୧୦ ଲକ୍ଷ ଟଙ୍କାର ସାହାର୍ଯ୍ୟ ବି କରିଛନ୍ତି ।

ପଲକଙ୍କ  ପିଲାମାନଙ୍କ ପ୍ରତି ସହାନୁଭୁତି କେବଳ ଭାରତ ପର୍ଯ୍ୟନ୍ତ ଅଟକି ଯାଇ ନାହିଁ, ବର୍ଷ ୨୦୦୩ରେ ପଲକ ଏକ ପାକିସ୍ତାନୀ ପିଲାକୁ ମଧ୍ୟ ସାହାର୍ଯ୍ୟ କରିଥିଲେ ଯିଏ ହୃଦୟଜନିତ ରୋଗରେ ପୀଡିତ ଥିଲା ଓ ଚିକିତ୍ସା ପାଇଁ ଭାରତକୁ ଆସିଥିଲା ।

ବର୍ଷ ୨୦୦୬ରେ ପଲକ ନିଜର ସଂଗଠନ ପଲକ ମୁଚ୍ଛଲ ହାର୍ଟ ଫାଉଂଡେଶନ ପାଇଁ ମୋଟ ୧.୨ କୋଟି ଟଙ୍କା ରାଶି ଏକାଠି କରିଥିଲେ । ଏହି ଟଙ୍କା ଦ୍ଵାରା ୨୩୪ ଜଣ ପିଲାଙ୍କର ଅପରେସନ କରାଯାଇଥିଲା । ଏହା ପରେ ୨୦୦୯ରେ ପଲକ ୧.୭୧ କୋଟି ଟଙ୍କା ପୁଣି ଥରେ ଏକାଠି କରିଥିଲେ । ଯେଉଁଥିରେ ୩୩୮ ପିଲାମାନଙ୍କର ଜୀବନକୁ ସେ ବଞ୍ଚାଇଥିଲେ । ଆପଣଙ୍କୁ କହିଦେଉଛୁ କି ଏହି ସାମାଜିକ ସଂଗଠନର ଟଙ୍କାକୁ ପଲକ ନିଜ କାମ ପାଇଁ କେବେ ବି ବ୍ୟବହାର କରନ୍ତି ନାହିଁ ।

ଫିଲ୍ମ କ୍ୟାରିୟର ଏହିଭଳି ଭାବେ ହୋଇଥିଲା ଆରମ୍ଭ

ପଲକ ବଲୀଉଡରେ ନିଜର କ୍ୟାରିୟରର ଆରମ୍ଭ ବର୍ଷ ୨୦୧୧ରେ ଆସିଥିବା ଫିଲ୍ମ “ଦମାଦମ” ରୁ କରିଥିଲେ । ଏହା ପରେ ସେ “ଏକ ଥା ଟାଇଗର”, “ଫ୍ରମ ସିଡନୀ ୱିଥ ଲଭ”,”ଆଶିକୀ ୨” ଓ ବଙ୍ଗାଳୀ ଫିଲ୍ମ ରକୀରେ ଗୀତ ଗାଇ ଥିଲେ । କିନ୍ତୁ ପଲକଙ୍କୁ ହିନ୍ଦୀ ସିନେମାରେ ସବୁଠୁ ବଡ ସଫଳତା ଫିଲ୍ମ “ଏକ ଥା ଟାଇଗର” ଓ “ଆଶିକୀ ୨”ର ଗୀତରୁ ମିଳିଥିଲା । କହିବାକୁ ଗଲେ ସେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଗାୟିକା ହୋଇ ଯାଇଛନ୍ତି ।