Dhanush ଓ Aishwarya Rajinikanth ଙ୍କ 18 ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ, ଯାହାର କାରଣ ଧନୁଷଙ୍କ ଏହି 2 ଟି ଅଫେୟାର ! ଜାଣନ୍ତୁ କାହା ସହିତ ଥିଲା ସେହି 2 ଟି ଅଫେୟାର ?

ସାଉଥ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଓ ବଲୀଉଡରେ ନିଜର ଖାସ ପରିଚୟ ସୃଷ୍ଟି କରିଥିବା ଅଭିନେତା ଧନୁଷ ଓ ତାଙ୍କର ପତ୍ନୀ ଐଶ୍ବର୍ୟା ରଜନୀକାନ୍ତଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଏମାନେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । କିନ୍ତୁ ୧୭ ଜାନୁଆରୀ ରାତିରେ ଧନୁଷ ନିଜର ଫ୍ୟାନମାନଙ୍କୁ ଏକ ବଡ ଖବର ଦେଲେ । ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଓ ପତ୍ନୀ ଐଶ୍ବର୍ୟା ରଜନୀକାନ୍ତଙ୍କ ଠାରୁ ଅଲଗା ହେବା ପାଇଁ ଘୋଷଣା କରିଛନ୍ତି ।

କହିଦେଉଛୁ କି ଏହି ଦମ୍ପତ୍ତି ଇଣ୍ଡଷ୍ଟ୍ରିର ସବୁଠୁ ଆଦର୍ଶ ଓ ସୁନ୍ଦର ଦମ୍ପତ୍ତି ମଧ୍ୟରେ ସାମିଲ ଥିଲେ । ସେମାନଙ୍କ ମଧ୍ୟରେ କେତେ ଭଲ ପାଇବା ଅଛି ଏହା ବି ମଝିରେ ମଝିରେ ଜଣା ପଡୁ ଥିଲା । ଏହି ସବୁ ସତ୍ବେ ବି ସେମାନଙ୍କ ଏହି ସମ୍ପର୍କକୁ ଭାଙ୍ଗି ଦେଲେ ।

ଧନୁଷ ସୋସିଆଲ ମିଡିଆରେ ବୟାନ ଜାରି କରି କହିଲେ କି ବନ୍ଧୁ ରୂପରେ, ଦମ୍ପତ୍ତି ରୂପରେ, ମାତା ପିତାଙ୍କ ରୂପରେ ଓ ପରସ୍ପରର ଶୁଭଚିନ୍ତକ ରୂପରେ ଆମେ ୧୮ ବର୍ଷ ପର୍ଯ୍ୟନ୍ତ ରହିଲୁ । ଏହି ଯାତ୍ରା ବୁଝାମଣା ଓ ସମୟ ଅନୁକୂଳ ଥିଲା । ଆଜି ଆମେ ଏମିତି ଗୋଟିଏ ରାସ୍ତାରେ ଛିଡା ହୋଇଛି ଯେଉଁଠି ଆମର ରାସ୍ତା ଅଲଗା ଅଲଗା ହୋଇ ଯାଇଛି । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ୧୮ ବର୍ଷର ଏହି ସମ୍ପର୍କକୁ ଧନୁଷ ଭାଙ୍ଗିବାକୁ କାହିଁକି ଚାହୁଁଛନ୍ତି ।

କହିଦେଉଛୁ କି ୧୮ ବର୍ଷ ପୂର୍ବେ ୨୧ ବର୍ଷର ଧନୁଷଙ୍କୁ ଦୁଇ ବର୍ଷ ବଡ ଐଶ୍ବର୍ୟା ରଜନୀକାନ୍ତଙ୍କୁ ଭଲ ପାଇ ବିବାହ କରିଥିଲେ । ଧନୁଷ ଓ ଐଶ୍ବର୍ୟା ୧୮ ନଭେମ୍ବର ୨୦୦୪ରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ୨୦୦୬ରେ ସେ ନିଜର ପୁଅ ଯାତ୍ରାଙ୍କୁ ଜନ୍ମ ଦେଲେ । ୨୦୧୦ରେ ଧନୁଷ ଓ ଐଶ୍ବର୍ୟା ନିଜର ଦ୍ଵିତୀୟ ସନ୍ତାନ ଲିଙ୍ଗାଙ୍କୁ ଜନ୍ମ ଦେଲେ । କିନ୍ତୁ ଏହା ମଝିରେ ଏମିତି ଗୋଟିଏ ସମୟ ଆସିଥିଲା ଯେତେବେଳେ ୨୦୧୧ଐଶ୍ବର୍ୟାଙ୍କ ପିଲାଦିନର ବନ୍ଧୁ ଓ ଅଭିନେତ୍ରୀ ଶ୍ରୁତି ହାସନଙ୍କ ସହ ଧନୁଷଙ୍କ ଅଫେୟାର ଖବର ସାମ୍ନାକୁ ଆସିଥିଲା ।

ଏହି ଖବର ଧନୁଷ ଓ ଐଶ୍ବର୍ୟାଙ୍କ ବିବାହ ଉପରେ ବି ପ୍ରଭାବ ପଡି ଥିଲା । କିନ୍ତୁ ସେହି ସମୟରେ ଧନୁଷ ଓ ଐଶ୍ବର୍ୟା ନିଜର ବିବାହକୁ ସମ୍ଭାଲି ନେଇ ଥିଲେ । ପୁଣି ୨୦୧୬ରେ ପୁଣି ଥରେ ଧନୁଷଙ୍କ ନାଁ ଅନ୍ୟ ଏକ ଅଭିନେତ୍ରୀଙ୍କ ସହ ଯୋଡା ଗଲା । ସାଉଥ ଅଭିନେତ୍ରୀ ଅମଲା ପଲ ଫିଲ୍ମ ମେକର ବିଜୟଙ୍କ ସହ ବିବାହ ଭାଙ୍ଗି ଗଲା । ଖବର ଅନୁସାରେ ଅମଲା ପଲଙ୍କ ବିବାହ ଭାଙ୍ଗିବାର କାରଣ ଧନୁଷଙ୍କ ସହ ତାଙ୍କର ଅଫେୟାର ଥିଲା ବୋଲି କୁହାଯାଉ ଥିଲା । ୩୮ ବର୍ଷର ଧନୁଷଙ୍କ କାହିଁକି ୧୮ ବର୍ଷର ବିବାହ ସମ୍ପର୍କକୁ ଭାଙ୍ଗି ଦେଉଛନ୍ତି ଏହା କେବଳ ଧନୁଷ ଓ ଐଶ୍ବର୍ୟା ହିଁ ଜାଣିଛନ୍ତି ।