ଇଏ ତ କମାଲ ହେଇଗଲା ! ଆମେରିକାରେ ରହି ଭାରତରେ ଚୋରକୁ ଧରିଲେ ମାଲିକ, ଜାଣନ୍ତୁ କିପରି ?

ଆଜିକାଲି ଯୁଗ ହେଉଛି ସିସିଟିଭି ଯୁଗ । ଆପଣ ଯେଉଁଠି ଦେଖିବେ ସେଠି ସିସିଟିଭି ଲାଗିଛି । ଦୋକାନ, ଶୋରୁମ, ଘରେ ଇତ୍ୟାଦି ସବୁ ସ୍ଥାନରେ ସିସିଟିଭି ଲାଗି ଯାଇଛି । କହିବାକୁ ଗଲେ ସିସିଟିଭି ଦ୍ଵାରା ଆପଣ ବହୁତ କିଛି କରି ପାରିବେ । ବିଶେଷ କରି ଚୋରକୁ ଧରିବା ପାଇଁ ଲୋକମାନେ ସିସିଟିଭି ଲଗାଇଥାନ୍ତି । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏହି ସମ୍ବନ୍ଧିତ ଏକ ଘଟଣା ବିଷୟରେ କହିବୁ ।

ଯିଏକି ଏହି ସିସିଟିଭି ଟେକ୍ନୋଲୋଜିର ଭରପୁର ଫାଇଦା ଉଠାଇଛନ୍ତି । କହିବାକୁ ଗଲେ ଉତ୍ତରପ୍ରଦେଶ ରାଜ୍ୟର କାନପୁର ସହର ଗୋଟିଏ ଘରର ମାଲିକ ଆମେରିକାରେ ରହୁଛନ୍ତି ଓ ଭାରତରେ ଥିବା ତାଙ୍କର ଏହି ଘର ବହୁ ଦିନ ହେବ ଖାଲି ପଡିଛି । ଘରେ କେହି ନ ରହିବା କାରଣରୁ ସେ ନିଜର ଘରର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇଛନ୍ତି ଓ ଆମେରିକାରେ ବସି କ୍ୟାମେରା ଦ୍ଵାରା ମୋବାଇଲ ସାହାର୍ଯ୍ୟରେ ସବୁ ଦେଖୁଛନ୍ତି ।

ଦିନେ ଅଚାନକ ଘରର ମାଲିକ ଦେଖିଲେ କି ତାଙ୍କ ଘରେ ଚାରି ଜଣ ଚୋର ପସିଛନ୍ତି ଓ ସବୁଠୁ ବଡ କଥା ହେଉଛି କି ସେମାନେ ସିସିଉଆଇଭି କ୍ୟାମେରାକୁ ଦେଖି ଭୟଭୀତ ବି ହେଉ ନାହାନ୍ତି କିମ୍ବା ତାକୁ ଭାଙ୍ଗୁ ନାହାନ୍ତି । ସେହି ସମୟରେ ଭାରତରେ ମଧ୍ୟ ରାତ୍ରି ଓ ଆମେରିକାରେ ଦିନ ଥିଲା । ଅନ୍ୟ ପଟେ ଘରର ମାଲିକ ଏହା ଦେଖିବା ପରେ ସେ ସଙ୍ଗେ ସଙ୍ଗେ ନିଜ ଘର ପାଖର ଥିବା ପଡୋଶୀ ଓ ପୋଲିସକୁ ଏହା ବିଷୟରେ ସୂଚନା ଦେଲେ ।

ପୋଲିସ ବି ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ପହଞ୍ଚି ପୁରା ଘରକୁ ଘେରି ଗଲେ । ସବୁଠୁ ବଡ କଥା ହେଉଛି କି ଚୋରଙ୍କ ପାଖରେ ବନ୍ଧୁକ ଥିଲା ଓ ସେମାନେ ପୋଲିସ ଉପରେ ଫାଇରିଙ୍ଗ ବି କରିଲେ । ପୋଲିସ ଓ ଚୋର ମଧ୍ୟରେ କିଛି ସମୟ ଫାଇରିଙ୍ଗ ବି ଚାଲିଲା । କିନ୍ତୁ ଶେଷରେ ପୋଲିସମାନେ ଚୋରକୁ ଧରିବାରେ ସଫଳ ହେଲେ ।

ଏହା ମଧ୍ୟରେ ଗୋଟିଏ ଚୋରକୁ ଗୁଳି ବି ଲାଗିଲା ଓ ପୋଲିସ ତାକୁ ଆହାତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅନ୍ୟ ସମସ୍ତଙ୍କୁ ପୋଲିସ ଗିରଫ କରି ଜେରା କରୁଛି । ସେମାନେ କେଉଁ ସ୍ଥାନରୁ ଆସିଥିଲେ ପୋଲିସ ଏହା ବିଷୟରେ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି ।