ସଲମାନ ଖାନଙ୍କ ଫିଲ୍ମ ହମ ଆପକେ ହେ କୌନରେ ନଜର ଆସିଥିବା ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର

୧୯୯୪ ମସିହାର ଫିଲ୍ମ୍ “ହମ୍ ଆପକେ ହେ କୌନ୍” ସେହି ସମୟରେ ଅତି ଲୋକପ୍ରିୟ ଫିଲ୍ମ୍ ଥିଲା । ସୁରଜ୍ ବଡ଼ଜାତିଆ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍ ଖାନ୍ ଓ ମାଧୁରୀ ଦୀକ୍ଷିତ ମୁଖ୍ୟ ଭୂମିକାରେ ମନ କୁ ଛୁଇଁବା ପରି ଅଭିନୟ କରିଥିଲେ । ସେହିପରି ଅନ୍ୟ କଳାକାର ମାନେ ମଧ୍ୟ ନିଜ ଭୂମିକାରେ ସୁନ୍ଦର ଭାନେ ଅଭିନୟ କରିଥିଲେ । କିନ୍ତୁ ଆପଣ କଣ ସେମାନଙ୍କର ରିୟଲ୍ ଲାଇଫ୍ ପାର୍ଟନର ଙ୍କୁ ଜାଣିଛନ୍ତି କି ଯେଉଁମାନେ ସେମାନଙ୍କ ଠୁ ମଧ୍ୟ ସଫଳ ଅଟନ୍ତି । ଚାଲନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଅନୁପମ ଖେର୍

ଏହି ଫିଲ୍ମରେ ପ୍ରଫେସର ସିଦ୍ଧାର୍ଥ ଚୌଧୁରୀ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ଅନୁପମ ଖେର୍ । ଯିଏ ନିଶା ଓ ପୂଜା ଙ୍କ ପିତା ଥିଲେ । ଏହି ଚରିତ୍ରରେ ସେ ଖୁବ୍ ଭଲ ଅଭିନୟ କରି ନାମ କମାଇଥିଲେ । ୧୯୮୫ ମସିହାରେ ସେ ଅଭିନେତ୍ରୀ କିରଣ ଖେର୍ ଙ୍କୁ ବିବାହ କରିଥିଲେ । ତାଙ୍କ ପୁଅଙ୍କ ନାମ ସିକନ୍ଦର ଖେର୍ ଓ ସେ ମଧ୍ୟ ଜଣେ ଅଭିନେତା ।

କିରଣ ଖେର୍ ବଲିଉଡ୍ ରେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି । ତନ୍ମଧ୍ୟରୁ ମାଆ ର ଚରିତ୍ରରେ ସେ ପ୍ରସିଦ୍ଧ । ବୀରଜାରା, ହମତୁମ୍, ଦେବଦାସ, ମେଁ ହୁଁ ନା ଆଦି ହିଟ୍ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଏବେ ସେ ଅଭିନୟ ରୁ ବ୍ରେକ ନେଇ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ସାୟଲ ଚଢ଼ା

ଏହି ଫିଲ୍ମରେ ସାୟଲ୍ ଚଢ଼ା ରିତା ଚରିତ୍ରରେ ଅଭିନୟ କରିଥିଲେ । ଯିଏ ସବୁବେଳେ ପ୍ରେମ୍ ଙ୍କୁ ବିବାହ କରିବାକୁ ତାଙ୍କ ପଛରେ ପଡୁଥିଲେ । ଏହି ଫିଲ୍ମର ଗୀତ “ଦିଦି ତେରା ଦେୱର୍ ଦିୱାନା” ରେ ସେ କରିଥିବା ଅଭିନୟକୁ ଲୋକ ଆଜି ବି ମନେ ରଖିଛନ୍ତି । ସେ ନିମାଇ ବାଲି ଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଗୋଟେ ୮ ବର୍ଷର ଝିଅ ମଧ୍ୟ ଅଛି । ନିମାଇ ବାଲି ଛୋଟ ପରଦାର ଜଣେ ସୁପରିଚିତ ଅଭିନେତା । ସେ ଭାବି, କୁମକୁମ୍, ରେହନେ ବାଲି ମେହଲୋ କି ଓ ବାଲିକା ବଧୁ ପରି ସୁପର ହିଟ୍ ଧାରାବାହିକ ଗୁଡିକରେ କାମ କରିଛନ୍ତି । ସେ ନକାରାତ୍ମକ ଚରିତ୍ରରେ ଅଭିନୟ କରି ମଧ୍ୟ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି ।

ମୋହସିନ୍ ବେହେଲ

ଏହି ଫିଲ୍ମରେ ପ୍ରେମ୍ ର ବଡ଼ ଭାଇ ରାଜେଶ ଚରିତ୍ରରେ ମୋହସିନ ବେହେଲ ଅଭିନୟ କରିଥିଲେ । ସେ ଏଥିରେ ଜଣେ ଭଲ ଭାଇ ଓ ଭଲ ସ୍ୱାମୀର ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ପତ୍ନୀ ଏକତା ସୋନୀଙ୍କୁ ସେ ୧୯୯୨ ମସିହାରେ ବିବାହ କରିଥିଲେ । ପ୍ରନୂତନ ଓ କ୍ରୀଷ୍ଣା ନାମକ ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି । ତାଙ୍କ ପତ୍ନୀ ଏକତା ତେହେଲକା, ନଜର କେ ସାମନେ, ସାଜନ୍, ପାପ୍ କି କମାଇ ଓ ହସିନା ଓର୍ ନାଗିନା ପରି ଫିଲ୍ମରେ କାମ କରିଛନ୍ତି ।

ମାଧୁରୀ ଦୀକ୍ଷିତ

ପ୍ରେମ୍ ଙ୍କ ପ୍ରେମିକା ଓ ରାଜେଶ ଙ୍କ ଶାଳୀ ନିଶା ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସେ ଏହି ଚରିତ୍ରରେ ଖୁବ୍ ଭଲ ଅଭିନୟ କରିଥିଲେ, ଯାହା ଦର୍ଶକ ଆଜି ବି ମନେ ରଖିଛନ୍ତି । ତାଙ୍କ ସ୍ଵାମୀ ଶ୍ରୀରାମ ନେନେ ଙ୍କୁ ସେ ୧୯୯୯ ମସିହାରେ ବିବାହ କରିଥିଲେ ଓ ତାଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି । ମାଧୁରୀ ଙ୍କ ସ୍ବାମୀ ଆମେରିକାର ଜଣେ ପ୍ରସିଦ୍ଧ ହାର୍ଟ ସର୍ଜନ ଅଟନ୍ତି ଓ ଏବେ ସେ ପୁରା ଦୁନିଆରେ ମଧ୍ୟ ପରିଚିତ ।

ରେଣୁକା ସାହାଣେ

ଏହି ଫିଲ୍ମ୍ ରେ ସେ ପୂଜା ତଥା ରାଜେଶଙ୍କ ପ୍ରଥମ ପତ୍ନୀ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କ ସ୍ଵାମୀ ହେଉଛନ୍ତି ଆଶୁତୋଷ ରାଣା । ସେ ତାଙ୍କୁ ୨୦୦୧ ମସିହାରେ ବିବାହ କରିଥିଲେ ଓ ତାଙ୍କର ମଧ୍ୟ ଦୁଇ ପୁଅ ଅଛନ୍ତି । ଆଶୁତୋଷ ରାଣା ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତା । ସେ ହିନ୍ଦୀ ଫିଲ୍ମ୍ ସହ ମରାଠୀ, ତେଲୁଗୁ, କନ୍ନଡ଼ ଓ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।