ବିଡେନ କଲେ ଭାରତର ସମର୍ଥନ, ଏହି ରଣନୀତିରେ ଭାରତର ସାଥ ଦେବ ଆମେରିକା

କହିବାକୁ ଗଲେ ଗତକାଲି ଭାରତ ପାଇଁ ସବୁଠୁ ବଡ ଏକ ଖବର ସାମ୍ନାକୁ ଆସୁଛି । ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଛି ଓ ଏହି ଫୋନ କଳ ମାଧ୍ୟମରେ ଭାରତ ଜୋ ବିଡେନକୁ ବହୁତ ବଡ ସମର୍ଥନ ଦେଇଛନ୍ତି । ଏହି ସମର୍ଥନ ଯେଉଁ ବିଷୟ ଉପରେ ଦିଆଯାଇଛି ଯଦି ନ ଦିଆଯାଇ ଥାନ୍ତା ତେବେ ଏହା ଭାରତ ପାଇଁ ବହୁତ ବଡ ଅସୁବିଧା ହୋଇ ଯାଇ ଥାନ୍ତା ।

କାରଣ ଭାରତ ଏହା ଉପରେ ପାଖାପାଖି ୬ –  ୭ ବର୍ଷ ହେବ କାମ କରି ଆସୁଅଛି । ଚୀନ ବିରୁଦ୍ଧରେ ଭାରତର ଏହା ବହୁତ ବଡ ହଥିୟାର ଅଟେ । ଏହାରି ବଳରେ ଭାରତ ପୁରା ଦୁନିଆକୁ ଚୀନ ବିରୁଦ୍ଧରେ ଏକଜୁଟ କରି ପାରିବ ।

ଏମିତିରେ ଆମିରିକାର ରାଷ୍ଟ୍ରପତି ଜୋ ବିଡେନ କହିଦେଇଛନ୍ତି କି ଭାରତର ଏହି ପରିଶ୍ରମ ଉପରେ ସେ ପାଣି ପକାଇବେ ନାହିଁ । ସେ ଭାରତର ସାଥ ନିଶ୍ଚିତ ଦେବେ । ଏମିତିରେ ଏହା ଭାରତ ପାଇଁ ବହୁତ ବଡ ଖୁସିର ଖବର ଅଟେ ଓ ଚୀନ ପାଇଁ ଏହା ବହୁତ ବଡ ଝଟକା ଅଟେ । କାରଣ ଚୀନ ଚିନ୍ତା କରିଥିଲା କି ଜୋ ବିଡେନ ସ୍ଥିତିକୁ ଠିକ କରିଦେବେ । ଏମିତିରେ ଚାଳନ୍ତୁ ଜାଣିବା ଆମେରିକାର ଭାରତର ସାଥ ଦେବା ଦ୍ଵାରା ଚୀନକୁ କଣ ଅସୁବିଧା ହୋଇପାରେ ।

କହିବାକୁ ଗଲେ ଆପଣ ସମସ୍ତେ ଜାଣିଛନ୍ତି କି ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ଜିତିବା ପରେ ଭାରତ ପାଇଁ ବହୁତ ଅସୁବିଧା ହୋଇ ଯାଇଥିଲା । କାରଣ ଜୋ ବିଡେନ କହିଥିଲେ କି ସେ ଚୀନ ସହ ଟ୍ରେଡ ୱାର ଶେଷ କରିଦେବେ ଓ ଏହା ଛଡା ଚୀନ ସହ ଯେଉଁ ବିବାଦ ଚାଲୁଅଛି ସେ ତାକୁ ବି ସମଧାନ କରିଦେବ । କିନ୍ତୁ ଏହି ସବୁ ଜିନିଷ ଦ୍ଵାରା ଭରତକୁ କୌଣସି ପ୍ରକାରର ଅସୁବିଧା ନ ଥିଲା । ଭାରତକୁ ଅସୁବିଧା ଥିଲା ଇଣ୍ଡୋ ପ୍ୟାସିଫିକ ରଣନୀତିକୁ ନେଇ ।

ଆପଣଙ୍କୁ କହିଦେଉଛୁ କି ଇଣ୍ଡୋ ପ୍ୟାସିଫିକ ରଣନୀତି ପାଇଁ ରୁସ ଭାରତକୁ ସମର୍ଥନ କରି ନ ଥିଲା । କାରଣ ରୁସ କହିଥିଲା କି ଏହି ରଣନୀତିରେ ଚୀନକୁ ଏକ ପ୍ରକାରର ଅଲଗା କରା ଯାଉଛି । ଯାହାକୁ ଆମେ ସ୍ଵୀକାର କରିବୁ ନାହିଁ । କିନ୍ତୁ ଏହା ସତ୍ବେ ବି ଭାରତ ନିଜର ରଣନୀତିକୁ ଆଗକୁ ବଢାଇ ଥିଲା । ବର୍ତ୍ତମାନ ଜାଣି ନିଅନ୍ତୁ କି ଇଣ୍ଡୋ ପ୍ୟାସିଫିକ କଣ ଅଟେ । କହିବାକୁ ଗଲେ ଇଣ୍ଡୋ ପ୍ୟାସିଫିକ ଓ ଏସିଆ ପ୍ୟାସିଫିକ ଦୁଇଟି ଟର୍ମ ଅଛି ।

ଅର୍ଥାତ ଯଦି କୌଣସି ଦେଶ ଏସିଆ ପ୍ୟାସିଫିକ ଟର୍ମ ବ୍ୟବହାର କରୁଛି ତେବେ ସେ ପୁରା ଏସିଆରେ ଚୀନକୁ ନମ୍ବର ୧ ମନେ କରୁଛି । ଅନ୍ୟ ପଟେ ଯଦି କୌଣସି ଦେଶ ଇଣ୍ଡୋ ପ୍ୟାସିଫିକ ଟର୍ମକୁ ବ୍ୟବହାର କରୁଛି ତେବେ ପୁରା ଏସିଆରେ ସେ ଭାରତ ଓ ଆମେରିକାକୁ ନମ୍ବର ୧ ମନେ କରିବ । ଏମିତିରେ ଆମେରିକା ଇଣ୍ଡୋ ପ୍ୟାସିଫିକ ରଣନୀତିରେ ଭାରତକୁ ସମର୍ଥନ କରି ଚୀନକୁ ବହୁତ ବଡ ଝଟକା ଦେଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।