Vastu Tips- ଲୁଣର ଏହି ଉପାୟ ବନେଇଥାଏ ସବୁଠୁ ଜଲ୍ଦି କୋଟିପତି, ଆପଣ ବି ବନିପାରିବେ ଧନବାନ

ଆଜି ଆମେ ଆପଣଙ୍କୁ ଲୁଣର ଏମିତି ଏକ ଉପାୟ କହିବୁ ଯାହା ଦ୍ଵାରା ଆପଣ ବହୁତ ଶୀଘ୍ର ଧନବାନ ହୋଇଯିବେ ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ । କହିବାକୁ ଗଲେ ଲୁଣ ଏମିତି ଏକ ଜିନିଷ ଅଟେ ଯାହା ଖାଇବା ସମୟରେ ନିହାତି ଆବଶ୍ୟକ ହୋଇଥାଏ । ଯେଉଁ ଦିନ ଠାରୁ ଲୁଣ ବ୍ୟବହାର ଆରମ୍ଭ ହେଲା ସେହି ଦିନ ଠାରୁ ବିଶ୍ୱାସ ଅଛି କି ଏଥିରେ ନକରାତ୍ମକ ପ୍ରଭାବକୁ ଦୂର କରିବାର ଶକ୍ତି ଅଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣ ଘର ସକାରତ୍ମକ ପ୍ରଭାବକୁ ବୃଦ୍ଧି କରିଥାଏ ।

କୁହାଯାଏ ଯେଉଁ ସ୍ଥାନରେ ଲୁଣ ନ ଥାଏ ସେହି ସ୍ଥାନରେ ଭୁତ ପ୍ରେତ ବାସ କରନ୍ତି ଓ ଘରର ଶୁଖ ଶାନ୍ତି ନଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଲୁଣ ଚମତ୍କାର ଗୁଣ ଯାହା ଦ୍ୱାରା ମନୁଷ୍ୟ ଧନ ବାନ ହୋଇଯାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣରେ କିଛି ଆକର୍ଷକ ଗୁଣ ଥାଏ ସେଥିପାଇଁ ଗୁଣି ଗାରେଡି କାର୍ଯ୍ୟରେ ବି ଲୁଣର ବ୍ୟବହାର କରାଯାଏ । ଶାସ୍ତ୍ର ଅନୁସାରେ ଲୁଣର ଯଦି ସଠିକ ଭାବରେ ପ୍ରୟୋଗ କରାଯାଏ ତେବେ ଏହା ଆପଣଙ୍କୁ ରାତା ରାତି ଧନ ବାନ କରିଦେବ ।

୧- ଲୁଣ ଓ କାଚ ଏହି ଦୁଇଟି ରାହୁର କାରକ ଅଟେ । ସେଥିପାଇଁ ଲୁଣକୁ ଏକ କାଚ ପାତ୍ରରେ ରଖି ଶୌଚାଳୟରେ ରଖିଲେ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ଓ ଶୌଚାଳୟରେ ଥିବା କିଟାଣୁ ମଧ୍ୟ ଦୂର ହୋଇଥାଏ ।

୨- ଘର ପୋଛିବା ସମୟରେ ପାଣିରେ କିଛି ଲୁଣ ମିଶାଇ ପୋଛିବା ଦ୍ୱାରା ଘରର ଧନର ଅଭାବ ଦୂର ହେବା ସହ ଆପଣ ଶୀଘ୍ର ମାଲାମାଲ ହୋଇଯିବେ । ଏହି ଲୁଣ ଘରର ନକାରାତ୍ମକ ପ୍ରଭାବକୁ ଦୂର କରି ସକାରାତ୍ମକ ପ୍ରଭାବକୁ ବୃଦ୍ଧି କରିଥାଏ । ଏହା ସହିତ ଗୃହରେ ଲକ୍ଷ୍ମୀଙ୍କ ପ୍ରବେଶ ବି ହୋଇଥାଏ ।

୩- ଲୁଣ କୁ ଏକ କାଚ ବୋତଳରେ ରଖି ସେଥିରେ ଚାରି ପାଞ୍ଚଟି ଲବଙ୍ଗ ପକାଇ ରଖିବା ଦ୍ୱାରା ଘରେ ଧନର ଅଭାବ ରୁହେ ନାହିଁ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ।

୪- ଲୁଣ ମିଶ୍ରିତ ପାଣିରେ ହାତ ଗୋଡ ଧୋଇବା କିମ୍ବା ଗାଧୋଇବା ଦ୍ୱାରା ଶରୀର ଫ୍ରେସ ହେବ ସହ ଶରୀରକୁ ପଜିଟିଭ ଶକ୍ତି ମିଳିଥାଏ । ଏହା ସହ ଏହି ପାଣିରେ ଗାଧୋଇବା ଦ୍ଵାରା ନିଦ ଭଲ ହୋଇଥାଏ ଓ ସମସ୍ତ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।

 

୫- ସବୁ ଶନିବାର ଦିନ କିଛି ଲୁଣ, ୨୦୦ ଗ୍ରାମ ଚଣା ଡାଲି, ୫୦୦ ଗ୍ରାମ ଚାଉଳ ଓ କିଛି ନାଲି ଲଙ୍କା ଦାନ କରିବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ । ଏହା ସହିତ ଘରେ କୌଣସି ପ୍ରକାର ଧନର ଅଭାବ ରୁହେ ନାହିଁ । ଶନିଙ୍କ ଖରାପ ଦୃଷ୍ଟି ବି ଦୂର ହୋଇଥାଏ । ଏହା ସହିତ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ବି ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।