ଫିଲ୍ମ ‘Sholay’ ର ଗବ୍ବର (Amjad Khan)ଙ୍କ ପରିବାରର ଇତିହାସ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

୧୯୭୫ରେ ଆସିଥିବା ସୁପର ଡୁପର ହିଟ ଫିଲ୍ମ ‘ଶୋଲେ’ର ସମସ୍ତ କିରଦାରଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । କିନ୍ତୁ ଏହି ଫିଲ୍ମରେ ସବୁଠୁ ଅଧିକ ଯଦି କାହାକୁ ନୋଟିସ କରାଯାଇଥିଲା ତେବେ ସେ ହେଉଛନ୍ତି ଅମଜଦ ଖାନ । ଯିଏ ଏହି ଫିଲ୍ମକୁ ନିଜର ଡାଇଲାଗ ଦ୍ଵାରା ଆହୁରି ଅଧିକ ଲୋକପ୍ରିୟ କରିଦେଲେ । ଆଜି ବି ଲୋକମାନେ ଏହି ଫିଲ୍ମ ଡାଇଲାଗ ଶୁଣିବା ପାଇଁ ପସନ୍ଦ କରିଥାନ୍ତି । ସେହି ସମୟରେ ଅଜମଦ ଖାନ ନିଜର ଗବ୍ବର ଭୂମିକା ଦ୍ଵାରା ଲୋକମାନେ ମଧ୍ୟରେ ବହୁତ ପ୍ରଶଂସିତ ମଧ୍ୟ ହୋଇଥିଲେ ।

କହିବାକୁ ଗଲେ ଆପଣ ଅଜମଦ ଖାନଙ୍କ ବିଷୟରେ ବହୁତ କିଛି ଜାଣିଥିବେ କିନ୍ତୁ କଣ ଆପଣ ତାଙ୍କର ପରିବାର ବିଷୟରେ ଜାଣିଛନ୍ତି । ତେବେ ଚାଳନ୍ତୁ ଜାଣିବା । କହିବାକୁ ଗଲେ ଅଜମଦ ଖାନଙ୍କ ପିତା ଜଣେ ଅଭିନେତା ଥିଲେ ଓ ସେ ବହୁତ ସୁପର ହିଟ ଫିଲ୍ମରେ କାମ ମଧ୍ୟ କରିଛନ୍ତି ।

ବିଭାଜନ ପୂର୍ବରୁ ସେ ପାକିସ୍ତାନରେ ରହୁଥିଲେ । କିନ୍ତୁ ୧୯୪୭ର ବିଭାଜନ ପରେ ସେ ଅଭିନୟ ଦୁନିଆକୁ ବାଛି ମୁମ୍ବାଇ ଆସିଗେଲ । ଏହା ପରେ ନିଜର ମାତା ପିତାଙ୍କ ଦ୍ଵାରା ପସନ୍ଦ କରାଯାଇଥିବା ଝିଅକୁ ବିବାହ କରିଲେ । ଏହି ବିବାହ ପରେ ଜୟନ୍ତଙ୍କୁ ଅଜମଦ ଖାନ, ଇମ୍ତିୟାଜ ଖାନ, ଇନାୟତ ଖାନ ତିନୋଟି ସନ୍ତାନଙ୍କ ଦମ୍ପତ୍ତି ହେଲେ । କିନ୍ତୁ ଅଚାନକ ଜୟନ୍ତ ଖାନ ୧୯୭୫ରେ ଏହି ଦୁନିଆକୁ ଛାଡି ଚାଲିଗଲେ ଓ ତାଙ୍କର ପତ୍ନୀ ବି ଏହି ଦୁନିଆରେ ଆଉ ନାହାନ୍ତି ।

ଯଦି ଅଜମଦ ଖାନଙ୍କ ଭାଇ ଇମ୍ତିୟାଜ ଖାନଙ୍କ ବିଷୟରେ କହିବା ତେବେ ସେ ବି ନିଜ ପିତାଙ୍କ ଭଳି ଜଣେ କଳାକାର ଅଟନ୍ତି । ଯିଏ ଟିଭିର ପ୍ରସିଦ୍ଧ ଅଭିନେତ୍ରୀ କୃତିକା ଦେସାଈ ଖାନଙ୍କୁ ବିବାହ କରିଛନ୍ତି । କିନ୍ତୁ ଦୁଖର କଥା ଇମ୍ତିୟାଜ ଖାନ ଆଉ ଏହି ଦୁନିଆରେ ନାହାନ୍ତି । ଇନାୟତ ଖାନ ବି ନିଜ ପିତାଙ୍କ ଭଳି ଅଭିନୟ କ୍ୟାରିୟରକୁ ବାଛିଛନ୍ତି । କିନ୍ତୁ ସେ ପାକିସ୍ତାନର ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ କାମ କରନ୍ତି । ଯାହାଙ୍କୁ ଶେଷ ଥର ପାଇଁ ପାକିସ୍ତାନର ଏକ ସିରିୟଲରେ ଦେଖାଯାଇଥିଲା ।

ଯଦି ଅମଜଦ ଖାନଙ୍କ ବିଷୟରେ କହିବା ତେବେ ତାଙ୍କର ଅଭିନୟକୁ ଦର୍ଶକମାନେ ଆଜି ବି ବହୁତ ପସନ୍ଦ କରନ୍ତି । ସେ ବଲୀଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଦୁଃଖର କଥା ଏହା ଅଟେ କି ଅମଜଦ ଖାନଙ୍କ ଭଳି ଦମଦାର କଳାକାର ବହୁତ କମ ବୟସରେ ଅର୍ଥାତ ୨୨ ଜୁଲାଇ ୧୯୯୨ରେ ମୁମ୍ବାଇରେ ମାତ୍ର ୫୨ ବର୍ଷ ବୟସରେ ହୃଦଘାଟ କାରଣରୁ ଏହି ଦୁନିଆକୁ ଛାଡି ଚାଲିଗଲେ ।

ଯଦି ତାଙ୍କର ପର୍ସନାଳ ଲାଇଫ ବିଷୟରେ କହିବା ତେବେ ଅମଜଦ ଖାନ ୧୯୭୨ରେ ବଲୀଉଡର ଜଣା ଶୁଣା ଅଭିନେତ୍ରୀ ଶୈଲା ଖାନଙ୍କୁ ବିବାହ କରିଥିଲେ । ଶାଦାବ ଖାନ, ଅହଲାମ ଖାନ ଓ ସୀମାବ ଖାନ ତିନୋଟି ସନ୍ତାନର ପିତା ହୋଇଥିଲେ । କହିଦେଉଛୁ କି ଅମଜଦ ଖାନ ଓ କଳ୍ପନା ଅୟରଙ୍କ ସହ ଅଫେୟାର ବି ଥିଲା । କିନ୍ତୁ ଏହା ସତ୍ବେ ସେ ନିଜର ପତ୍ନୀଙ୍କ ସହ ରିଲେଶଂସିପକୁ ବହୁତ ଭଲ ଭାବରେ ପାଳନ କରିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।