ବଲୀଉଡ ହିରୋଇନ ମାନଙ୍କ ଅଜବ ସଉକ, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବଲୀଉଡ ଷ୍ଟାରମାନେ ନିଜର ଷ୍ଟାଇଲ ଓ ସୁନ୍ଦରତା ଦ୍ଵାରା ପୁରା ଦୁନିଆରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଏହା ସହିତ ଏମାନେ ପୁରା ଦୁନିଆରେ ବହୁତ ପପୁଳାର ବି ଅଟନ୍ତି । କିନ୍ତୁ ଯେମିତି ଏମାନଙ୍କ ପପୁଲାରିଟି ଦିନକୁ ଦିନ ବଢିବାକୁ ଲାଗେ ସେମିତି ସେମାନଙ୍କ ଡିମାଣ୍ଡ ଓ ନଖରା ବି ବଢିବାକୁ ଲାଗେ । ଏମିତିରେ ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଷ୍ଟାରମାନଙ୍କ ଅଦ୍ଭୁତ ନଖରା ବିଷୟରେ କହିବାକୁ ଯାଉଛୁ । କିଛି ବଲୀଉଡ ଷ୍ଟାର ଅଛନ୍ତି ଯାହାଙ୍କୁ ଅଦ୍ଭୁତ ସଉକ ଅଛି ।

ସାରା ଅଲି ଖାନ

ବଲିଉଡର ଚୁଲବୁଲି ହିରୋଇନ ସାରା ଅଲି ଖାନଙ୍କୁ ପିଙ୍କ ରଙ୍ଗ ଭାରି ଭଲ ଲାଗେ । ସେ ସବୁବେଳେ ପିଙ୍କ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି । ଏହା ଛଡା ତାଙ୍କୁ ନିଜର ନେଲ ପେଣ୍ଟକୁ ସବୁବେବେଳେ ଚେଞ୍ଜ କରିବାକୁ ଭଲ ଲାଗେ । ସାରା ନିଜର ଆଉଟ ଫିଟ ସହ ନିଜର ନେଲ ପେଣ୍ଟକୁ ମଧ୍ୟ ସେୟାର କରନ୍ତି ।

ଜାହ୍ନବୀ କପୁର

ଜାହ୍ନବୀ କପୁରଙ୍କୁ ମଧ୍ୟ ପିଙ୍କ ରଙ୍ଗ ଭଲ ଲାଗେ । ସେ ସବୁବେଳେ ତାଙ୍କ ପାଖରେ ଏକ ପିଙ୍କ ରଙ୍ଗର ବୋତଲ ବି ରଖନ୍ତି । ତାଙ୍କୁ ଏହା ଏତେ ପସନ୍ଦ ଅଟେ କି ସେ ତାର ଗୋଟିଏ ନାମ ବି ରଖିଛନ୍ତି ଏହାର ନାମ ଚୁସ୍କି ଅଟେ ।

ସନି ଲିୟୋନି

ସନି ଲିୟୋନି ନିଜ ଗୋଡ଼କୁ ଅଧିକ ଭଲ ପାଆନ୍ତି । ସେ ସମୟ ସମୟରେ ନିଜର ଗୋଡ଼ ଧୋଇବାକୁ ପସନ୍ଦ କରନ୍ତି । ସେ ଶୁଟିଙ୍ଗ ଚାଲୁଥିବା ସମୟରେ ବି ଶୁଟିଙ୍ଗକୁ ଛାଡି ମଝିରେ ମଝିରେ ଗୋଡ ଧୋଇବାକୁ ଚାଲି ଯାଆନ୍ତି ।

କରିନା କପୁର

କରିନା କପୁର ଯେତେବେଳେ ବଲିଉଡରେ ଡେବ୍ୟୁ କରିଥିଲେ ତେବେ ସେହି ସମୟରେ ସେ ଏତେ ଫିଟ ନ ଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କୁ ଫିଟନେସର ଏମିତି ନିଶା ଲାଗିଲା କି ସେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ନିଜର ଫିଟନେସ ଉପରେ ଧ୍ୟାନ ରଖୁଛନ୍ତି । ଅନ୍ୟ ମାନଙ୍କ ପାଇଁ ବି ସେ ଫିଟନେସ ଆଇକନ ହୋଇ ଯାଇଛନ୍ତି । ‘ଟସନ’ ଫିଲ୍ମରେ ତାଙ୍କ ଜିରୋ ସାଇଜ ବାଲା ଫିଗର ଦେଖା ଯାଇ ଥିଲା । ଯେଉଁଥିରେ ଜଣା ପଡୁ ଥିଲା କି ସେ କେଉଁ ସମୟରେ ବି ବେହୋସ ହୋଇ ପଡି ଯିବେ । କାରଣ ସେ ସେହି ସମୟରେ ବହୁତ ପତଳା ହୋଇ ଯାଇ ଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ନିଜର ଫିଗରକୁ ମେଣ୍ଟେନ କରି ରଖିଛନ୍ତି ।

ଆଲିୟା ଭଟ୍ଟ

ଆଲିୟା ଭଟ୍ଟଙ୍କୁ ବିଲେଇ ଅଧିକ ପସନ୍ଦ ଅଟେ । ତାଙ୍କ ପାଖରେ ତିନୋଟି ବିଲେଇ ଅଛି । ତାଙ୍କର ନାମ ଏଡ଼ବାର୍ଡ, ଶିବା ଓ ପିକା ରଖିଛନ୍ତି ।

ଦୀପିକା ପାଦୁକୋନ

ଦୀପିକା ପାଦୁକୋନଙ୍କୁ ସବୁବେଳେ ସବୁ ଜିନିଷ ପରଫେକ୍ଟ ହୋଇଥିବା ଦରକାର । ତାଙ୍କୁ ନିଜର ସବୁ ଜିନିଷ ଠିକ ଜାଗାରେ ରହିଥିବା ଦରକାର ଓ ସବୁ ଜିନିଷ ସଠିକ ଭାବରେ ଆୟୋଜନ ହୋଇଥିବା ଦରକାର ।

ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ସବୁବେଳେ ଭଲ ଭଲ ଜୋତା ପିନ୍ଧିବାକୁ ପସନ୍ଦ କରନ୍ତି । ତାଙ୍କ ପାଖରେ ବହୁତ ଦାମୀ ଦାମୀ ବ୍ରାଣ୍ଡର ଜୋତା ଅଛି । ଏହା ସହିତ ତାଙ୍କୁ ଭଲ ଭଲ ବ୍ରାଣ୍ଡର ହ୍ୟାଣ୍ଡ ବ୍ୟାଗ ବି ରଖିବାକୁ ପସନ୍ଦ ଅଟେ । ପ୍ରିୟଙ୍କା ଚୋପଡା ୧୨୦ରୁ ବି ଅଧିକ ବ୍ରାଣ୍ଡର ଜୋତା ରଖିଛନ୍ତି ।

ଦିଶା ପଟାନୀ

ଦିଶା ପଟାନୀଙ୍କୁ ନିଜର ଇଂସ୍ଟଗ୍ରାମରେ ନୂଆ ନୂଆ କ୍ୟାପସନ ଶେୟାର କରିବାକୁ ଭଲ ଲାଗେ । ଦିଶା ନିଜର କୌଣସି ବି ଫଟୋକୁ ବିନା କ୍ୟାପ୍ସନରେ ଶେୟାର କରନ୍ତି ନାହିଁ ।

ସୋନମ କପୁର

ସୋନମ କପୁରଙ୍କୁ ବିଭିନ୍ନ ଡିଜାଇନର ପୋଷାକ ପିନ୍ଧିବାକୁ ଭଲ ଲାଗେ । ଆପଣଙ୍କୁ ସୋନମ କପୁରଙ୍କ ଆଲମାରିରେ କେବଳ ଡିଜାଇନରମାନଙ୍କ ପୋଷାକ ଦେଖିବାକୁ ମିଳିବ । ଏହା ଛଡା ତାଙ୍କୁ ଡିଜାଇନର ହ୍ୟାଣ୍ଡ ବ୍ୟାଗ ବି ରଖିବାକୁ ଭଲ ଲାଗେ ।

କଙ୍ଗନା ରନୌତ

କଙ୍ଗନା ରନୌତଙ୍କୁ ଟାଟୁ କରିବା ପାଇଁ ଭଲ ଲାଗେ ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଥର ଟାଟୁ କରି ସାରିଛନ୍ତି । ତାଙ୍କର ସବୁଠୁ ଫେମସ ଟାଟୁ ତାଙ୍କ ବେକ ପଛ ପଟେ ଅଛି । ଯାହାକି ଗୋଟିଏ ଖଣ୍ଡା ଉପରେ ପର ଲାଗି ଥିଲା ଭଳି ଦେଖାଯାଏ ।

ବିପାଶା ବାସୁ

ବିପାଶା ବାସୁଙ୍କୁ ଘଡି ପିନ୍ଧିବାକୁ ବହୁତ ଭଲ ଲାଗେ । ତାଙ୍କୁ ସବୁ ବ୍ରାଣ୍ଡର ଘଡି ପିନ୍ଧବାକୁ ଭଲ ଲାଗେ । ତାଙ୍କର ବଡ ବଡ ବ୍ରାଣ୍ଡର ଘଣ୍ଟାର କଲେକ୍ସନ ବି ଅଛି ।

ବିଦ୍ୟା ବାଲନ

ବିଦ୍ୟା ବାଲନଙ୍କୁ ଶାଢ଼ୀ ପିନ୍ଧିବାକୁ ବହୁତ ଭଲ ଲାଗେ । ସେ କୌଣସି ବି ଜାଗାକୁ ବି ଯାଆନ୍ତୁ ନା କାହିଁକି ସେ ସବୁବେଳେ ଶାଢ଼ୀ ପିନ୍ଧି ଯାଆନ୍ତି । ତାଙ୍କ ପାଖରେ ୮୦୦ରୁ ବି ଅଧିକ ଶାଢ଼ୀ ଅଛି ।