ରାଜ୍ୟ ସରକାର ଜାରି କଲେ ଅଗଷ୍ଟ ମାସର ଗାଇଡ ଲାଇନ, ଦେଖନ୍ତୁ କେଉଁ ସବୁ ଜିନିଷ ଉପରେ ଲାଗିଲା କଟକଣା

ଦିନକୁ ଦିନ କାରୋନାର ବଢୁଥିବା ମାମଲା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏତେ କଟକଣା ସତ୍ବେ ବି ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ଏହା ମଧ୍ୟରେ ରାଜ୍ୟସରକାରଙ୍କ ତରଫରୁ ଅଗଷ୍ଟ ମାସ ପାଇଁ ନୂଆ ଗାଇଡ ଲାଇନ ଜାରି କରା ଯାଇଛି । କରୋନା ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ଗାଇଡ ଲାଇନ ପ୍ରସ୍ତୁତ କରା ଯାଇଛି । ଗାଇଡ ଲାଇନ ଗୁଡିକ କିଛି ଏହି ପ୍ରକାରର ଅଟେ ।

୧. ରାତି ୯ ତା ରୁ ୫ ଟା ଯାଏଁ ଦୋକାନ ବଜାର କାର୍ଜ୍ୟାଳୟ ବନ୍ଦ ରହିବ ।

୨. ସିନେମା ହଲ, ପାର୍କ, ସୁଇମିଙ୍ଗ ପୁଲ ବନ୍ଦ ରହିବ ।

୩. ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ ।

୪. କିଛି ନିୟମ ସହ ଅଗଷ୍ଟ ୫ ରୁ ଯୋଗ କେନ୍ଦ୍ର ଜିମ ଖୋଲା ଯାଇ ପାରିବ ।

 

୫. ସାମାଜିକ ରାଜନୈତିକ ସମାବେଶ ବନ୍ଦ ରହିବ ।

୬. କଣ୍ଟେନମେଣ୍ଟ ଜୋନରେ ଅବୈଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଲା ରୋକ ।

୭. କଣ୍ଟେନମେଣ୍ଟ ଜୋନ ରେ ଲକଡାଉନ ଜାରି ରହିବ ।

୮. ରାତି ୯ ଟା ରୁ ସକାଳ ୫ ଟା ଯାଏଁ ରାତି କର୍ଫ୍ଯୁ ଜାରି ରହିବ ।

୯. ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ପୌରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ ରହିବ ।

୧୦. ରାଉରକେଲା ପୌରାଞ୍ଚଳ ଅଞ୍ଚଳରେ ମଧ୍ୟ ଶନିବାର ଓ ରବିବାର ସଟଡାଉନ ରହିବ ।

୧୧. ଜରୁରୀ ସେବାରେ ଥିବା କର୍ମଚାରୀ ଯାତାୟାତ କରି ପାରିବେ ।

୧୨. ଜାତୀୟ ରାଜପଥରେ ଥିବା ଢାବା ଗୁଡିକ ଖୋଲା ରହିବ ।

୧୩. ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଚାଲୁ ରହିବ ।

୧୪. ଅଗଷ୍ଟ ୩୧ ଯାଏ ଧାର୍ମିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ ।

୧୫. ମାସ୍କ ନ ପିନ୍ଧିଲେ ୫୦୦୦ ଫାଇନ ।

୧୬. କୋଭିଡ ନିୟମ ନ ମାନିଲେ ସଂସ୍ଥା କର୍ତ୍ତୁପକ୍ଷ ଫାଇନ ଦେବେ ।

ଦେଶର ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ ।