2021 ରେ ବିବାହ କରିବାକୁ ଯାଉଛନ୍ତି Bollywoodର ଏହି 5 ବଡ ଷ୍ଟାର, 3ନଂ ଙ୍କ ଠାରୁ ତ ତାଙ୍କ ବୟଫ୍ରେଣ୍ଡ 17 ବର୍ଷ ସାନ

ନିକଟରେ ବଲିଉଡ ଗାୟିକା ନେହା କକ୍କର ବିବାହ କରି ନେଇଛନ୍ତି । ସେହିପରି ବଲିଉଡର ଆଉ କିଛି ତାରକା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଖବର ଆସିଥିଲା । କିନ୍ତୁ ପୁଣି ଥରେ ଖବର ମିଳିଛି ସେହି ସମସ୍ତ କଳାକାର ୨୦୨୧ ମସିହାରେ ବିବାହ କରିବେ । ଆଜିକାଲି ବାଗୀ ଯୋଡ଼ି ଦିଶା ପଟାନୀ ଓ ଟାଇଗର୍ ଶ୍ରଫ୍ ମାଳଦିପରେ ଗୁପ୍ତରେ ଛୁଟି କାଟୁଥିବା ବେଳେ ଖବର ଆସିଛି ଏମାନେ ଦୁହେଁ ମଧ୍ୟ ଶୀଘ୍ର ବିବାହ କରିବେ ।

ତେବେ ଆସନ୍ତୁ ଜାଣିବା କେଉଁ ବଲିଉଡ ତାରକାମାନେ ୨୦୨୧ରେ ବିବାହ କରି ପାରନ୍ତି ।ଏହି ତାଲିକାରେ ସର୍ବ ପ୍ରଥମେ ନାମ ରହିଛି ଅଭିନେତା ବରୁଣ ଧାୱନ୍ ଓ ଫ୍ୟାସନ୍ ଡିଜାଇନର ନତାଶା ଦଲାଲଙ୍କ ର । ଦୁଇଜଣ ପରସ୍ପରକୁ ସ୍କୁଲ ସମୟରୁ ଜାଣିଛନ୍ତି । ଏମାନେ ଖୁବ୍ ଭଲ ବନ୍ଧୁ ଥିଲେ । କିନ୍ତୁ ଧୀରେ ଧୀରେ ବନ୍ଧୁତା ପ୍ରେମରେ ବଦଳି ଗଲା । ପୂର୍ବରୁ ବରୁଣ ଓ ନତାଶା ନିଜ ସମ୍ପର୍କକୁ ମିଡିଆ ଠୁ ଲୁଚାଇ ରଖିଥିଲେ ।

କିନ୍ତୁ ଏବେ ସମସ୍ତଙ୍କ ସାକ୍ଷାତରେ ସ୍ବୀକାର କରିଛନ୍ତି । ନିକଟରେ କରବାଚୌଥ ଦିନ ନତାଶା, ବରୁଣ ଧାୱନଙ୍କ ପରିବାର ସହ ଏକାଠି ଥିବାର ଦେଖା ଯାଇଥିଲା । ଖବର ମଧ୍ୟ ମିଳିଛି କି ଏମାନେ ଦୁହେଁ ଗୁପ୍ତ ଭାବେ ନିର୍ବନ୍ଧ ମଧ୍ୟ କରି ସାରିଛନ୍ତି ଓ ୨୦୨୧ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଏହି ତାଲିକାରେ ଦ୍ଵିତୀୟରେ ନାମ ରହିଛି ଅଭିନେତ୍ରୀ ଆଲିଆ ଭଟ୍ଟ ଓ ରଣବୀର କପୁର ଙ୍କ । ରଣବୀରଙ୍କ ପିତା ରିଶି କପୁର ଚାହୁଁଥିଲେ କି ଏମାନଙ୍କ ବିବାହ ଶୀଘ୍ର ହୋଇଯାଉ ବୋଲି । ଶୁଣା ଯାଉଛି ଫିଲ୍ମ୍ ବ୍ରହ୍ମାସ୍ତ୍ର ରିଲିଜ୍ ହେବା ପରେ ଆଲିଆ ଓ ରଣବୀର କପୁର ଫିଲ୍ମ୍ ରୁ ବ୍ରେକ ନେଇ ନିଜ ବିବାହ ଯୋଜନା କରିବେ । ତେବେ ଫିଲ୍ମ୍ ବ୍ରହ୍ମାସ୍ତ୍ର ୨୦୨୧ ରେ ରିଲିଜ୍ ହେବ ।

ତାଲିକାରେ ତୃତୀୟ ନାମ ହେଉଛି ଅଭିନେତ୍ରୀ ସୁସ୍ମିତା ସେନ୍ ଓ ରୋମାନ୍ ଶଲ୍ ଙ୍କ । ସୁସ୍ମିତା ସେନ୍ ଆଜି ପର୍ଯ୍ୟନ୍ତ ଯେତେ ବଲିଉଡ ତାରକାଙ୍କୁ ଡେଟ୍ କରିଛନ୍ତି କାହା ସଙ୍ଗେ ବି ତାଙ୍କ ସମ୍ପର୍କ ଅଧିକ ଦିନ ରହି ପାରି ନାହିଁ । କିନ୍ତୁ ରୋମାନ୍ ଶଲ୍ ଙ୍କ ସହ ସୁସ୍ମିତା ସେନ୍ ଅନେକ ସମୟରୁ ସମ୍ପର୍କରେ ଅଛନ୍ତି । ଖବର ମଧ୍ୟ ଅଛି କି ଦୁଇଜଣ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ଦୁଇଜଣଙ୍କ ମଧ୍ୟରେ ପ୍ରାୟ ୧୭ବର୍ଷ ବୟସର ବ୍ୟବଧାନ ରହିଛି ।

ଚତୁର୍ଥରେ ନାମ ଆସେ ଅଭିନେତ୍ରୀ ମଲାଇକା ଅରୋରା ଓ ଅଭିନେତ୍ରୀ ଅର୍ଜୁନ କପୁରଙ୍କ । ଏମାନେ ଦୁହେଁ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ନିଜ ସମ୍ପର୍କକୁ ଜଣାଇ ଥିଲେ । ତେବେ ମେଳ ଖାଉ ନ ଥିବା ଏହି ଯୋଡ଼ି ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଥିଲା । କିଛି ସମୟ ପୂର୍ବରୁ ଏମାନେ ଦୁହେଁ ଲିଭ୍ ଇନ୍ ରିଲେସନ ରେ ରହିଥିବାର ମଧ୍ୟ ଜଣା ପଡିଥିଲା । ତେବେ ସେହି ସମୟରୁ ଖବର ମିଳିଥିଲା କି ଏମାନେ ଦୁହେଁ ୨୦୨୧ରେ ବିବାହ ମଧ୍ୟ କରିବେ ।

ପଞ୍ଚମରେ ଏହି ତାଲିକାରେ ନାମ ଅଛି ଫରହାନ୍ ଅଖତର୍ ଓ ଶିବାନୀ ଦାଣ୍ଡେକର୍ ଙ୍କ ର । ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବାରୁ ନେଇ ଶିବାନୀ ଙ୍କୁ ପ୍ରେମ ନିବେଦନ କରିବା ପର୍ଯ୍ୟନ୍ତ ଫରହାନ୍ ଅଖତର୍ ଖୁବ୍ ଚର୍ଚ୍ଚାରେ ରହୁଥିଲେ । ତେବେ ଫରହାନ୍ ଅଖତର୍ ଓ ଶିବାନୀଙ୍କ ବୟସରେ ମଧ୍ୟ ବହୁତ ଅଧିକ ବ୍ୟବଧାନ ରହିଛି । ଏହି ଦୁଇ ରୋମାଣ୍ଟିକ ଯୋଡିକୁ ଦେଖି ଖବର ଆସୁଛି ଏମାନେ ମଧ୍ୟ ୨୦୨୧ରେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।