ଭାବି ଜି ଘର ପର ହେ – ସୌମ୍ଯା ଟଣ୍ଡନ କରେଇଲେ ଖାସ ଫୋଟୋସୁଟ, ଫୋଟୋରେ ଦେଖାଯାଉଥିଲା ମା ପୁଅଙ୍କର ଲାଜବାବ ବଣ୍ଡିଙ୍ଗ, ଦେଖନ୍ତୁ

ମା-ପୁଅଙ୍କର ଲାଜବାବ ବଣ୍ଡିଙ୍ଗ

ଏଣ୍ଡ ଟିଭି ର ଫେମସ ସିରିଏଲ ଭାବି ଜି ଘର ପର ହେ ର ଫେବ୍ରେଟ ଭାବି ଅନିତା ମିଶ୍ରାଙ୍କୁ ସିରିଏଲ ରେ ସ୍ନେହରେ ଗୋରୀ ମେମ କହିଥାନ୍ତି ଓ ଏହି ଚରିତ୍ର ଆକ୍ଟ୍ରେସ ସୌମ୍ୟା ଟଣ୍ଡନ ପ୍ଲେ କରିଥାନ୍ତି । କିଛି ଦିନରୁ ସେ ଏହି ସିରିଏଲ ରୁ ଦୂରରେ ଥିଲେ ଓ ଯଦି ବି ନଜର ଆସୁଥିଲେ ବହୁତ କମ ତାହା ବି ରିଅଲ ଫେସ ରେ । ଏହାର କାରଣ ହେଲା ସେ ନିକଟରେ ଗୋଟିଏ ପୁଅକୁ ଜନ୍ମ ଦେଇଛନ୍ତି ଓ ଏହାର ଖବର ସେ ନିଜର ସୋସିଆଲ ମିଡିଆ ଏକାଉନ୍ଟ ରେ ଦେଇଛନ୍ତି । କିନ୍ତୁ ଏବେ ଗୋରୀ ମେମ କରାଇଛନ୍ତି ଫୋଟୋସୁଟ ଓ ଏହି ଫୋଟୋ ଗୁଡିକରେ ତାଙ୍କର ଛୋଟ ପୁଅ ସହିତ ବଣ୍ଡିଙ୍ଗ ବହୁତ ସୁନ୍ଦର ଲାଗୁଛି ।

ଜାନୁୟାରୀରେ ସୌମ୍ୟା ଟଣ୍ଡନ ନିଜର ମା’ ହେବାର ଖବର ସୋସିଆଲ ମିଡିଆରେ ଦେଇଥିଲେ ଓ ଏବେ ନିକଟରେ ସେ ଏକ ଖାସ ଫୋଟୋସୁଟ କରାଇଛନ୍ତି ଯେଉଁଥିରେ ସେ ନିଜ ପୁଅ ସହିତ ବହୁତ କ୍ୟୁଟ ଦେଖାଯାଉଛନ୍ତି । ମା-ପୁଅଙ୍କର ଏମିତି ଫୋଟୋ ସବୁବେଳେ ଲୋକଙ୍କୁ ପସନ୍ଦ ଆସିଥାଏ ଓ ସୌମ୍ୟା ମା ହେବାରେ ବହୁତ ଗର୍ବ ଅନୁଭବ କରୁଛନ୍ତି । ସୌମ୍ୟା ନିଜର ଇଂଷ୍ଟାଗ୍ରାମ ଓ ଟ୍ଵିଟର ରେ ନିଜର ଏହି ସୁନ୍ଦର ଫୋଟୋ ସେୟାର କରିଛନ୍ତି ଓ ଏହାକୁ ଲୋକଙ୍କର ଜବରଦସ୍ତ ପ୍ରତିକ୍ରିୟା ମିଳିଛି ।

ସୌମ୍ୟା ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି କି ତାଙ୍କୁ ନିଜ ପୁଅକୁ ଦେଖି ରହିବାକୁ ବହୁତ ପସନ୍ଦ ଓ ଏହି ଫୋଟୋ ରେ ଆପଣ ତାଙ୍କୁ ଏହି ପୋଜ ରେ ଦେଖି ପାରୁଥିବେ । ସୌମ୍ୟାଙ୍କର ଏହି ଫୋଟୋ ଆପଣଙ୍କୁ ଇମୋସନାଲ କରିପାରେ ଓ କୌଣସି ବି ମା’ ଏହା ବୁଝିପାରିବ କି ଏହି ସମୟରେ ସୌମ୍ୟା କଣ ଅନୁଭବ କରୁଥିବେ ।

ଆପଣଙ୍କୁ ଜଣାଇ ଦେଉଛୁ କି ସୌମ୍ୟା ପ୍ରେଗ୍ନେଂସୀ ସମୟରେ କିଛି ଦିନ ପାଇଁ ଛୁଟି ନେଇଥିଲେ ଓ ସୋ କୁ ଆସୁ ନଥିଲେ । ସେ ତାଙ୍କର ପ୍ରେଗ୍ନେସି ଖୁବ ଏଞ୍ଜୟ କରିଛନ୍ତି ଓ ସେ ସମୟରେ ମଧ୍ୟ ଫୋଟୋସୁଟ କରାଇଥିଲେ । ଏହା ବ୍ୟତୀତ ଯୋଗ କ୍ଳାସ ଯାଇ ନିଜର ଓ ନିଜ ପିଲାର ଧ୍ୟାନ ରଖୁଥିଲେ ଯାହାର ଅପଡେଟ ସେ ନିଜର ଇଂଷ୍ଟାଗ୍ରାମ ରେ ଦେଉଥିଲେ ।

ବ୍ୟାଙ୍କର ଙ୍କ ସହିତ ସୌମ୍ୟା କରିଛନ୍ତି ବିବାହ

2016 ରେ ସୌମ୍ୟା ନିଜର ବୟଫ୍ରେଣ୍ଡ ସୌରଭ ଦେବେନ୍ଦ୍ର ସିଂହଙ୍କ ସହିତ ବିବାହ କରିଥିଲେ । ସୌରଭଙ୍କୁ ସୌମ୍ୟା 2 ବର୍ଷ ପର୍ଯ୍ୟନ୍ତ ଡେଟ କରୁଥିଲେ ଓ ସୌରଭ ପେଷାରେ ଜଣେ ବ୍ୟାଙ୍କର ଅଟନ୍ତି । ସୌମ୍ୟା ବହୁତ ରିଆଲିଟି ସୋ ହୋଷ୍ଟ କରିଛନ୍ତି ଓ 2007 ରେ ଆସିଥିବା ଫିଲ୍ମ ଜବ ୱି ମେଟ ରେ ମଧ୍ୟ କାମ କରିସାରିଛନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।