ଯଦି ଶନିବାର ଦିନ ଦେଖନ୍ତି ଏହି 7 ଟି ମଧ୍ୟରୁ ଯେ କୌଣସି 1 ଜିନିଷ ତ ଜାଣିବେ ଆପଣଙ୍କ ଭଲ ଦିନ ଆସିଗଲା, ଶନିଦେବ କରିବେ କୃପା

ଶନିଦେବଙ୍କୁ କର୍ମଫଳ ଦାତା ବୋଲି କୁହାଯାଏ । ଶନିଦେବଙ୍କୁ ନେଇ ଅନେକ ଭ୍ରାନ୍ତି ରହିଛି । କିନ୍ତୁ ଶନିଦେବ ସେତେ ଅଶୁଭ ଓ ଦୁଃଖକାରକ ନୁହନ୍ତି । ସତ୍ୟ ହେଉଛି ଶନିଦେବ ପ୍ରକୃତିରେ ସନ୍ତୁଳନତା ରକ୍ଷା କରନ୍ତି ଓ ପ୍ରତ୍ଯେକ ପ୍ରାଣୀକୁ ଉଚିତ ନ୍ୟାୟ ଦିଅନ୍ତି । ଶନିଦେବ ଅତ୍ୟନ୍ତ ନ୍ୟାୟ ପ୍ରିୟ ଅଟନ୍ତି ଓ ବିଶ୍ଵସ୍ତ ଲୋକଙ୍କୁ କେବେ ମଧ୍ୟ କଷ୍ଟ ଦିଅନ୍ତି ନାହିଁ । ଶାସ୍ତ୍ରନୁସାରେ ଆପଣଙ୍କୁ ଯଦି ଶନିବାର ଦିନ ଏହି ୭ଟି ମଧ୍ୟରୁ କୌଣସି ଏକ ଜିନିଷ ନଜର ଆସେ, ତେବେ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି ଜାଣି ରଖନ୍ତୁ ।

ଶନିବାର ଦିନ କୌଣସି ଭିକାରି ଅଥବା ନିଧନ ବ୍ୟକ୍ତି ଆପଣଙ୍କ ଦ୍ଵାରକୁ ଆସେ, ତେବେ ଏହା ଶୁଭ ସଂକେତ ବୋଲି ମାନଯାଏ । ଆପଣ ତାଙ୍କୁ କିଛି ସାହାଯ୍ୟ କରିବା ଉତ୍ତମ ହେବ । ଏହାଦ୍ବାରା ଶନିଦେବ ପ୍ରସନ୍ନ ହୁଅନ୍ତି । ଶନିବାର ଦିନ ସଫେଇ କର୍ମଚାରୀ ଝାଡୁ କରୁଥିବା ନଜରରେ ଆସିବା ମଧ୍ୟ ଶୁଭ ବୋଲି ମାନାଯାଏ । ଆପଣଙ୍କ ଘରେ ଯଦି ବି କେହି ସଫେଇ କର୍ମୀ କାମ କରୁଥାନ୍ତି ତେବେ ଶନିବାର ଦିନ ତାଙ୍କୁ କିଛି ପଇସା ଦେବା ଉଚିତ ହେବ । ଏହାଦ୍ବାରା ଆପଣଙ୍କ ଧନ ବୃଦ୍ଧି ହେବ ।

ଶନିବାର ଦିନ କଳା କୁକୁର ନଜରରେ ଆସିବା ମଧ୍ୟ ଶୁଭ ବୋଲି ମାନାଯାଏ । ଏହି ଦିନ ଶନି ମନ୍ଦିର ବାହାରେ କୌଣସି କଳା କୁକୁର ଦେଖିଲେ ତାକୁ ଅବଶ୍ୟ ରୋଟି ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ଶନିବାର ଦିନ କଳା କାଉକୁ ଘର ଅଗଣାରେ ପାଣି ପିଉଥିବାର ଦେଖିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ଏହାର ଅର୍ଥ ଆପଣଙ୍କୁ ଶୀଘ୍ର କୌଣସି ଖୁସି ଖବର ମିଳିବାକୁ ଯାଉଛି । ଶନିବାର ଦିନ କାଉ ଆପଣଙ୍କ ଅଗଣାରେ ବସିବା ଶୁଭ ହୋଇଥାଏ ।

କିନ୍ତୁ ସେ ଯଦି ଆପଣଙ୍କ ମୁଣ୍ଡକୁ ଖୁମ୍ପି ଦିଏ ତେବେ ଏହା ଅଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଶନିଦେବ ଆପଣଙ୍କ ଉପରେ ରୁଷ୍ଟ ଅଛନ୍ତି । ତେଣୁ ଶନି ମନ୍ଦିର ଯାଇ ଶନିଦେବଙ୍କୁ କ୍ଷମା ମାଗିବା ଉଚିତ । ଶନିବାର ଦିନ ଆପଣ ଯଦି କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟରେ ଯାଉଛନ୍ତି ଆଉ ରାସ୍ତାରେ ଆପଣ କଳା ଗାଈ ଦେଖୁଛନ୍ତି ତେବେ ଆପଣଙ୍କ କାର୍ଯ୍ୟରେ ନିଶ୍ଚୟ ସଫଳତା ମିଳିବ । ଏହି ଦିନ ଘର ଦ୍ଵାର ନିକଟକୁ କଳା ଗାଈ ଆସିବା ମଧ୍ୟ ଶୁଭ ଅଟେ । ଏହାଦ୍ବାରା ଆପଣଙ୍କୁ ସମସ୍ତ କଷ୍ଟରୁ ମୁକ୍ତି ମିଳିବାକୁ ଯାଉଛି ।

ଯଦି ଶନିବାର ଦିନ କୌଣସି କାର୍ଯ୍ୟରେ ଯିବା ବେଳେ ପିପ୍ପଳ ବୃକ୍ଷ ଥିବା ରାସ୍ତା ଦେଇ ଯାଉଛନ୍ତି, ତେବେ ଆପଣଙ୍କ ଦିନ ଖୁବ ରହିବା ଓ ଆପଣଙ୍କୁ ସେହି କାର୍ଯ୍ୟରେ ଅବଶ୍ୟ ସଫଳତା ମିଳିବ । ଶନିବାର ଦିନ ଯଦି ଆପଣଙ୍କୁ ରାସ୍ତାରେ ଘୋଡା ନାଲ ପଡିଥିବାର ଦେଖାଯାଏ ତେବେ ତାକୁ ଆଣି ଘରର ମୁଖ୍ୟଦ୍ଵାର ଉପରେ ନିଶ୍ଚୟ ଟାଙ୍ଗି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ପ୍ରକାର ସମସ୍ଯା ନିଶ୍ଚୟ ଦୂର ହେବ । ଆମ ପୋଷ୍ଟ ଅନ୍ୟମାନନ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।