କେଉଁ ଲୋକଙ୍କ ଉପରେ ସୂର୍ଯ୍ୟ, ଶନି ଓ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ ? ଏହା ସହିତ ପଢନ୍ତୁ ଆଜିର 20 Anuchinta

ଜୀବନରେ ସୁଖ ସମୃଦ୍ଧି ଲାଭ କରିବା ପାଇଁ କିଛି ବାସ୍ତୁ ଉପାୟ ପାଳନ କରିବା ଆବଶ୍ୟକ ହୋଇଥାଏ । ତକିଆ ଟେକ ତୁଳସୀ ପାତ୍ର ରଖି ଶୋଇବା ଶୁଭ ହୋଇଥାଏ । ଏହାଦ୍ଵାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ତକିଆ ତଳେ ମୟୂର ପଙ୍ଖା ରଖିବା ଶୁଭ ହେବା ସହ ଗ୍ରହ ଦୋଷ ଦୂର ହୋଇଥାଏ ଓ ଉତ୍ତମ ଭାଗ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ । ତକିଆ ତଳେ କିଛି ପଇସା ରଖି ଶୋଇବା ଶୁଭ ବୋଲି ମାନାଯାଏ ଓ ସକାଳେ ସେହି ପଇସାକୁ ଭିକାରୀଙ୍କୁ ଦାନ କରିବା ଦ୍ଵାରା ଭାଗ୍ୟ ଉଜ୍ଜ୍ଵଳ ହୋଇଥାଏ ।

ତକିଆ ତଳେ ଯେକୌଣସି ଧାର୍ମିକ ବସ୍ତୁ ରଖିବା ମଙ୍ଗଳକାରୀ ଅଟେ । ଏହାଦ୍ବାରା ସମସ୍ତ ପ୍ରକାର ଭୟ ମନରୁ ଦୂର ହୋଇଥାଏ । ତକିଆ ତଳେ କୌଣସି ଲୁହା ଜିନିଷ ଯେପରିକି ଚାବି ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ସମସ୍ତ ସମସ୍ଯା ଦୂର ହୋଇଥାଏ । ତକିଆ ତଳେ ରସୁଣ ରଖି ଶୋଇବା ଦ୍ଵାରା ଏହା ସୌଭାଗ୍ୟ ପ୍ରାପ୍ତ କରିବାରେ ସାହାଯ୍ୟ କରିଥାଏ । ନାକରେ କଳାଜାଇ ରହିଥିବା ଲୋକମାନେ ସ୍ବାଭିମାନି ହୋଇଥାନ୍ତି ଓ ଜୀବନରେ ଖୁବ ପ୍ରଗତି ମଧ୍ୟ କରନ୍ତି ।

ହାତ ପାପୁଲି ମଝିରେ କଳାଜାଇ ରହିଥିବା ଲୋକ ମାନଙ୍କର ଧନର ଅଭାବ ହୋଇ ନଥାଏ ଏବଂ ବିବାହ ପରେ ସେମାନଙ୍କ ଭାଗ୍ୟୋଦୟ ହୋଇଥାଏ । ପାଦ ଆଙ୍ଗୁଠିରେ କଳାଜାଇ ଥିବା ଲୋକମାନେ ଭ୍ରମଣ କରିବାକୁ ଭଲ ପାଆନ୍ତି ଓ ଅନ୍ୟର ଉପକାର ମଧ୍ୟ କରିଥାନ୍ତି । ହାତ ଆଙ୍ଗୁଠିରେ କଳାଜାଇ ଥିବା ଲୋକମାନେ କର୍ମବୀର ହୋଇଥାନ୍ତି ଓ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିଥାନ୍ତି । ବେକରେ କଳାଜାଇ ଥିବା ଲୋକମାନେ ବୁଦ୍ଧିମାନ ହେବା ସହ ଚତୁରତାର ସହ ଧନ ଅର୍ଜନ କରିଥାନ୍ତି ।

ଭାଙ୍ଗି ଯାଇଥିବା ବା ଭଲ ଭାବେ ସଫା ହୋଇ ନଥିବା ବାସନରେ କେବେ ମଧ୍ୟ ଖାଦ୍ୟ ଖାଇବା ଉଚିତ ନୁହେଁ । ଏହାଦ୍ବାରା ଦରିଦ୍ରତା ଆସିଥାଏ । ଏକାଦଶୀ ଦିନ କେବେ ମଧ୍ୟ ଆମିଷ ଭକ୍ଷଣ କରିବା ଊହିତ ନୁହେଁ । ଏହା ଅତ୍ୟନ୍ତ ଅମଙ୍ଗଳକାରୀ ଓ ଅନର୍ଥର କାରଣ ହୋଇଥାଏ । ଭୋଜନ କରିବା ପରେ ଥାଳିରେ ହାତ ଧୋଇବା ଉଚିତ ନୁହେଁ । ଏହା ଅନ୍ନର ଅପମାନ ହେବା ସହ ଅମଙ୍ଗଳକାରୀ ହୋଇଥାଏ । ଖଟ ଉପରେ ବସି ଭୋଜନ କରିବା ଦ୍ଵାରା ଘର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ ।

ଯେଉଁ ପୁରୁଷ ନିଜର ପ୍ରଶଂସା କରନ୍ତି ନାହିଁ ଏବଂ ଯାହାର ଅହଂକାର ନଥାଏ ସେମାନଙ୍କ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିଥାଏ । ଯେଉଁ ପୁରୁଷ ମାନେ ମହିଳାଙ୍କ ସମ୍ମାନ କରିଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ । ଯେଉଁ ପୁରୁଷ ମାନଙ୍କ ସ୍ମିତହାସ୍ୟ ମନମୋହକ ହୋଇଥାଏ ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।