ସବୁଠୁ ମହଙ୍ଗା ଅଟେ Ollywood ର ଏହି 5 ଅଭିନେତ୍ରୀଙ୍କ ମଙ୍ଗଳସୂତ୍ର ! ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ, ଜାଣନ୍ତୁ କେଉଁ ଅଭିନେତ୍ରୀଙ୍କ ମଙ୍ଗଳସୂତ୍ରର ଦାମ୍ କେତେ ?

ଯେତେବେଳେ କୌଣସି ସିନେ କିମ୍ବା ଟିଭି କଳାକାର ବିବାହ କରନ୍ତି ତାଙ୍କ ବିବାହକୁ ନେଇ ସବୁଆଡେ ଖୁବ୍ ଚର୍ଚ୍ଚା ହୁଏ । ବିବାହ ଆଉଟଫିଟ୍ ଠାରୁ ନେଇ ଶ୍ବଶୁରଘରେ ପ୍ରବେଶ ପର୍ଯ୍ୟନ୍ତ ସବୁକିଛି କଥା ଜାଣିବାକୁ ଲୋକେ ଆଗ୍ରହ ପ୍ରକାଶ କରନ୍ତି । ଏପରିକି କିଏ କେତେ ଟଙ୍କାର ସୁନାଗହଣା ପିନ୍ଧିଛି, କାହା ମୁଦି ଦାମୀ ତ ଆଉ କାହାର ଲେହେଙ୍ଗା ଦାମୀ ସେସବୁ ମଧ୍ୟ ଚର୍ଚ୍ଚା ହୁଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଲୋକପ୍ରିୟ ଓଲିଉଡ ଅଭିନେତ୍ରୀଙ୍କ ମହଙ୍ଗା ମଙ୍ଗଳସୂତ୍ରର ଦାମ୍ ବିଷୟରେ କହିବାକୁ ଯାଉଛୁ ।

୧. ବର୍ଷା ପ୍ରିୟଦର୍ଶିନୀ 

ବର୍ଷା ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅନ୍ଯତମ । ୨୦୧୪ ମସିହାରେ ଅଭିନେତା ତଥା ବର୍ତ୍ତମାନର କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ବର୍ଷା ବିବାହ କରିଥିଲେ । ବର୍ଷା ଓ ଅନୁଭବ ଖୁବ୍ ଧୁମଧାମରେ ବିବାହ କରିଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ବିବାହ ବେଳେ ଅନୁଭବ ବର୍ଷାଙ୍କୁ ଏକ ସୁନାର ମଙ୍ଗଳସୂତ୍ର ଦେଇଥିଲେ । ଯାହାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ବୋଲି ଶୁଣିବାକୁ ମିଳିଥିଲା ।

୨. ସୋମାଲିନ ପରିଡା

ଗତ କିଛିଦିନ ହେବ ନିଶିଥଙ୍କୁ ବିବାହ କରିଥିଲେ ଅଭିନେତ୍ରୀ ସୋମାଲିନ । ସୋମାଲିନଙ୍କ ବାହାଘର ଖୁବ୍ ଚର୍ଚ୍ଚାରେ ରହିଥିଲା । ସୋମାଲିନ ତାଙ୍କ ବାହାଘରରେ ଖୁବ୍ ଦାମୀ ଆଭୂଷଣ ସବୁ ପରିଧାନ କରିଥିବାର ଦେଖିବାକୁ ମିଳିଥିଲା । ସ୍ଵାମୀ ନିଶିଥ ସୋମାଲିନଙ୍କୁ ସୁନାର ଏକ ମଙ୍ଗଳସୂତ୍ର ପିନ୍ଧାଇଥିଲେ, ଯାହାର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ଥିଲା ।

୩. ଅର୍ଚ୍ଚିତା ସାହୁ

ଅର୍ଚ୍ଚିତା ମଧ୍ୟ ଓଲିଉଡର ଜଣେ ଲୋକପ୍ରିୟ ଏବଂ ପ୍ରଭାବଶାଳୀ ଅଭିନେତ୍ରୀ । ଅର୍ଚ୍ଚିତା ଚଳିତ ବର୍ଷ ଅଭିନେତା ସବ୍ୟସାଚୀଙ୍କୁ ବିବାହ କରିଥିଲେ । ବିବାହରେ ଆଭୂଷଣ ସହ ଆଉଟଫିଟ୍ ପ୍ରତି ମଧ୍ୟ ସେମାନେ ବିଶେଷ ଧ୍ୟାନ ଦେଇଥିଲେ । ତେବେ ବିବାହରେ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ସୁନା ସହ ଡାଇମଣ୍ଡର ମଙ୍ଗଳସୂତ୍ର ଦେଇଥିଲେ । ଏହି ମଙ୍ଗଳସୂତ୍ରର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ଥିଲା ।

୪. ଝିଲିକ ଭଟ୍ଟାଚାର୍ଜୀ

ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜୀ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରିର ଖୁବ୍ ଲୋକପ୍ରିୟ ନାମ । ସେ ତାଙ୍କ ଅଭିନୟର ଯାଦୁରେ ସମସ୍ତଙ୍କ ମନ ମୋହି ନିଅନ୍ତି । ଝିଲିକ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କୁ ବଙ୍ଗାଳୀ ରୀତିନୀତିରେ ବିବାହ କରିଥିଲେ । ବିବାହରେ ପ୍ରୀତିରଞ୍ଜନ ଝିଲିକଙ୍କୁ ସୁନାର ଏକ ଦାମୀ ମଙ୍ଗଳସୂତ୍ର ଦେଇଥିଲେ । ଯାହାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ଥିଲା ।

୫. ଜାଙ୍କଲିନ ପରିଡା

ଅଭିନେତ୍ରୀ ଜାଙ୍କଲିନଙ୍କ ଲୋକପ୍ରିୟତା ମଧ୍ୟ କିଛି କମ୍ ନୁହେଁ । ଚଳିତ ବର୍ଷ ଅରବିନ୍ଦଙ୍କୁ ବିବାହ କରିଥିଲେ ଜାଙ୍କଲିନ । ବିବାହ ବେଳେ ଜାଙ୍କଲିନଙ୍କୁ ଅରବିନ୍ଦ ଏକ ସୁନାର ମଙ୍ଗଳସୂତ୍ର ପିନ୍ଧାଇଥିଲେ । ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ତାଙ୍କ ଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।