ମୋ ପାଇଁ ଏହି ବର୍ଷ ଆଖି ଖୋଲି ଦେଲା ଭଳି ରହିଲା – ଆୟୁଷ୍ମାନ

2019 ଆୟୁଷ୍ମାନ ଖୁରାନାଙ୍କ ପାଇଁ କି ବହୁତ ଖାସ ରହିଛି । କାରଣ ଏହି ବର୍ଷ ସେ ଆର୍ଟିକିଲ ୧୫, ଡ୍ରିମ୍ ଗର୍ଲ ଓ ବାଲା ଭଳି ଲଗାତାର ତିନୋଟି ହିଟ୍ ଫିଲ୍ମ ଦେଇଛନ୍ତି । ଆୟୁଷ୍ମାନ କହିଲେ କି ଏହି ବର୍ଷ ତାଙ୍କ ପାଇଁ ଆଖି ଖୋଲି ଦେଲା ଭଳି ରହିଛି, ମୁଁ ଜାଣି ସାରିଛି କି ମୋତେ କେବଳ ବିଘଟନ କାରୀ ଓ ପ୍ରୟୋଗାତ୍ମକ ବିଷୟ ଉପରେ ଫିଲ୍ମ କରିବାକୁ ହେବ । କାରଣ ଦର୍ଶକମାନେ ମୋ ଠାରୁ ଏହା ହିଁ ଆଶା କରୁଛନ୍ତି ।

ଦର୍ଶକମାନଙ୍କର ଭଲ ପାଇବା ଓ ପ୍ରଶଂସା ଆୟୁଷ୍ମାନଙ୍କୁ ବିନମ୍ର କରିଦେଇଛି । ଆୟୁଷ୍ମାନ ତାଙ୍କ ଜୀବନରେ ବହୁତ କଷ୍ଟ କରି ଏହି ସଫଳତା ହାସଲ କରିଛନ୍ତି ।ଆୟୁଷ୍ମାନ ତାଙ୍କ କ୍ୟାରିୟର ର ଆରମ୍ଭ “ରୋଡିଜ” ରିୟାଲିଟି ଶୋ ରୁ କରିଥିଲେ । ଏହି ଶୋ ରେ ଆୟୁଷ୍ମାନ ବିଜେତା ରହି ସାରିଛନ୍ତି । ଯୁବପିଢୀ ଏହି ଶୋ କୁ ବହୁତ ଭଲ ପାଆନ୍ତି ।

ଏହା ପରେ ସେ ଟିଭି ରେ ଆଙ୍କରିଙ୍ଗ କରିଲେ । ଧୀରେ ଧୀରେ ସେ ବହୁତ ପରିଶ୍ରମ କଲା ପରେ ବଲିଉଡ୍ ଜଗତରେ ପାଦ ଦେଇଥିଲେ । ଆୟୁଷ୍ମାନ ବହୁତ ଭଲ ଗୀତ ମଧ୍ୟ ଗାଆନ୍ତି । ସେ ତାଙ୍କର ଫିଲ୍ମରେ ନିଜେ ମ୍ୟୁଜିକ କମ୍ପୋଜ କରନ୍ତି ।

“ଭିକି ଡ଼ୋନର” ଫିଲ୍ମ ରୁ ସେ ବଲିଉଡ୍ ରେ ଡେବ୍ୟୁ କରିଥିଲେ । ଏହା ପରେ ତାଙ୍କର ଆପ୍ରାଣ ଚେଷ୍ଟା ଓ ପରିଶ୍ରମ ବଳରେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କର କହିବା ଅଟେ କି ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ପରଦାକୁ ସର୍ବଶ୍ରେଷ୍ଠ ଫିଲ୍ମ ଦେବାକୁ ପ୍ରୟାସ କରିବେ ।