ଇରଫାନଙ୍କ ପରେ ଏହି ବଲିଉଡ ଷ୍ଟାରଙ୍କ ହେଲା ନିଧନ, ଅମିତାଭ ଟ୍ବିଟ କରି ଜଣାଇଲେ

ବଲିଉଡର ଦିଗ୍ଗଜ ଅଭିନେତା ଋଷି କପୁରଙ୍କର 67 ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ଆଜି ନିଧନ ହୋଇ ଯାଇଛି । ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ । କାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଋଷି କପୁରଙ୍କର କ୍ୟାନ୍ସର ର ଚିକିତ୍ସା ଚାଲୁଥିଲା । ତାଙ୍କର ନିଧନର ସୂଚନା ଅମିତାଭ ବଚ୍ଚନ ଟ୍ବିଟ କରି ଜଣାଇଥିଲେ। ସେ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି ଓ କହିଛନ୍ତି କି ‘ହି ଇଜ ଗନ, ଋଷି କପୁର ଗନ । ଏବେ ତାଙ୍କର ନିଧନ ହେଇଗଲା । ମୁଁ ବହୁତ ଭାଙ୍ଗି ପଡିଛି । ସୋସିଆଲ ମିଡିଆରେ ଅମିତାଭଙ୍କ ଏହି ଟ୍ବିଟ ସାମ୍ନାକୁ ଆସିବା ମାତ୍ରେ ହିଁ ଫ୍ୟାନ୍ସ ଓ ଷ୍ଟାରମାନେ ଶ୍ରଦ୍ଧାଞ୍ଜଳି ଦେବା ଓ ଶୋକ ପ୍ରକାଶ କରିଛନ୍ତି ।

ଋଷି କପୁର ୨ ବର୍ଷରୁ କ୍ୟାନ୍ସର ରେ ପୀଡିତ ଥିଲେ । ଋଷି କପୁରଙ୍କ ଭାଇ ରଣଧୀର କପୁର କହିଥିଲେ କି ତାଙ୍କୁ ନିଶ୍ଵାସ ନେବାରେ କଷ୍ଟ ହେଉଥିଲା ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଆଡମିତ କରାଯାଇଥିଲା ।

ଗତ ବର୍ଷ ସେପ୍ଟେମ୍ବରରେ ଫେରିଥିଲେ ଭାରତ

ଋଷି କପୁର ହାରାହାରି ୧ ବର୍ଷ ଚିକିତ୍ସିତ ହେବା ପରେ ଗତ ସେପ୍ଟେମ୍ବର ମାସରେ ଭାରତ ଫେରିଥିଲେ । ଫେବୃୟାରି ରେ ଦେହ ଖରାପ ହେବାରୁ ଦୁଇ ଥର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଇନଫେକ୍ସନ କାରଣରୁ ହସ୍ପିଟାଲରେ ହେଇଥିଲେ ଭର୍ତ୍ତି

ପ୍ରଥମେ ତାଙ୍କୁ ଦିଲ୍ଲୀ ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସେଠାକୁ କୌଣସି ଫାମିଲି ଫଙ୍କସନ ଆଟେଣ୍ଟ କରିବାକୁ ଯାଇଥିଲେ । ସେହି ସମୟରେ ଋଷି କପୁର କହିଥିଲେ କି ତାଙ୍କୁ କୌଣସି ଇନଫେକ୍ସନ ହେଇଛି ।

୨ ଏପ୍ରିଲ ରୁ ସୋସିଆଲ ମିଡିଆରେ ନଥିଲେ ଆକ୍ଟିଭ

ମୁମ୍ବାଇ ଫେରିବା ପରେ ସେ ଭାଇରାଲ ଫିବର କାରଣରୁ ଭର୍ତ୍ତି ହେଇଥିଲେ । ଋଷି କପୁର ସୋସିଆଲ ମିଡିଆରେ ପ୍ରାୟତଃ ସବୁବେଳେ ଆକ୍ଟିଭ ରହିଥାନ୍ତି କିନ୍ତୁ ୨ ଏପ୍ରିଲ ପର ଠାରୁ ସେ ସୋସିଆଲ ମିଡିଆରେ କିଛି ବି ପୋସ୍ଟ କରି ନାହାଁନ୍ତି ।