ସାଉଥ ସୁପରଷ୍ଟାର ବିଜୟଙ୍କ ପତ୍ନୀ ପରୀ ଭଳି ସୁନ୍ଦର, ତାଙ୍କ ଆଗରେ ବଡ ହିରୋଇନ ମାନେବି ହେବେ ଫେଲ

ସାଉଥ ଷ୍ଟାର ବିଜୟ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଅଭିନେତା ଅଟନ୍ତି । ବିଜୟ ତାମିଲ ଫିଲ୍ମର ଅଭିନୟ କରିବା ସହିତ ଜଣେ ପ୍ଲେବ୍ୟାକ ସିଙ୍ଗର ଓ ଫିଲ୍ମ ନିର୍ଦେଶକ ମଧ୍ୟ ଅଟନ୍ତି । ତାଙ୍କର ପୁରା ନାମ ହେଲା ଜୋସେଫ ବିଜୟ ଚନ୍ଦ୍ରଶେଖର ଅଟେ । ସେ ଫିଲ୍ମରେ କାମ କରିବା ସହ କିଛି କମ୍ପାନୀର ବିଜ୍ଞାପନ ବି କରନ୍ତି । ସେ କିଛି ବ୍ରାଣ୍ଡର ଆମ୍ବାସେଡର ମଧ୍ୟ ଅଛନ୍ତି । ଏହା ସହିତ ସେ ଚେନ୍ନାଇ ସୁପର କିଙ୍ଗର ରାଜଦୂତ ବି ଥିଲେ ।

ସେ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ ବି ହୋଇଛନ୍ତି । ତାଙ୍କର ତୁଳନା ଆପଣ ଅନ୍ୟ କୌଣସି ଅଭିନେତାଙ୍କ ସହ କରି ପାରିବେ ନାହିଁ । ଅଭିନେତା ବିଜୟ ୨୨ଜୁନ ୧୯୭୪ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ସେ ବର୍ତ୍ତମାନ ୪୪ ବର୍ଷର ଅଟନ୍ତି ।

ତାଙ୍କର ବାପା ମା ବି ଫିଲ୍ମ ଦୁନିଆର ବଡ ହସ୍ତୀ ଅଟନ୍ତି । ତାଙ୍କ ବାପା ତାମିଲ ଫିଲ୍ମ ନିର୍ମାତା ଅଟନ୍ତି । ଯାହାଙ୍କ ନାମ ଏସ. ଏ. ଚନ୍ଦ୍ରଶେଖର ଅଟେ । ତାଙ୍କ ମାଙ୍କ ନାମ ଶୋଭା ଚନ୍ଦ୍ରଶେଖର ଓ ସେ ଜଣେ ଗାୟିକା ଅଟନ୍ତି । ଯଦି ତାଙ୍କ ସ୍ତ୍ରୀଙ୍କ ବିଷୟରେ କହିବା ତେବେ ବିଜୟଙ୍କ ସ୍ତ୍ରୀଙ୍କ ନାମ ହେଉଛି ସଙ୍ଗୀତା ସୋରନାଲିଂଗମ । ଦୁଇ ଜଣଙ୍କ ଯୋଡି ତାମିଲ ଇଣ୍ଡଷ୍ଟ୍ରିର ସବୁଠୁ ଭଲ ଦମ୍ପତ୍ତି ଅଟନ୍ତି । ଦୁଇ ଜଣ ୨୫ ଅଗଷ୍ଟ ୧୯୯୯ରେ ବିବାହ କରିଥିଲେ ।

କିନ୍ତୁ ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର ପ୍ରେମ କାହାଣୀ ଠାରୁ କମ ନୁହେଁ । ଯଦି ତାଙ୍କର ପ୍ରେମ କାହାଣୀ ବିଷୟରେ କହିବା ବିଜୟଙ୍କ ଗୋଟିଏ ଫିଲ୍ମ ବକ୍ସ ଅଫିସରେ ହିଟ ହେଲାପରେ ୧୯୯୬ରେ ଗୋଟିଏ ଫିଲ୍ମର ଶୁଟିଙ୍ଗ ସେଟରେ ବ୍ରେକ ସମୟରେ ସଂଗୀତା ତାଙ୍କୁ ଏହି ଫିଲ୍ମ ପାଇଁ ଅଭିନନ୍ଦନ ଜଣାଇବାକୁ ଆସିଥିଲେ । ସଙ୍ଗୀତା ଶ୍ରୀଲଂକାର ଜଣେ ତାମିଲ ବ୍ୟବସାୟଙ୍କ ଝିଅ ଅଟନ୍ତି । ସଙ୍ଗୀତାଙ୍କ ଏହିଭଳି ଅନ୍ଦାଜ ଦେଖି ବିଜୟ ତାଙ୍କୁ ଭଲ ପାଇ ବସିଲେ ।

ଏହା ପରେ ସଙ୍ଗୀତା ଓ ବିଜୟଙ୍କ ଧୀରେ ଧୀରେ ସାକ୍ଷାତ କରିବାକୁ ଲାଗିଲେ । ଏହି ସାକ୍ଷାତ ମଧ୍ୟରେ ଦୁଇ ଜଣ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । ଏହା ପରେ ଦିନେ ବିଜୟ ସଙ୍ଗୀତାଙ୍କୁ ତାଙ୍କ ସହ ବିବାହ କରିବାର ପ୍ରସ୍ତାବ ଦେଲେ ଓ ଏହି ପ୍ରସ୍ତାବରେ ସଙ୍ଗୀତା ରାଜି ହୋଇଗଲେ । ଏହା ପରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଆପଣଙ୍କୁ କହିଦେଉଛୁ କି ବିଜୟ ଖ୍ରୀଷ୍ଟିୟାନ ଅଟନ୍ତି ଓ ସଙ୍ଗୀତା ହିନ୍ଦୁ ଅଟନ୍ତି । କିନ୍ତୁ ତାଙ୍କର ବିବାହ ହିନ୍ଦୁ ପରମ୍ପରା ଅନୁସାରେ ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।