TV ସିରିଏଲ ‘ଶ୍ରୀ କୃଷ୍ଣ’ ର ରୁକ୍ମଣୀ ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି କିଛି ଏମିତି କି ଆପଣ ବି ଦେଖିଲେ ଚିହ୍ନି ପାରିବେନି

ଟିଭି ସିରିଏଲରେ ଅଭିନୟ କରି କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଟିଭି କାର୍ଯ୍ୟ କ୍ରମରେ ନିଜର କ୍ଯାରିଅର ଆରମ୍ଭ କରି ଆଜିକା ଡେଟରେ ବହୁତ ଆଗରେ ଅଛନ୍ତି । ବଲିଉଡ ଠାରୁ ଆହୁରି ଅଧିକ ନାଁ କମେଇ ଟିଭି ସିରିଏଲର କଳାକାର ମାନେ ନିଜ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କ ଜୀବନୀ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା କେହି କେବେ ଜାଣି ନ ଥିବେ । ଟିଭିରେ ପ୍ରସାରିତ ହେଉଥିବା ଇଟିଭି ଚ୍ୟାନେଲର “ଶ୍ରୀ କୃଷ୍ଣ” ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ପିଙ୍କି ପାରିଖ ଯିଏ ରୁକ୍ମଣୀ ଚରିତ୍ରରେ ଅଭିନୟ କରି ବେସ ଚର୍ଚ୍ଚାରେ ରହିଥିଲେ । ତାଙ୍କ ଅଭିନୟ ପାଇଁ ସେ ଲୋକ ମାନଙ୍କ ନଯାରେ ବହୁତ ପ୍ରଶଂସା ପାଇଥିଲେ ।

ଏହି ସିରିଏଲରେ ଅଭିନୟ କରି କଳାକାର ମାନେ ବହୁତ ଲୋକପ୍ରିୟ ହୋଇଥିଲେ । ରାମାନନ୍ଦଙ୍କ ରଚିତ ଶ୍ରୀ କୃଷ୍ଣ ସିରିଏଲରେ ଦି ବାନାର୍ଜୀ ଶ୍ରୀ କୃଷ୍ଣଙ୍କ ଚରିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ବାସ୍ତବରେ ଶ୍ରୀ କୃଷ୍ଣଙ୍କ ଭଳି ଲାଗୁଥିଲେ । ଏହି ସିରିଏଲରେ ଅଭିନେତ୍ରୀ ପିଙ୍କି ପାରିଖ ଯିଏ ରୁକ୍ମଣୀ ଚରିତ୍ରରେ ଅଭିନୟ କରିଥିଲେ ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ସ୍ଵଭାବ ମଧ୍ୟ ସେତିକି ଭଲ ।

ତାଙ୍କର ଜନ୍ମ ଗୁଜୁରାଟରେ ହୋଇଥିଲା । ସେ ତାଙ୍କ ପରିବାର ଲୋକଙ୍କ ସହ ବହୁତ ଆନନ୍ଦରେ ଜୀବନ ଅତିବାହିତ କରନ୍ତି । ପରିବାର ଲୋକଙ୍କ ସହ ଅଭିନେତ୍ରୀ ପିଙ୍କିଙ୍କର ବହୁତ ଭଲ ସମ୍ଭଧ ରହିଛି । ପିଲାଦିନୁ ତାଙ୍କର ଅଭିନୟ ପ୍ରତି ବହୁତ ରୁଚି ରହିଥିଲା । ସେ ତାଙ୍କର କ୍ଯାରିଅର ୧୯୯୪ ମସିହାରେ ଟିଭି ସିରିଏଲ ଶ୍ରୀ କୃଷ୍ଣ କାର୍ଯ୍ୟକ୍ରମରେ ଆରମ୍ଭ କରିଥିଲେ ।

ଏହା ପରେ ଗୁଜୁରାତି ଫିଲ୍ମରେ କାମ କରି ନିଜର ଚମତ୍କାର ଅଭିନୟ ପାଇଁ ସେ ଅନେକ ନୂଆ ରେକର୍ଡ ସୃଷ୍ଟି କରିଥିଲେ । ଯେତେବେଳ ଅଭିନେତ୍ରୀ ପିଙ୍କି ପାରିଖ ଟିଭି ସିରିଏଲ ଶ୍ରୀ କୃଷ୍ଣରେ ରୁକ୍ମଣୀ ଭୂମିକାରେ ଅଭିନୟ କରୁଥିଲେ ସେତେବେଳେ ସେ ବହୁତ ଗରଜେସ ଓ ସ୍ମାର୍ଟ ଲାଗୁଥିଉଲେ । ସେହି ସମୟରେ ସେ ବହୁତ ସ୍ଲିମ ଓ ପତଳା ଥିଲେ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ପିଙ୍କି ପାରିଖ ଆଗ ଅପେକ୍ଷା ଦେଖିବାକୁ ବହୁତ ଅଲଗା ଦେଖା ଯାଉଛନ୍ତି ।

ଆଗରୁ ସେ ଯେତିକି ସ୍ଲିମ ଓ ପତଳା ଦେଖା ଯାଉଥିଲେ ଏବେ ସେ ଦେଖିବାକୁ ବହୁତ ହେଭୀ ବା ତାଙ୍କର ଅଅଜନ ବହୁତ ବଢି ଯାଇଛି । ଅଭିନେତ୍ରୀ ପିଙ୍କି ପାରିଖଙ୍କୁ ଗୁଜୁରାତି ଫିଲ୍ମ “ମନ୍ଟୁ କି ବିଟୁ”ରେ ଶେଷ ଥର ପାଇଁ ଅଭିନୟ କରିବାର ଦେଖା ଯାଇଥିଲା । ଏହା ପରେ ସେ ସବୁ ଦିନ ପାଇଁ ଟିଭି ଜଗତରୁ ଦୂରେଇ ଯାଇଥିଲେ । ଅଭିନେତ୍ରୀ ପିଙ୍କି ପାରିଖ ବିବାହ କରି ନିଜ ବୈବାହିକ ଜୀବନରେ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି  ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।