ଯେବେ Lata Mangeshkar ଭାଙ୍ଗି ଦେଇଥିଲେ Meena Kumari ଙ୍କ ଅହଙ୍କାର, ମୀନା ଘରେ ଆସି ଗାଇବା ପାଇଁ କରିଥିଲେ ନିମନ୍ତ୍ରଣ କିନ୍ତୁ ତାଙ୍କ ଲତା ଦିଦି କରିଥିଲେ ଏମିତି…

ଦେଶ ଦୁନିଆକୁ ଶୋକରେ ଭିଜାଇ ସ୍ଵର ସମ୍ରାଜ୍ଞୀ ଲତା ମଙ୍ଗେସକର ୯୨ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କରି ଯାଇଛନ୍ତି । ହିନ୍ଦୁସ୍ଥାନ ଓ ହିନ୍ଦୀ ସିନେମାର ସବୁଠୁ ବଡ ଗାୟିକା ଲତାଙ୍କୁ ଏବେ ସାରା ଦେଶ ଅଶ୍ରୁଳ ଚକ୍ଷୁରେ ବିଦାୟ ଦେଇଛି । ନିଜ ମଖମଲି ସ୍ଵରରେ ଲତା ପ୍ରତ୍ଯେକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ । ଲତା ଦିଦିଙ୍କ ସଙ୍ଗୀତ କ୍ଯାରିୟର ଆଠ ଦଶକ ପର୍ଯ୍ୟନ୍ତ ଚାଲିଥିଲା । ସେ ପ୍ରାୟ ୩୬ ହଜାରରୁ ମଧ୍ୟ ଅଧିକ ଗୀତ ଗାଇଛନ୍ତି ।

ତେବେ ଲତାଙ୍କ ଅନୁପସ୍ଥିତିରେ ତାଙ୍କ ଜୀବନର ଅନେକ ଘଟଣା ଏବେ ଲୋକେ ଚର୍ଚ୍ଚା କରୁଛନ୍ତି । ଆଜି ଆମେ ଆପଣଙ୍କୁ ଲତା ଦିଦି ଏବଂ ଦିଗଜ ଅଭିନେତ୍ରୀ ମୀନା କୁମାରୀଙ୍କ ସହ ଜଡିତ ଏକ ଘଟଣା କହିବାକୁ ଯାଉଛୁ । ଲତା ଦିଦି ହିନ୍ଦୀ ସିନେମାର ସବୁଠୁ ଲୋକପ୍ରିୟ ଏବଂ ସମ୍ମାନିତା ଗାୟିକା ଥିବାବେଳେ ମୀନା କୁମାରୀ ମଧ୍ୟ ନିଜ ଜମାନାର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ । ଲତା ଦିଦିଙ୍କ ଆୱାଜର ପ୍ରତ୍ଯେକ ବ୍ୟକ୍ତି ଦିୱାନା ଥିଲେ ।

ହିନ୍ଦୀ ସିନେମାର ବଡ ବଡ ଦିଗଜ ବ୍ୟକ୍ତି ମଧ୍ୟ ତାଙ୍କ ସ୍ଵରରେ ମନ୍ତ୍ରମୁଗ୍ଧ ହୋଇ ଯାଉଥିଲେ । ସେହିଭଳି ଅଭିନେତ୍ରୀ ମୀନା କୁମାରୀ ମଧ୍ୟ ତାଙ୍କ ଆୱାଜ ଖୁବ ପସନ୍ଦ କରୁଥିଲେ । ଟ୍ରାଜେଡି କୁଇନ ନାମରେ ପରିଚିତ ମୀନା କୁମାରୀ ଥରେ ତାଙ୍କ ଘରେ ଆସି ଗୀତ ଗାଇବା ପାଇଁ ଲତା ମଙ୍ଗେସକରଙ୍କୁ ନିମନ୍ତ୍ରଣ ଦେଇଥିଲେ । କିନ୍ତୁ ଲତା ଦିଦି ମୀନା କୁମାରୀଙ୍କ ଏହି ନିମନ୍ତ୍ରଣକୁ ଅସ୍ଵୀକାର କରି ଦେଇଥିଲେ । ଏହା ପଛର କାରଣ ଆପଣଙ୍କୁ ଆମେ ଜଣାଇବାକୁ ଯାଉଛୁ ।

ଲତା ଦିଦି ଏହି ଘଟଣା ବିଷୟରେ ନିଜେ ଏକ ସାକ୍ଷାତକାରରେ କହିଥିଲେ । ମୀନା କୁମାରୀଙ୍କ ନିମନ୍ତ୍ରଣକୁ କାହିଁକି ମନା କରି ଦେଇଥିଲେ ଲତା ଦିଦି ନିଜେ କହିଥିଲେ । ଭାରତ ରତ୍ନ ଲତା ଦିଦି କହିଥିଲେ, “ଦିନେ ମୀନା କୁମାରୀ ମୋତେ ଫୋନ କରିଥିଲେ । ସେ ଚାହୁଁଥିଲେ ମୁଁ ତାଙ୍କ ଘରକୁ ଯାଇ ଗୀତ ଗାଇବି । କିନ୍ତୁ ମୁଁ ତାଙ୍କୁ ମନା କରି ଦେଇଥିଲି ଏବଂ କହିଥିଲି କି ବ୍ୟକ୍ତିଗତ ସମାରୋହରେ ମୁଁ ଗୀତ ଗାଏ ନାହିଁ ।

ନିଜ କଥା ଜାରି ରଖି ଲତା ଦିଦି କହିଥିଲେ କି, ମୀନା କୁମାରୀ ଖାସ୍ କରି ତାଙ୍କ ଗୀତ ଶୁଣିବା ପାଇଁ ଅନେକ ଥର ରେକଡିଂ ଷ୍ଟୁଡିଓ ଆସୁଥିଲେ । ସେଦିନ ଲତା ମଙ୍ଗେସକର ତାଙ୍କ କେଶ ମୁକୁଳା ରଖିଥିଲେ । ମୀନା କୁମାରୀଙ୍କୁ ନିଜ କେଶକୁ ନେଇ ବହୁତ ଗର୍ବ ଥିଲା । କିନ୍ତୁ ସେ ଲତାଙ୍କ କେଶ ଦେଖି କହିଥିଲେ କି, ତୁମ ଚୁଟି କେତେ ଲମ୍ବା ! ଏହାର ଉତ୍ତରରେ ଲତା ଦିଦି କହିଥିଲେ କି, ମୁଁ ମୋ କେଶ କେବେ ମଧ୍ୟ କାଟି ନାହିଁ ।

ଫିଲ୍ମ “ପାକିଜା” ହିନ୍ଦୀ ସିନେମାର ଏକ ଶାନଦାର ଫିଲ୍ମ ଅଟେ । ଏହି ଫିଲ୍ମରେ ମୀନା କୁମାରୀଙ୍କ ସହ ରାଜ କୁମାର, ଅଶୋକ କୁମାର ଓ ନଦିରା କାମ କରିଥିଲେ । ୧୯୭୨ ମସିହାରେ ଆସିଥିବା ଏହି ଫିଲ୍ମରେ ଲତା ଦିଦି ଗୀତ ଗାଇ ମୀନା କୁମାରୀଙ୍କ ପାଇଁ ସ୍ଵର ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।