Anubhav ଙ୍କୁ ହାଇକୋର୍ଟ ଦେଲେ ବଡ ଝଟକା, ବାଜି ମାରିନେଲେ Varsha Priyadarshini !

ସାଂସଦ ଅନୁଭବ ମହାନ୍ତି ମାନନ୍ତୁ କି ନମାନନ୍ତୁ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସ୍ତ୍ରୀ । ଏବେବି କୋର୍ଟ ସାମ୍ନାରେ ଅନୁଭବଙ୍କ ସ୍ତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ମହାନିତଙ୍କ ପାଇଁ ଜମା ବି ସହଜ ହେବ ନାହିଁ ନିଜ ସ୍ତ୍ରୀଙ୍କ ପରିଚୟକୁ ଏମିତି କାଟିଦେବା । ବର୍ଷା ମଧ୍ୟ ସ୍ଵାମୀଙ୍କୁ କୌଣସି ମତେ ଛାଡିବାକୁ ପ୍ରସ୍ତୁତ ନାହାନ୍ତି । ଏମିତି ଏକ ନିଷ୍ପତ୍ତି ଆସିଛି ଯାହା ପ୍ରକାଶ କରୁଛି କି ଏହି ସମ୍ପର୍କରେ ବର୍ଷାଙ୍କ ପଲା ଭାରି ଅଛି । ଗୋଟେ ପଟେ ଅନୁଭବ ସଂସଦରେ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉସ କାର୍ଡ କାଟି ଦେଇଥିଲେ ।

ଅନ୍ୟ ପଟେ ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଲୋକସଭା ସେକ୍ରେଟେରିଏଟ ବର୍ଷା ପ୍ରିୟଦର୍ଶିନୀଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ତାଙ୍କ ସ୍ପାଉସ କାର୍ଡ ନଂ.୩୦୦ କୁ ଫେରାଇ ଦେବା ପାଇଁ ନିର୍ଦ୍ଦେଶ ଥିଲା । ଏହା ହେଉଛି ସେହି କାର୍ଡ ଯେଉଁ କାର୍ଡ ବଳରେ ସ୍ତ୍ରୀ ସଂସଦକୁ ପ୍ରବେଶ କରିପାରିବେ । କିନ୍ତୁ ସ୍ଵାମୀ ଚାହୁଁଥିଲେ ସ୍ତ୍ରୀର ସମ୍ପର୍କ ହିଁ କାଟି ଦେବା ପାଇଁ । ଅନୁଭବଙ୍କ ଏହି କାର୍ଯ୍ୟକୁ ଏତେ ସହଜରେ ଗ୍ରହଣ କରିପାରି ନଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହାକୁ ନେଇ ସେ ମଧ୍ୟ ହାଇକୋର୍ଟ ଯାଇଥିଲେ ।

ଏବେ ହାଇକୋର୍ଟ ତିନିଜଣଙ୍କୁ ଜବାବ ତଲାବ ବା ପକ୍ଷଭୁକ୍ତ କରିଛନ୍ତି । ଏହି ତିନିଜଣ ହେଉଛନ୍ତି ପାର୍ଲିଆମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଓ ଖୋଦ ସ୍ଵାମୀ ଏବଂ ସାଂସଦ ଅନୁଭବ ମହାନ୍ତି । ବର୍ଷା ହାଇକୋର୍ଟକୁ ଦେଇଥିବା ଯାଚିକା ହାଇକୋର୍ଟ ଗ୍ରହଣ କରିଥିଲେ ଓ ବର୍ଷାଙ୍କ ସ୍ପାଉସ କାର୍ଡ ଫେରାଇବା ପାଇଁ ଲୋକସଭା ଯେଉଁ ନୋଟିସ ପଠାଇଥିଲେ ତାହାକୁ ରୋକି ଦିଆଯାଇଛି ।

ଏହାସହ ଅନୁଭବ ମହାନ୍ତି ବାରମ୍ବାର ମିଡିଆ ସାମ୍ନାରେ ଯେଉଁ ତାଙ୍କ ପାରିବାରିକ ବିବାଦ କଥା କହୁଛନ୍ତି ସେସବୁକୁ ବନ୍ଦ କରିବାକୁ ମଧ୍ୟ ବର୍ଷା ରୋକିବାକୁ ଚେଷ୍ଟା କରିଛନ୍ତି । ଦୀର୍ଘ ଦୁଇ ବର୍ଷ ଧରି ଅନୁଭବ ଓ ବର୍ଷାଙ୍କ ମାମଲା କୋର୍ଟରେ ଚାଲିଥିବା ବେଳେ ବିଭିନ୍ନ ସମୟରେ ଉଭୟଙ୍କ ପକ୍ଷରୁ ଜବାବ ତଲାବ ମଧ୍ୟ ଶୁଣିବାକୁ ମିଳେ । କେବେ କେବେ ସିଧାସଳଖ ହେଉ ବା ପରୋକ୍ଷ ଭାବେ ହେଉ ଦୁହେଁ ପରସ୍ପରକୁ ଚ୍ୟାଲେଞ୍ଜ କରିବାକୁ କୌଣସି ମଉକା ହାତଛଡା କରନ୍ତି ନାହିଁ ।

ତେବେ ବର୍ଷାଙ୍କ ଯାଚିକର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫ ତାରିଖରେ ରହିଛି । ଦେଖାଯାଉ ଏନେଇ ସାଂସଦ ଅନୁଭବଙ୍କ ପ୍ରତିକ୍ରିୟା କଣ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।