“ହିନ୍ଦୁସ୍ତାନ କାଶ୍ମୀର ପଛେ ନେଇଯାଉ ହେଲେ Lata ଙ୍କୁ…” ଭାରତକୁ ଏହିଭଳି କିଛି ନିବେଦନ କରିଥିଲା ପାକିସ୍ତାନ, ଏହି କାହାଣୀ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ

୯୨ ବର୍ଷ ତଳେ ଭାରତ ମାତାର ଗର୍ଭରୁ ଧରାପୃଷ୍ଠରେ ଜନ୍ମ ନେଇଥିଲେ ଲତା । ସେହି ଛୋଟିଆ ଗୁଳ୍ମ ଲତା କ୍ରମଶଃ ସଙ୍ଗୀତ ଦୁନିଆର ଏକ ବିଶାଳକାୟ ବଟବୃକ୍ଷରେ ପରିଣତ ହୋଇଥିଲେ । ସେ ଜଣେ ଏମିତି ଲତା ଥିଲେ ଯିଏ ଭାରତ ପାକିସ୍ତାନକୁ ମଧ୍ୟ ଏକ ସୂତ୍ରରେ ବାନ୍ଧି ରଖିଥିଲା । ହିନ୍ଦୁସ୍ଥାନ ଏବଂ ପାକିସ୍ତାନ ବିଭାଜନ ବେଳେ କେବଳ ଗୋଟିଏ ଦେଶ ଦୁଇଖଣ୍ଡ ହୋଇଥିଲା ତାହା ନୁହେଁ, ବରଂ ସଙ୍ଗୀତ ପ୍ରେମୀଙ୍କ ଠାରୁ ସେମାନଙ୍କ ପ୍ରିୟ ଲତା ମଙ୍ଗେସକର ମଧ୍ୟ ଦୂରେଇ ଯାଇଥିଲେ ।

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଯେତେ ତିକ୍ତ ହେଉନା କାହିଁକି କିଛି ଡୋରି ଏମିତି ରହିଛି ଯାହା ଉଭୟ ଦେଶବାସୀଙ୍କୁ ସବୁବେଳେ ବାନ୍ଧି ରଖେ । ଆଉ ସେଥିମଧ୍ୟରୁ ଗୋଟିଏ ହେଉଛନ୍ତି ସ୍ଵର କୋକିଳା ଲତା ମଙ୍ଗେସକର । ତେବେ ପାକିସ୍ତାନ ଏବଂ ହିନ୍ଦୁସ୍ଥାନ ମଧ୍ୟରେ ଏତେ ଦୂରତା ଥିବା ସତ୍ତ୍ୱେ ପାକିସ୍ତାନର ସଙ୍ଗୀତ ପ୍ରେମୀମାନେ କେବେ ମଧ୍ୟ ନିଜ ଠାରୁ ଲତାଙ୍କୁ ଅଲଗା କରିପାରିଲେ ନାହିଁ । ସେମାନେ ସର୍ବଦା ଚାହୁଁଥିଲେ କି ଯେମିତି ବି ହେଉ ଲତା ତାଙ୍କ ପାଖକୁ ଆସିଯିବା ଦରକାର ।

ଆଉ ଏଥିପାଇଁ ସେମାନେ କାଶ୍ମୀର ଦେବାକୁ ମଧ୍ୟ ରାଜି ହୋଇ ଯାଇଥିଲେ । ହିନ୍ଦୁସ୍ଥାନ କାଶ୍ମୀର ପଛେ ନେଇ ଯାଉ ହେଲେ ସେମାନଙ୍କୁ ଲତା ମଙ୍ଗେସକର ଦେଉ, ଏହା ଥିଲା ସେତେବେଳେ ପାକିସ୍ତାନ ବାସୀଙ୍କ ଆକୁଳ ନିବେଦନ । ସେବେ ଅଲ୍ ଇଣ୍ଡିଆ ରେଡିଓ ଷ୍ଟେସନକୁ ଏକ ଚିଠି ଆସିଥିଲା ଆଉ ଏଥିରେ ଲେଖାଥିଲା କି, “ହିନ୍ଦୁସ୍ଥାନ କାଶ୍ମୀର ପଛେ ନେଇଯାଉ ହେଲେ ଲତାଙ୍କୁ ଆମକୁ ଦେଇଦେଉ” ।

ଆଉ ସେହି ସମୟରେ ଏହା ସ୍ପଷ୍ଟ ହୋଇ ଯାଇଥିଲା କି ପାକିସ୍ତାନ ସିନା ହିନ୍ଦୁସ୍ଥାନ ଠାରୁ ଅଲଗା ହୋଇଗଲା ହେଲେ ସେମାନେ ତାଙ୍କ ପ୍ରିୟ ଲତା ଦିଦିଙ୍କୁ ଭୁଲିପାରି ନଥିଲେ । ସେହି ଲତାର ସ୍ଵରର ଜାଦୁ ଆଜି କାହିଁ କେତେ ବିଶ୍ଵ ପର୍ଯ୍ୟନ୍ତ ଲମ୍ବିଛି ଏହାର କଳ୍ପନା ନାହିଁ । ସେହି ଲତାଙ୍କୁ ଏବେ ସବୁଦିନ ପାଇଁ ବିଦାୟ ଦେଇଛନ୍ତି ଦୁନିଆବାସୀ ।

ଲତା ଦିଦିଙ୍କ ହସ ହସ ମୁହଁ ଆଉ ତାଙ୍କ ଚିରଜୀବିତ ସ୍ଵର ସବୁଦିନ ପାଇଁ ଏହି ଦୁନିଆର ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିବ । ଲତାଙ୍କ ସହ ଶେଷ ହୋଇଯାଇଛି ହିନ୍ଦୀ ସିନେମାର ଆଉ ଏକ ଯୁଗ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।