ଏଥର ପ୍ରତି ସପ୍ତାହରେ ମିଳିବ ଦରମା ! ଏଥର ଆଉ ସାଲାରୀ ପାଇଁ ଆପଣଙ୍କୁ ମାସ ଶେଷକୁ ଅପେକ୍ଷା କରିବାକୁ ପଡିବନି, ଜାଣନ୍ତୁ କେଉଁମାନଙ୍କ ପାଇଁ ଲାଗୁ ହେବ ଏହି ନିୟମ

ଏଣିକି ଆଉ ମାସ ଶେଷରେ ନୁହେଁ ବରଂ ପ୍ରତି ସପ୍ତାହରେ ମିଳିବ ସାଲାରୀ । ଏଥର ଦରମା ପାଇବା ପାଇଁ ମାସ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବନି । ବାରଙ୍ଗ ପ୍ରତି ସପ୍ତାହରେ ମିଳିବ ସାଲାରୀ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ଓ ଆପଣ ଭାବୁଥିବେ କି ସତରେ କଣ ଏମିତି ଏକ ନିୟମ ଲାଗୁ ହେବ ? ତେବେ ବିଟୁବି ଇ-କମର୍ଶ କମ୍ପାନୀ ଇଣ୍ଡିଆମାର୍ଟ ନିଜ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଇବାକୁ ଯାଉଛି ।

କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ୱିଇକଲି ସାଲାରୀ ପେ ଘୋଷଣା କରିଛି । ନିଜ ଫେସବୁକ ପେଜ୍ ରେ ପୋଷ୍ଟ କରି ଏହି ସୂଚନା ଦେଇଛି ଇଣ୍ଡିଆମାର୍ଟ । କମ୍ପାନୀର କହିବା ଅନୁଯାୟୀ ସାପ୍ତାହିକ ସାଲାରୀ ପେ ପଲିଶି ଲାଗୁ ହେବ ଦ୍ଵାରା ଏଣିକି କର୍ମଚାରୀଙ୍କୁ ନିଜ ଦରମା ପାଇବା ପାଇଁ ମାସ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବ ନାହିଁ । ବରଂ ପ୍ରତି ସପ୍ତାହକୁ ସପ୍ତାହ ସେମାନେ ସାଲାରୀ ପାଇବେ ।

ଏପରି ହେବା ଦ୍ଵାରା କର୍ମଚାରୀ ମାନେ ଆର୍ଥିକ ବୋଝରୁ ମୁକ୍ତ ହୋଇପାରିବେ ଏବଂ ଭଲ କାମ କରିବା ପାଇଁ ମଧ୍ୟ ସେମାନେ ଆଗ୍ରହୀ ହେବେ । ତେବେ ଏପରି ପଲିଶି ଲାଗୁ କରିବାରେ ଇଣ୍ଡିଆମାର୍ଟ ବନିଯାଇଛି ଦେଶର ପ୍ରଥମ କମ୍ପାନୀ । ତେବେ ଏହା ପୂର୍ବରୁ ଅନେକ ଦେଶରେ ଏହି ନିୟମ ଲାଗୁ ହୋଇ ସାରିଛି । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ହକଂ ଏବଂ ୟୁଏସଏ ର ଅନେକ କମ୍ପାନୀରେ ସାପ୍ତାହିକ ସାଲାରୀ ପେ ପଲିଶି ଅନୁଯାୟୀ କର୍ମଚାରୀ ମାନଙ୍କୁ ଦରମା ମିଳିଥାଏ ।

କିନ୍ତୁ ଭାରତରେ ସାଧାରଣତଃ ମାସ ଶେଷରେ କର୍ମଚାରୀ ମାନଙ୍କୁ ସାଲାରୀ ମିଳିଥାଏ । ତେବେ ସାପ୍ତାହିକ ସାଲାରୀ ପେ କରିବାରେ ଇଣ୍ଡିଆମାର୍ଟ ଏବେ ଦେଶର ପ୍ରଥମ କମ୍ପାନୀ ହେବାକୁ ଯାଉଛି । ଇଣ୍ଡିଆମାର୍ଟ କମ୍ପାନୀ ଏବଂ ଏହାର କର୍ମଚାରୀ ଉଭୟଙ୍କ ଲାଭକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଛି ବୋଲି ସୂଚନା ଦେଇଛି । ଏବେ ଠାରୁ ଏହି କମ୍ପାନୀ ତା’ର କର୍ମଚାରୀ ମାନଙ୍କୁ ପ୍ରତି ସପ୍ତାହରେ ସାଲାରୀ ପେ କରିବ ।

ଯାହା କର୍ମଚାରୀଙ୍କୁ ଭଲ ଭାବେ କାମ କରିବାରେ ପ୍ରୋତ୍ସାହନ ଦେବ ବୋଲି କମ୍ପାନୀ ଆଶା ରଖିଛି । ତେବେଏହି ବିଟୁବି କମ୍ପାନୀର ଏହିଭଳି ଏକ ପ୍ରମୁଖ ପଦକ୍ଷେପକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।