ପୁରା ପରିବାର ସହିତ Dubai ଶିଫ୍ଟ ହେବାକୁ ଯାଉଛନ୍ତି Nawazuddin Siddiqui, ଭାରତ ଛାଡିବା ପଛରେ ରହିଛି ଏହି କାରଣ

ନବାଜୁଦିନ ଶିଦ୍ଦିକି ବଲିଉଡର ଜେନ ନାମିଦାମି ଅଭିନେତା ଓ ଅନେକ ଫିଲ୍ମରେ ନିଜ ଅଭିନୟର ଜାଦୁ ଦେଖେଇ ସାରିଛନ୍ତି । ‘ଶୂଲ’ ଓ ‘ସର୍ଫରୋଷ’ ଭଳି ଫିଲ୍ମରୁ ନିଜ କ୍ଯାରିଅର ଆରମ୍ଭ କରିଥିବା ନବାଜୁଦିନ ଆଜି ବଲିଉଡର ଜଣେ ସଫଳ ଅଭିନେତା ।

ଗୋଟେ ସମୟରେ ଫିଲ୍ମରେ ଛୋଟ ଛୋଟ ଭୂମିକା ତୁଲାଉଥିବା ନବାଜୁଦିନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ‘ପିପଲି ଲାଇଭ’, ‘କହାନୀ’, ‘ଗ୍ୟାଙ୍ଗ ଅଫ ୱାସେପୁର’, ‘ଦି ଲଞ୍ଚ ବକ୍ସ’ ଭଳି ଫିଲ୍ମରୁ ତାଙ୍କୁ ଏହି ପରିଚୟ ମିଳିଛି । ଲଗାତାର ସଂଘର୍ଷ ପରେ ସେ ଏବେ ଜଣେ ସଫଳ ଅଭିନେତା ହୋଇ ପାରିଛନ୍ତି ଓ ଅନେକ ଫିଲ୍ମରେ ନିଜ ପ୍ରତିଭା ଦେଖାଇ ସାରିଛନ୍ତି । ୨୦୨୦ରେ ନିଜ ପତ୍ନୀ ଆଲିଆ ଶିଦ୍ଦିକିଙ୍କ ଠାରୁ ଛାଡପତ୍ର ନେଇ ନବାଜୁଦିନ ଚର୍ଚ୍ଚାରେ ରହିଥିଲେ ।

୧୦ ବର୍ଷ ଏକାଠି ରହିବା ପରେ ନବାଜୁଦିନଙ୍କ ପତ୍ନୀ ତାଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇ ତାଙ୍କ ଠାରୁ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଗତ କିଛି ଦିନ ହେଲା ଖବର ମିଳିଥିଲାକି ନବାଦୁଜିନ ପତ୍ନୀ ଆଲିଆଏନକେ ସହ ସମ୍ପର୍କ ଠିକ କରିବାକୁ ପ୍ରାୟାସ କରୁଛନ୍ତି ଓ ଆଲିଆ ମଧ୍ୟ ଛାଡପତ୍ର ନ ନେଇ ତାଙ୍କ ସହ ରହିବାକୁ ଚାହୁଁଛନ୍ତି । ଦୁହିଁଙ୍କ ମତରେ, ସେମାନଙ୍କ ବିଚାର ପରସ୍ପର ସହ ମିଶୁ ନ ଥିଲେ ମଧ୍ୟ ସେମାନଙ୍କ ପାଇଁ ତାଙ୍କ ପୁଅ ୟାନୀଓ ଝିଅ ଶୋରା ଗୁରୁତ୍ୱପୂର୍ଣ୍ଣ ଅଟନ୍ତି ।

ସେମାନଙ୍କ ମଧ୍ୟରେ ସବୁ ଠିକ ହେବା ପରେ ସେମାନେ ଆଉଟିଂ ରେ ଜୁଆହଟିବା ଖବର ସାମନାକୁ ଆସିଛି । ନବାଜୁଦିନଙ୍କ ଝିଅ ଓ ପୁଅ ଆଗକୁ ପଢିବା ପାଇଁ ଦୁବାଇ ଯାଉଛନ୍ତି । ସେଥିପାଇଁ ନବାଜୁଦିନ ଏବଂ ଆଲିଆଙ୍କୁ ମଧ୍ୟ ସେମାନଙ୍କ ସହିତ ଯିବାକୁ ପଡୁଛି । ଖବର ଅନୁସାରେ ଦୁବାଇ ଯିବା ପାଇଁ ସେମାନଙ୍କ ସମସ୍ତ ପ୍ରସ୍ତୁତି ମଧ୍ୟ ହୋଇସାରିଛି ଓ ଶୀଘ୍ର ସେମାନଙ୍କ ଫ୍ଲାଇଟ ଟିକେଟ ବୁକ ହୋଇଯିବ । ଏପରିକି ପିଲାଙ୍କ ଆଡମିସନ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଯାଇଛି ବୋଲି ନବାଜୁଦିନଙ୍କ ପତ୍ନୀ ଆଲିଆ ସ୍ପଷ୍ଟ କରିଛନ୍ତି ।

କରୋନା ଯୋଗୁଁ ସେମାନଅଙ୍କ ପିଲାମାନଙ୍କୁ ଅନଲାଇନ କ୍ଳାସ କରିବାକୁ ପଡୁଛି । କିନ୍ତୁ ସେମାନେ ସ୍କୁଲରେ କ୍ଳାସ କରିବାକୁ ଇଚ୍ଛା କରୁଛନ୍ତି । ଅନଲାଇନ କ୍ଳାସ ସେମାନକୁ ଭଲ ଲାଗୁ ନାହିଁ । ସେଥିପାଇଁ ସେମାନେ ଦୁବାଇ ଯାଇ ପିଲାଙ୍କୁ ସେଠାରେ ପଢାଇବାକୁ ସ୍ଥିର କରିଛନ୍ତି । ସେଠାରେ ତାଙ୍କର ଭାଣିଜୀ ଏବଂ ଜଣେ ଭଲ କେୟାରଟେକର ମଧ୍ୟ ଥିବାରୁ ନବାଜୁଦିନ କି ଆଲିଆ କେବେ ଭାରତ ଆସିଲେ ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ପତ୍ନୀ ଆଲିଆ । ବର୍ତମାନ ସେମାନେ କସାରାରେ ନବାଜୁଦିନଙ୍କ ଫାର୍ମହାଉସରେ ରହୁଛନ୍ତି ।

ଖବର ଅନୁସାରେ ଦୁବାଇ ଯାତ୍ରା ପରେ ନବାଜୁଦିନ ‘ହିରୋପନ୍ତି-୨’ ର ଶୁଟିଙ୍ଗ ପାଇଁ ଲଣ୍ଡନ ଯାତ୍ରା କରିବେ । ଏହି ଫିଲ୍ମରେ ଟାଇଗର ଶ୍ରଫ ଏବଂ ତାରା ସୂତାରିୟା ମୁଖ୍ୟ ଚରିତ୍ରରେ ଅଛନ୍ତି । ଦୁବାଇରୁ ନବାଜ ପୁନର୍ବାର ମୁମ୍ବାଇ ଆସିପାରନ୍ତି ଏବଂ ଫିଲ୍ମର ଅନ୍ତିମ ଶୁଟିଙ୍ଗ ତାରିଖ ଅନୁସାରେ ଲନ୍ଦଙ୍କୁ ଯିବେ । ତାଙ୍କ ପତ୍ନୀ ଆଲିଆ ଏବେ କିଛି ସମୟ ପାଇଁ ପିଲାମାନଙ୍କ ସହ ଦୁବାଇରେ ରହିବେ । ଏହିପରି ପୋଷ୍ଟ ଅପଡେଟ ପାଇବ ପାଇଁ ଆମ ପେଜ୍ କୁ ଲାଇକ କରିବାକୁ ଭୁଲିବେନି ।