Vastu Shastra- ଭଲ ସମୟ ଆସିବା ଆଗରୁ ଭଗବାନ ଶିବ ଦେଇଥାନ୍ତି ଏହି 5ଟି ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ?

ଏହି ପବିତ୍ର ଶ୍ରାବଣ ମାସରେ ଯଦି ଆପଣଙ୍କୁ ଏହି ୫ଟି ସଙ୍କେତ ମିଳୁଛି ତେବେ ବୁଝି ନିଅନ୍ତୁ କି ଭଗବାନ ଶିବ ଆପଣଙ୍କ ଭକ୍ତିରେ ଖୁବ ପ୍ରସନ୍ନ ଅଟନ୍ତି ଓ  ଆପଣଙ୍କୁ ଧନୀ ହେବାରୁ କେହି ମଧ୍ୟ ରୋକି ପାରିବେ ନାହିଁ । ଭଗବାନ ଶିବ ତାଙ୍କ ଭକ୍ତଙ୍କ ଉପରେ ଅତି ସହଜରେ ପ୍ରସନ୍ନ ହୋଇଯାନ୍ତି ।

ତାଙ୍କୁ ଖୁସି କରିବା ଖୁବ ସହଜ କାର୍ଯ୍ୟ ଅଟେ । କିନ୍ତୁ ଯାହା ଉପରେ ମହାଦେବ କୃପା କରିଥାନ୍ତି ସେ କେବେ ମଧ୍ୟ ଦୁଃଖୀ ରୁହେ ନାହିଁ । ମହାଦେବ ନିଜ ପ୍ରକୃତ ଭକ୍ତଙ୍କ ଉପରେ କେବେ ନା କେବେ ନିଶ୍ଚୟ କୃପା କରନ୍ତି ଓ ତାଙ୍କ ଘରେ ନିବାସ କରିବାକୁ ଆସନ୍ତି । ଆଉ ମହାଦେବ ଯେବେ ବି ଯାହା ଘରେ ରହିବାକୁ ଆସନ୍ତି, ତା ପୂର୍ବରୁ କିଛି ସଙ୍କେତ ନିଶ୍ଚୟ ଦିଅନ୍ତି । ଏହି ସବୁ ସଙ୍କେତ ବହୁତ ଶୁଭ ଏବଂ ଭାଗ୍ୟଶାଳୀ ବୋଲି ମାନାଯାଏ । ତେବେ ଚଲାନ୍ତୁ ଜାଣିବା ସେହିସବୁ କଣ ।

ପ୍ରଥମ ସଙ୍କେତ ହେଉଛି ଗାଇ ବା ଷଣ୍ଢ ଆପଣଙ୍କ ଦ୍ଵାରକୁ ଆସିବା । ନନ୍ଦୀ ମହାରାଜା ଭଗବାନ ଭୋଳାନାଥଙ୍କ ବାହନ ଅଟନ୍ତି ଓ ତାଙ୍କର ଦ୍ଵାରପାଳ ମଧ୍ୟ କୁହାଯାଏ । ନନ୍ଦୀ ମହାରାଜଙ୍କୁ ବୁଦ୍ଧି ଓ ଜ୍ଞାନର ପ୍ରତୀକ ବୋଲି ମାନାଯାଏ । ପବିତ୍ର ଶ୍ରାବଣ ମାସରେ ଯଦି ଭଗବାନ ଶିବଙ୍କ ବାହନ ଆପଣଙ୍କ ଦ୍ଵାରକୁ ଆସୁଛନ୍ତି ତେବେ ବୁଝି ନିଅନ୍ତୁ ଯେ ସ୍ଵୟଂ ଭଗବାନ ଶିବ ମଧ୍ୟ ଆପଣଙ୍କୁ ଆସିବାକୁ ଯାଉଛନ୍ତି । ଆସେ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ଅଛନ୍ତି ଓ ଆପଣଙ୍କ ଘରକୁ ଏବେ ସୁଖ ସମୃଦ୍ଧି ଆସିବାକୁ ଯାଉଛି ।

ତେଣୁ ନନ୍ଦୀ ମହରାଜଙ୍କୁ ତିଳକ ଲଗାଇ ମିଠାଭୋଗ ନିଶ୍ଚୟ ଖୁଆନ୍ତୁ । ପବିତ୍ର ଶ୍ରାବଣ ମାସରେ ଯଦି ଆପଣଙ୍କ ସ୍ଵପ୍ନରେ ଶିବଲିଙ୍ଗ କିମ୍ବା ଭଗବାନ ଶିବ ଦେଖାଯାନ୍ତି, ତେବେ ବୁଝି ନିଅନ୍ତୁ କି ଆପଣଙ୍କ ଜୀବନରେ ସମସ୍ତ ସମସ୍ୟାର ଅନ୍ତ ଖୁବ ଶୀଘ୍ର ହୋଇଯିବ । ଭଗବାନ ଶିବ ଆପଣଙ୍କ ଭକ୍ତି ଊ ଆରାଧନାରେ ଖୁବ ପ୍ରସନ୍ନ ଓ ସେ ଆପଣଙ୍କ ଘରକୁ ଆସିବାକୁ ଯାଉଛନ୍ତି । ଧ୍ୟାନ ରଖନ୍ତୁ ତାଙ୍କ ଭକ୍ତିରେ କୌଣସି କମି ନ ହେବ ଉଚିତ । ସେଥିପାଇଁ ଘରକୁ ସବୁବେଳେ ସଫାସୁତୁରା ରଖନ୍ତୁ ।

ନୀଳକଣ୍ଠକୁ ଭଗବାନ ଶିବଙ୍କ ପ୍ରତୀକ ବୋଲି ମାନାଯାଏ । ସେଥିପାଇଁ ପବିତ୍ର ଶ୍ରାବଣ ମାସରେ ଯଦି ଆପଣଙ୍କ ଛାତରେ ଅଚାନକ ନୀଳକଣ୍ଠ ଆସି ବସୁଛନ୍ତି ତାକୁ ଭୁଲରେ ମଧ୍ୟ ଅଡାନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଘରେ ନୀଳକଣ୍ଠର ଆଗମନକୁ ଭଗବାନ ଶିବଙ୍କ ଆଗମନ ବୋଲି ମାନାଯାଏ । କୁହାଯାଏ ଶ୍ରୀରାମ ଏହି ପକ୍ଷୀର ଦର୍ଶନ କରିବା ପରେ ଯାଇ ରାବଣ ଠାରୁ ବିଜୟ ପାଇଥିଲେ । ପବିତ୍ର ଶ୍ରାବଣ ମାସରେ ଯଦି ଆପଣଙ୍କ ଘରେ ଅଚାନକ କଳା ସାପ ଦେଖିବାକୁ ମିଳୁଛି ତେବେ ଏହାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ ।

ଏହାକୁ ମାରନ୍ତୁ ନାହିଁ । ଏହାର ଅର୍ଥ ସ୍ଵୟଂ ଭଗବାନ ଶିବ ଆପଣଙ୍କ ଘରକୁ ଆସିବାକୁ ଯାଉଛନ୍ତି । ସ୍ଵପ୍ନରେ କୌଣସି ମନ୍ଦିରରେ ନାଗ ନାଗୁଣୀ ଯୋଡି ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ମାନାଯାଏ । ଆପଣ ଖୁସି ହୋଇଯାନ୍ତୁ । ଏହା ମଧ୍ୟ ଘରକୁ ଭଗବାନ ଶିବଏନକେ ଆଗମନର ସଙ୍କେତ ଅଟେ । ଶ୍ରାବଣ ପରି ପବିତ୍ର ମାସରେ ଡମ୍ବୁରୁ କିମ୍ବା ଶଙ୍ଖ ଭଳି ଶୁଭ ଶବ୍ଦ ଶୁଣାଯିବା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ ।

ଏହାର ଅର୍ଥ ଭାଗବ୍ନ ଶିବ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ଅଟନ୍ତି ଓ ବହୁତ ଶୀଘ୍ର ଆପଣଙ୍କ ଜୀବନରେ ପ୍ରବେଶ କରିବାକୁ ଯାଉଛନ୍ତି । ଆପଣଙ୍କୁ କଣ ଏପରି କିଛି ସଙ୍କେତ ମିଳୁଛି କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।