ଦୁଇ-ଦୁଇଟା ସ୍ତ୍ରୀ ଓ 6 ଟି ପିଲା ଥାଇ ବି ଏହି Actress ଙ୍କ ଉପରେ ଫିଦା ହେଇ ଯାଇଥିଲେ Dharmendra, ଆଉ ତା’ ପରେ ହେଲା କିଛି ଏମିତି…

ଗୋଟେ ଜମାନାରେ ଖୁବ ପ୍ରସିଦ୍ଧି ହାସଲ କରିଥିବା ଧର୍ମେନ୍ଦ୍ର ଏବେ ୮୫ ବାସର ବୟସର ହୋଇ ଗଲେଣି । ବସ ହୋଇ ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ସେ ଖୁବ ସକ୍ରିୟ ଦେଖା ଯାଆନ୍ତି । ସେ ସୋସିଆଲ ମିଡିଆରେ ପ୍ରାୟତଃ ଫ୍ୟାନଙ୍କ ସହ କିଛି ନା କିଛି ସେୟାର କରୁଥାନ୍ତି ।

ପାଖାପାଖି ଦୁଇ ବର୍ଷ ଧରି ନିଜ ଫାର୍ମ ହାଉସରେ ଜୀବନ କାଟୁଥିବା ଧର୍ମେନ୍ଦ୍ର ନିକଟରେ ଏକ ଟିଭି ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ- ୧୨’ ରେ ପ୍ରତିଯୋଗୀ ମାନଙ୍କ ମନୋବଳ ବଢାଇବାକୁ ଆସିଥିଲେ । ବିବାହିତ ହୋଇ ମଧ୍ୟ ସେ ହେମାମାଳିନୀଙ୍କୁ ଭଲ ପାଇବ ବିବାହ କରି ନେଇଥିଲେ ଆପଣ ସମସ୍ତେ ଜାଣିଥିବେ । କିନ୍ତୁ ବୋଧ ହୁଏ ବହୁତ କମ ଲୋକ ଏହା ଜାଣିଛନ୍ତି କି ଦୁଇଟି ବିବାହ କରିବା ପରେ ମଧ୍ୟ ଧର୍ମେନ୍ଦ୍ର ଅନିତା ରାଜଙ୍କୁ ପସନ୍ଦ କରିବାକୁ ଲାଗିଥିଲେ ଓ ଏହି ଦୁହିଁଙ୍କ ପ୍ରେମର ଚର୍ଚ୍ଚା ବି-ଟାଉନରେ ଖୁବ ଚର୍ଚ୍ଚାରେ ରହିଥିଲା ।

ହେମାମାଳିନୀଙ୍କୁ ବିବାହ କରିବ ପରେ ବି ଧର୍ମେନ୍ଦ୍ର ୮୦ ଦଶକର ଅଭିନେତ୍ରୀ ଅନିତା ରାଜଙ୍କ ପ୍ରେମରେ ମଧ୍ୟ ପଡି ଯାଇଥିଲେ । ସେମାନଙ୍କ ପ୍ରେମ ଅଧୁର ରହି ଯାଇଥିଲେ ମଧ୍ୟ ଖୁବ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଧର୍ମେନ୍ଦ୍ର ଓ ଅନିତା ରାଜ ନାଏକ ଫିଲ୍ମରେ ଏକାଠି କାମ କରିଥିଲେ ଓ ସୁଟିଙ୍ଗ ସମୟରେ ହିଁ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ୮୦ ଦହସକରେ ଅଭିନେତ୍ରୀ ଅନିତା ରାଜ ଖୁବ ଲୋକପ୍ରିୟ ଥିଲେ ଓ ସେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ପସନ୍ଦ କରିବାକୁ ଲାଗିଥିଲେ ।

ମିଡିଆ ରିପୋର୍ଟ ଅନୁସାରେ, ଧର୍ମେନ୍ଦ୍ର ନିଜ ଫିଲ୍ନ ମାନଙ୍କରେ ଅନିତା ରାଜଙ୍କୁ ନେବା ପାଇଁ ଡାଇରେକ୍ଟରଙ୍କୁ କହୁଥିଲେ । ଧର୍ମେନ୍ଦ୍ର ଓ ଅନିତା ରାଜଙ୍କ ବୟସରେ ମଧ୍ୟ ଖୁବ ପାର୍ଥକ୍ଯ ଥିଲା । କିନ୍ତୁ ପ୍ରେମ ବୟସ ଦେଖି ତ ହୁଏ ନାହିଁ । ଧର୍ମେନ୍ଦ୍ରଏନକେ ଠାରୁ ୨୭ ବର୍ଷ ସାନ ଥିଲେ ଅନିତା । ସେମାନଙ୍କ ଆଫେୟାର ଖବର ବାହାର ହେବା ପରେ ଏହା ମିଡିଆରେ ଆସି ଯାଇଥିଲା । ଏହି କଥା ହେମାମାଳିନୀଙ୍କୁ ଜଣା ପଡିବ ପରେ ସେ ଖୁବ ଭାଙ୍ଗି ପଡିଥିଲେ ଓ ଧର୍ମେନ୍ଦ୍ରଙ୍କୁ ଅନିତା ରାଜଙ୍କ ଠାରୁ ଦୂରେଇ ରହିବାକୁ ତାଗିଦ କରିଥିଲେ ।

ଏହି ସମ୍ପର୍କ ଯୋଗୁଁ ଅନିତା ରାଜ ମଧ୍ୟ ଖୁବ ବିବାଦରେ ଫସି ଯାଇଥିଲେ । ୧୯୮୨ ମସିହାରେ ଫିଲ୍ମ ‘ପ୍ରେମ୍ ଗୀତ’ ରୁ ବଲିଉଡରେ ପାଦ ଦେଇଥିଲେ ଅନିତା ଓ ତା ପରେ ଅନେକ ଫିଲ୍ମ ମଧ୍ୟ କରିଥିଲେ । ଏବେ ଛୋଟ ପରଦାରେ ମଧ୍ୟ ନଜର ଆସୁଛନ୍ତି ଅନିତା । ସେହିପରି ଧର୍ମେନ୍ଦ୍ର, ପ୍ରକାଶ କୌରଙ୍କୁ ପ୍ରଥମ ବିବାହ କରିଥିଲେ । ତାଙ୍କ ଠାରୁ ତାଙ୍କର ଚାରୋଟି ସନ୍ତାନ ଅଛନ୍ତି । ଏହା ପରେ ସେ ହେମାମାଳିନୀଙ୍କୁ ପ୍ରେମ ବିବାହ କରିଥିଲେ ସୁଧା ନିଜ ପ୍ରଥମ ପରିବାର ଠୁ ଅଲଗା ହୋଇ ନ ଥିଲେ ।

ହେମାଙ୍କ ସହ ତାଙ୍କର ଦୁଇଟି ଝିଅ ଅଛନ୍ତି । ଧର୍ମେନ୍ଦ୍ର ନିଜ ଦୁଇ ପରିବାର ସହ ହିଁ ରହିବା ଉତ୍ତମ ମଣିଥିଲେ ଓ ଦୁଇ ପତ୍ନୀଙ୍କ ପ୍ରତି ସମାନ ଦାୟିତ୍ଵ ତୁଲାଇଥିଲେ । ସେ ମୁମ୍ବାଇ ଲୋଣାବାଳାରେ ଥିବା ନିଜ ଫାର୍ମ ହାଉସରେ ସମୟ ବିତାଇବା ଅଧିକ ପସନ୍ଦ କରନ୍ତି । ତାଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ଓ ହେମାମାଳିନୀ ମଧ୍ୟ ସ୍ବାମୀଙ୍କ ପାଖକୁ ସମୟ ସମୟରେ ଯିବା ଆସିବା କରନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।