ମୁଖ୍ୟମନ୍ତ୍ରୀଙ୍କ ବୋହୁ ହେଲା ସାଧାରଣ ପରିବାରର ଏହି ଝିଅ, ଫେସବୁକ ଜରିଆରେ ଏମିତି ଆସିଥିଲା ପ୍ରସ୍ତାବ

ରାୟପୁର : ଗୋଟିଏ ସାଧାରଣ ମଧ୍ୟମ ବର୍ଗ ପରିବାରର ଝିଅ ଆଜି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୁ ହେଇଛନ୍ତି । ରାୟପୁରରେ ରହୁଥିବା ଏହି ଝିଅ ପାଇଁ ପ୍ରସ୍ତାବ ଫେସବୁକ ଜରିଆରେ ଆଗକୁ ବଢିଥିଲା ।  ବଡ ରାଜନୈତିକ ପରିବାରରେ ସମ୍ବନ୍ଧ ହେବା କଥାରେ ସେହି ଝିଅର କହିବା କଥା – ଶାଶୁଘର ଯାଇଁ ମଧ୍ୟ ମୁଁ ଯେମିତି ଅଛି, ସେମିତି ହିଁ ରହିବି ।

ରାୟପୁର ର ପିହୁ ବା ପୂର୍ଣ୍ଣିମା ସାହୁ ଝାରଖଣ୍ଡ ର ପିଏମ ରଘୁବର ଦାସଙ୍କ ପୁଅଙ୍କ ସହିତ ବିବାହ କରିଛନ୍ତି । ପୂର୍ଣ୍ଣିମା ଏକ ସାଧାରଣ ପରିବାରର ଝିଅ ଅଟେ । ସେ ତା ବିବାହ ପାଇଁ ବହୁତ ଏକ୍ସ୍ସାଇଟେଡ ଥିଲା । ସମସ୍ତେ ପିହୁକୁ ଅଭିନନ୍ଦନ ଜଣାଉଛନ୍ତି ।

ପିହୁ ର ପାପା ଭାଗିରଥି ସାହୁ ବିଜିନେସ ମ୍ୟାନ ଅଟନ୍ତି ଓ ମା କୌଶଲ୍ୟା ସାହୁ ଟିଚର ଅଟନ୍ତି । ପିହୁ ମହନ୍ତ ଲକ୍ଷ୍ମୀ ନାରାୟଣ ଦାସ କଲେଜ ରୁ ଗ୍ରାଜୁଏସନ କରିଛି । ଗ୍ରାଜୁଏସନ ସମୟରେ ସେ ଟିଚରସିପ ମଧ୍ୟ କରିଛି । ଘରେ ବରଯାତ୍ରୀ ସ୍ଵାଗତର ପ୍ରସ୍ତୁତି ବି ଭଲରେ ହୋଇଥିଲା । ବିବାହ ଭିଆଇପି ରୋଡ ରେ ଥିବା ଏକ ହୋଟେଲ ରେ ହୋଇଥିଲା ।

ପିହୁ କହିଛି କି ମୋ ବଡ ମମ୍ମିଙ୍କ ଜା’ଙ୍କର ଝିଅଙ୍କ ମ୍ୟାରେଜ ରାଞ୍ଚିରେ ହୋଇଛି, ଯାହାକୁ ମୁଁ ଦିଦି କୁହେ । ମୋ ଶଶୁର ତାଙ୍କର ମଳାଶୁର ଅଟନ୍ତି । ତାଙ୍କୁ ଛତିଶଗଡ ରୁ ହିଁ ବୋହୁ ଦରକାର ଥିଲା । ବହୁତ ପ୍ରସ୍ତାବ ଦେଖିଲେ କିନ୍ତୁ ମନ ମାନିଲା ନାହିଁ । ଦିଦି ପ୍ରଥମ ଥର ପାଇଁ ମୋତେ ଫେସବୁକ ରେ ଦେଖିଥିଲା, କାରଣ ଆମେ ଟଚ ରେ ନଥିଲୁ । ସେ ମେସେଞ୍ଜର ରୁ ମେସେଜ କରିଥିଲେ । ନରମାଲ କଥା ହେଉଥିଲା । ସେ ମୋ ବଡ ପାପାଙ୍କୁ କହିଲେ କି ପିହୁ ପାଇଁ ଗୋଟିଏ ପ୍ରସ୍ତାବ ଅଛି ତା ପ୍ୟାରେଣ୍ଟଙ୍କ ସହିତ କଥା ହୁଅନ୍ତୁ ।

ପିହୁ କହିଛି କି ଯେବେ ବଡ ପାପା ପ୍ରସ୍ତାବ ବିଷୟରେ କଥା ହୋଇଥିଲେ ପ୍ରଥମେ ମୋ ପ୍ୟାରେଣ୍ଟ ହଡବଡ ହୋଇ ଯାଇଥିଲେ କାରଣ ଏତେ ବଡ ଘରର ପ୍ରସ୍ତାବ ଥିଲା । ତା ପରେ କଥା ଆଗକୁ ବଢିଲା । ତାଙ୍କ ପରିବାର ମୋତେ ଦେଖିବାକୁ ଆସିଲେ ଓ ଏଠାରୁ ମଧ୍ୟ ଲୋକ ସେଠାକୁ ଯାଇଥିଲେ ।

ଲଲିତ ଦାସ ସାମାଜିକ କାର୍ଯ୍ୟରେ ସକ୍ରିୟ ରୁହନ୍ତି । ଲଲିତ ରଘୁବରଙ୍କର ଦୁଇ ସନ୍ତାନଙ୍କ ମଧ୍ୟରୁ ଛୋଟ ଅଟନ୍ତି । ତାଙ୍କର ଗୋଟିଏ ଭଉଣୀ ଅଛନ୍ତି ଯାହାର ବିବାହ ହୋଇ ସାରିଛି ।