୭୦ କୋଟି ଦେଇ ନିଜର ପ୍ରଥମ ପତ୍ନୀଙ୍କୁ ଦେଇଥିଲେ ତଲାକ, ଦ୍ଵିତୀୟ ପତ୍ନୀଙ୍କ ସହ ଅଛନ୍ତି ଖୁସିରେ, ଦେଖନ୍ତୁ କିଏ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବଲୀଉଡ ଏକ ମାୟାନଗରୀ ଅଟେ ଯେଉଁଠି କେତେବେଳେ କଣ ହୋଇଯାଏ ଏହା ବିଷୟରେ କିଛି ବି ଜଣା ନ ଥାଏ । ବଲୀଉଡର ଏମିତି ବହୁତ ରହସ୍ୟ ଅଛି ଯାହା ବିଷୟରେ ଜାଣିବା ପରେ ଆପଣ ଆଚମ୍ବିତ ହୋଇଯିବେ । ଏହି ଇଣ୍ଡଷ୍ଟ୍ରିର ସମସ୍ତେ ପରଦା ସାମ୍ନାରେ ଭଲ ନଜର ଆସନ୍ତି କିନ୍ତୁ ଏମାନଙ୍କ ପରଦା ପଛର କାହାଣୀ କିଛି ଅଲଗା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଜଣେ ଏମିତି ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ପତ୍ନୀଙ୍କ ଠାରୁ ଡିଭୋର୍ସ ନେବା ପାଇଁ କୋଟି କୋଟି ଟଙ୍କା ଦେଇଥିଲେ । ଏହା ପରେ ସେ ଦ୍ଵିତୀୟ ବିବାହ ବି କରିଛନ୍ତି ।

ବଲୀଉଡର ମିଷ୍ଟର ପେରଫେକ୍ଟନିଷ୍ଟ ଆମିର ଖାନଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ୧୯୮୬ ମସସିହାରେ ଆମିର ଖାନ ନିଜର ପିଲାଦିନର ବନ୍ଧୁ ରୀନା ଦତ୍ତାଙ୍କୁ ବିବାହ କରିଥିଲେ । ଆମିର ଖାନ ଓ ରୀନା ଦତ୍ତାଙ୍କ ବିବାହ ବହୁତ ସମୟ ପର୍ଯ୍ୟନ୍ତ ଚାଲିଲା । କିନ୍ତୁ ଏହି ବିବାହ ୨୦୦୨ରେ ସମାପ୍ତ ହୋଇଗଲା । ଏହା ପରେ ୨୦୦୫ରେ ଆମିର ଖାନ କିରଣ ରାୱଙ୍କ ସହ ବିବାହ କରି ନେଲେ ।

କହିବାକୁ ଗଲେ ଯେତେବେଳେ ଆମିର ଖାନ ଫିଲ୍ମ ‘ଲଗାନ’ରେ କାମ କରୁଥିଲେ ଓ ସେଥିରେ କିରଣ ରାୱ ଅସିସ୍ଟେଂଟ ଡାୟରେକ୍ଟର ରୂପରେ କାମ କରୁଥିଲେ । ଆମିର ଖାନ ପୂର୍ବରୁ ହିଁ ବିବାହିତ ଥିଲେ କିନ୍ତୁ କିରଣ ରାୱଙ୍କ ସୁନ୍ଦରତା ସାମ୍ନାରେ ସେ ବନ୍ଧା ପଡିଗଲେ । କିରଣ ରାୱଙ୍କ ସହ ବିବାହ କରିବା ପାଇଁ ଆମିର ଖାନ ନିଜର ପ୍ରଥମ ପତ୍ନୀଙ୍କୁ ଡିଭୋର୍ସ ଦେବା ପାଇଁ ବି ନିଷ୍ପତି ନେଇ ସାରିଥିଲେ ।

କିନ୍ତୁ ଏହି ଡିଭୋର୍ସ ଆମିର ଖାନଙ୍କୁ ବହୁତ ମହଙ୍ଗା ପଡିଲା । ସୂଚନା ଅନୁସାରେ, ଆମିର ଖାନଙ୍କୁ ରୀନା ଦତ୍ତାଙ୍କୁ ଡିଭୋର୍ସ ଦେବା ପାଇଁ ପାଖପାଖି ୭୦ କୋଟି ଟଙ୍କା ଦେବାକୁ ପଡିଥିଲା । ଆମିର ଓ ରୀନାଙ୍କ ଡିଭୋର୍ସ ୨୦୦୨ରେ ହୋଇଥିଲା ଓ ଏହି ଡିଭୋର୍ସ ସେହି ସମୟର ସବୁଠୁ ମହଙ୍ଗା ଡିଭୋର୍ସ କୁହାଯାଉ ଥିଲା ।

ଯଦି ଆମିର ଖାନ ଓ ରୀନା ଦତ୍ତାଙ୍କ ବିବାହ ବିଷୟରେ କଥାବାର୍ତ୍ତା କରିବା ତେବେ ଦୁଇ ଜଣ ପ୍ରେମ ବିବାହ କରିଥିଲେ । ଦୁଇ ପରିବାରଙ୍କୁ ଏହି ବିବାହରେ ସହମତ ନ ଥିଲେ । କିନ୍ତୁ ଆମିର ଖାନ ଓ ରୀନା ଦତ୍ତା ପରସ୍ପର ବିନା ରହି ପାରିଲେ ନାହିଁ ଓ ଶେଷରେ ପିତା ମାତାଙ୍କ ବିରୁଦ୍ଧରେ ଯାଇ ସେମାନେ ବିବାହ କରି ନେଲେ । କିନ୍ତୁ ବିବାହ ପରେ ଆମିର ଖାନଙ୍କ ପରିବାର ରୀନା ଦତ୍ତାଙ୍କ ସ୍ଵୀକାର କରି ନେଲେ । କିନ୍ତୁ କିଛି ବର୍ଷ ପରେ ଦୁଇ ଜଣ ଅଲଗା ହୋଇଗଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।