କଣ ଏହି ଅଭିନେତ୍ରୀଙ୍କୁ ପୃଥ୍ବୀ ଶ କରୁଛନ୍ତି ଡେଟ, ଇଂଷ୍ଟାଗ୍ରାମରୁ ମିଳୁଛି ପୁଣି ଏକ Cricket Bollywood ଯୋଡିର ଇସାରା

ଭାରତର ଯୁବ ଓପନର୍ ପୃଥ୍ବୀ ଶ ଟିମ୍ ଇଣ୍ଡିଆର ଭବିଷ୍ୟତ ବୋଲି ବିବେଚନା କରାଯାଏ । ଯଦିଓ ତାଙ୍କୁ ଆହୁରି ଅନେକ ସଫଳତା ପାଇବାର ଅଛି, କିନ୍ତୁ ଯେତେବେଳେ ବି ତାଙ୍କୁ ସୁଯୋଗ ମିଳିଛି, ପୃଥ୍ବୀ ନିଜର ସାମର୍ଥ୍ୟକୁ ସମସ୍ତଙ୍କୁ ଦେଖାଇଛନ୍ତି । 2018 ର ଆଇସିସି ଅଣ୍ଡର -19 ବିଶ୍ୱକପରେ ଭାରତକୁ ଚାମ୍ପିୟନ କରିବା ପରେ ସେ ଜାତୀୟ ଚୟନକାରୀଙ୍କ ନଜରରେ ଆସିଥିଲେ ।

ମାତ୍ର 20 ବର୍ଷ ବୟସରେ ପୃଥ୍ବୀ ପ୍ରମାଣ କରିଛନ୍ତି ଯେ ସେ ଆଗାମୀ ସମୟରେ ଧମାଲ କରିପାରନ୍ତି, କିନ୍ତୁ ସେ କେବଳ ଚୟନକର୍ତ୍ତାଙ୍କ ଦୃଷ୍ଟିରେ ରହି ନାହାଁନ୍ତି, ବରଂ ସେ ଆଜିକାଲି ସୁନ୍ଦରୀମାନଙ୍କ ନଜରରେ ରୁହନ୍ତି । ତାଙ୍କର ବର୍ତ୍ତମାନ ର ଇନଷ୍ଟାଗ୍ରାମ ପୋଷ୍ଟରୁ ଏଭଳି ଅନୁଭବ ହେଉଛି କି ସେ ଅଭିନେତ୍ରୀ ପ୍ରାଚୀ ସିଂଙ୍କୁ ଡେଟ କରୁଛନ୍ତି ।

ଏହି ଗ୍ଲାମର ଇଣ୍ଡଷ୍ଟ୍ରିରେ ପ୍ରାଚୀ ବହୁତ ନୂଆ ଅଟନ୍ତି, ସେ ‘ଉଡାନ୍’ ନାମକ ଏକ ଫେମସ ସିରିଏଲ ମାଧ୍ୟମରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଯେପରି ପୃଥ୍ବୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କମେଣ୍ଟ ଦେଉଛନ୍ତି, ଏମିତି ଲାଗୁଛି କି ଏହି ଦୁଇ ଜଣ ସାଙ୍ଗଙ୍କ ଠାରୁ କିଛି ଅଧିକ ଅଟେ ।

ପ୍ରାଚୀ ଲଗାତାର ଭାବରେ ପୃଥ୍ବୀଙ୍କ ପୋଷ୍ଟରେ ପ୍ରେମଭରା କମେଣ୍ଟ ଦେଉଛନ୍ତି । ଭାରତର ଏହି ଯୁବ ଖେଳାଳି ବି ଲାଇକ୍ସ ଓ କମେଣ୍ଟ ମାଧ୍ୟମରେ ଏହି ଅଭିନେତ୍ରୀଙ୍କୁ ରିପ୍ଲାଏ ଦେବାକୁ ଭୁଲୁ ନାହାଁନ୍ତି । ଯଦିଓ ପୃଥ୍ବୀ ଓ ପ୍ରାଚୀ ଏପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କକୁ ଆଧିକାରିକ ଭାବରେ କିଛି ପୃଷ୍ଟି କରି ନାହାଁନ୍ତି, ତଥାପି ଏହି ଦୁଇ ଜଣଙ୍କ ମଧ୍ୟରେ ନିଶ୍ଚିତ କିଛି ଖାସ କଥା ରହିଛି ବୋଲି କହିବା ଭୁଲ ନୁହେଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।