ଜୟସୂର୍ୟାଙ୍କ ପର୍ସନାଲ ଲାଇଫ ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ, ନିଜ ପତ୍ନୀଙ୍କ ଭିଡିଓ ନିଜେ ହିଁ କରିଥିଲେ ଲିକ

ଶ୍ରୀଲଙ୍କାର ପୂର୍ବ କ୍ୟାପଟେନ ଓ ବିସ୍ଫୋଟକ ଓପନିଂଗ ବ୍ୟାତ୍ସମ୍ୟାନମାନଙ୍କ ମଧ୍ୟରେ ସାମିଲ ଥିବା ସନଥ ଜୟସୂର୍ୟା ୫୧ ବର୍ଷର ହୋଇ ଯାଇଛନ୍ତି । କହିବାକୁ ଗଲେ ସନଥ ଜୟସୂର୍ୟାଙ୍କ କ୍ରିକେଟ କ୍ୟାରିୟର ଯେତିକି ଭଲ ରହିଛି, ସେତିକି ହିଁ ତାଙ୍କର ପର୍ସନାଳ ଲାଇଫ ବିବାଦ ମଧ୍ୟରେ ଘରେଇ ରହିଛି । ଏମିତିରେ ଆଜି ଆମେ ଆପଣଙ୍କୁ ତାଙ୍କର ବୈବାହିକ ଜୀବନ ସହ ଜଡିତ ଏକ ଆଶ୍ଚର୍ଯ୍ୟ କର ବିଷୟ କହିବୁ । ଯାହା ବିଷୟରେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ବର୍ଷ ୨୦୧୭ରେ ଏକ ଖବର ଆସିଥିଲା କି ସନଥ ଜୟସୂର୍ୟା ନିଜର ତୃତୀୟ ପତ୍ନୀ ମଳିକା ସିରିସେନାଙ୍କ ଆପତ୍ତିଜନକ ଭିଡିଓକୁ ଲିକ କରି ଦେଇ ଥିଲେ । ରିପୋର୍ଟ ଅନୁସାରେ ସେ ନିଜର ତୃତୀୟ ପତ୍ନୀ ମଳିକା ସିରିସେନାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଏହିଭଳି କାମ କରିଥିଲେ । ଆପଣଙ୍କୁ କହିଦେଉଛୁ କି ସନଥ ଜୟସୂର୍ୟା ତିନି ଥର ବିବାହ କରିଛନ୍ତି ଓ ତାଙ୍କର ତିନୋଟି ବିବାହ ହିଁ ଅସଫଳ ରହିଛି ।

ତାଙ୍କର ପ୍ରଥମ ବିବାହ ୧୯୯୮ରେ ଏୟର ଶ୍ରୀଲଙ୍କାର ଗ୍ରାଉଂଡ ହୋସ୍ଟେସ ସୁମୁଦୁ କରୁଣାନାୟକଙ୍କ ସହ କରିଥିଲେ । କିନ୍ତୁ ଏହି ବିବାହ ଏକ ବର୍ଷ ମଧ୍ୟରେ ହିଁ ଭାଙ୍ଗି ଗଲା । ଏହା ପରେ ସନଥ ଜୟସୂର୍ୟା ବର୍ଷ ୨୦୦୦ରେ ଏୟର ହୋସ୍ଟେସ ସଂଦ୍ରା ଡିସିଲ୍ୱାଙ୍କ ସହ ଦ୍ଵିତୀୟ ବିବାହ କରିଲେ । ଏହି ବିବାହରେ ତାଙ୍କୁ ତିନୋଟି ସନ୍ତାନ ହେଲା । ଏହା ପରେ ୨୦୧୨ରେ ସନଥ ଜୟସୂର୍ୟାଙ୍କ ଅଫେୟାର ମଲିକା ସିରିସେନାଙ୍କ ସହ ଆରମ୍ଭ ହେଲା ।

ମଲିକା ସିରିସେନାଙ୍କ ପାଇଁ ସନଥ ଜୟସୂର୍ୟା ନିଜର ଦ୍ଵିତୀୟ ପତ୍ନୀ ସଂଦ୍ରା ଡିସିଲ୍ୱାଙ୍କୁ ବି ଛାଡପତ୍ର ଦେଇ ଦେଲେ । ରିପୋର୍ଟ ଅନୁସାରେ ସନଥ ଜୟସୂର୍ୟା ଓ ମଲିକା ସିରିସେନା ଗୋଟିଏ ମନ୍ଦିରରେ ଲୁଚି କରି ବିବାହ କରିଥିଲେ । ସନଥ ଜୟସୂର୍ୟାଙ୍କ ତୃତୀୟ ପତ୍ନୀ ମଲିକା ସିରିସେନା ଜଣେ ଅଭିନେତ୍ରୀ ଥିଲେ । ଦୁଇ ଜଣ ଫେବ୍ରୁୟାରୀ ୨୦୧୨ରେ ବିବାହ କରିଥିଲେ ।

କିନ୍ତୁ କିଛି ସମୟ ପରେ ମଲିକା ସିରିସେନା ସନଥ ଜୟସୂର୍ୟାଙ୍କ ଛାଡି ଏକ ବିଜନେସମ୍ୟାନ ସହ ବିବାହ କରିଥିଲେ । ଏହା ପରେ ଖବର ଆସିଲା କି ସନଥ ଜୟସୂର୍ୟା ମଲିକା ସିରିସେନାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କର ଆପତ୍ତିଜନକ ଭିଡିଓକୁ ଲିକ କରି ଦେଇ ଥିଲେ ।

ସନଥ ଜୟସୂର୍ୟାଙ୍କ କ୍ୟାରିୟର ବିଷୟରେ କଥାବାର୍ତ୍ତା କରିଲେ, ସେ ଶ୍ରୀଲଙ୍କା ପାଇଁ ୧୧୦ଟି ଟେସ୍ଟ ମ୍ୟାଚରେ ୩୯୭୩ ରନ କରିଛନ୍ତି । ଯେଉଁଥିରେ ୧୪ଟି ଶତକ ସାମିଲ ଅଛି । ୪୪୫ ୱାଣ୍ଡେ ମ୍ୟାଚରେ ଜୟସୂର୍ୟା ବ୍ୟାଟରୁ ୧୩,୪୩୦ ରନ ବାହାରିଛି । ଯେଉଁଥିରେ ସେ ୨୮ଟି ଶତକ ମାରିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରେ ଜୟସୂର୍ୟାଙ୍କ ନାମରେ ୪୪୦ ୱିକେଟ ଦର୍ଜ ଅଛି । ଆପଣଙ୍କୁ କହିଦେଉଛୁ କି ଜୟସୂର୍ୟା ବର୍ଷ ୨୦୧୧ରେ ସନ୍ୟାସ ନେଇଥିଲେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।