ଭଉଣୀର ବିବାହରେ ସାନିଆ ମିର୍ଜା କଲେ ଖୁବ୍ ମସ୍ତି, ବରଯାତ୍ରୀକୁ ଅଟକାଇ ଜିଜାକୁ ମାଗିଲେ ଏତେ ଲକ୍ଷ ଟଙ୍କା

ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କର ଭଉଣୀ ଅନମ ମିର୍ଜାଙ୍କର କିଛି ଦିନ ତଳେ ବିବାହ ହୋଇଥିଲା ଓ ସୋସିଆଲ ମିଡିଆରେ ଏହି ବିବାହର ବହୁତ ଫଟୋ ଭାଇରାଲ ହୋଇଛି । ଅନମ ମିର୍ଜାଙ୍କର ବିବାହ ଭାରତର ପୂର୍ବତମ କ୍ରିକେଟ ଖେଳାଳି ଅଜହରୁଦ୍ଦିନଙ୍କ ପୁଅ ଅସଦୁଦ୍ଧୀନଙ୍କ ସହ କିଛି ଦିନ ପୂର୍ବେ ହୋଇଥିଲା । ଏହି ବିବାହଟି ହାଇଦ୍ରାବାଦର ଯୁଗଲ ଗୃହ ସହରରେ ହୋଇଥିଲା ।

ସାନିଆ ମାଗିଲେ ତିନି ଲକ୍ଷ ଟଙ୍କା

ନିଜର ଜିଜାଙ୍କୁ ସାନିଆ ସଗୁନ ରୂପରେ ମାଗିଲେ ତିନି ଲକ୍ଷ ଟଙ୍କା । ଟଙ୍କା ନ ଦେବାରୁ ସାନିଆ ବରଯାତ୍ରୀକୁ ଆଗକୁ ଯିବାକୁ ଦେଇ ନଥିଲେ । ସେଥିପାଇଁ ସଗୁନ ଥାଳିରେ ବରଯାତ୍ରୀ ତରଫରୁ ୩୦ ହଜାର ଟଙ୍କା ଯାଇଥିଲା । କିନ୍ତୁ ସାନିଆ ନିଜ ଜିଦରେ ଅଟଳ ରହିଲେ ଓ ୩୦ ହଜାର ଟଙ୍କା ନେବାକୁ ମନା କରିଦେଲେ । ବହୁତ ସମୟ ପରେ ପୁଅ ଘର ଅଢେଇ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ, ଏହା ଦ୍ଵାରା ସାନିଆ ନିଜ ଜିଦରୁ ବାହାରି ଧୁମ ଧାମରେ ବରଯାତ୍ରୀର ସ୍ଵାଗତ କରିଥିଲେ ।

ସୋଏବ ମଲିକ ଏହି ବିବାହରେ ଆସିନଥିଲେ

ସାନିଆଙ୍କର ଛୋଟ ଭଉଣୀର ବିବାହରେ କ୍ରିକେଟ, ଫିଲ୍ମ ଓ ଟେନିସ ଜଗତର ବହୁତ ଲୋକ ଆସିଥିଲେ । ସାନିଆ ନିଜର ଭଉଣୀ ବିବାହରେ ବହୁତ ସୁନ୍ଦର ପୋଷାକ ପିନ୍ଧିଥିଲେ । ସାନିଆ ତାଙ୍କର ପୁଅ ସହ ବହୁତ ଫଟୋ କ୍ଲିକ କରିଛନ୍ତି । କିନ୍ତୁ ଏହି ବିବାହରେ ସାନିଆଙ୍କର ସ୍ଵାମୀ ଆସି ନଥିଲେ । କାରଣ ସେ ଖେଳ ନିମନ୍ତେ ବାଂଲାଦେଶ ଯାଇଥିଲେ ।

ଭଉଣୀର ବିବାହରେ କରିଲେ ସାନିଆ ବହୁତ ମସ୍ତି

ସାନିଆ ମିର୍ଜା ନିଜ ଭଉଣୀର ବିବାହରେ ବହୁତ ମସ୍ତି ଓ ଏନଜୟ କରିବାର ନଜର ଆସିଥିଲେ । ବିବାହ ଫଟୋରେ ସାନିଆ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସାନିଆ ମିର୍ଜା ଜଣେ ପ୍ରସିଦ୍ଧ ଟେନିସ ଖେଳାଳି ଅଟନ୍ତି । ଭାରତ ସରକାରଙ୍କ ଦ୍ଵାରା ତାଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ରାଜୀବ ଗାନ୍ଧୀ ଖେଳ ରତ୍ନ ଆଦି ଆୱାର୍ଡ ରେ ସମ୍ମାନିତ କରାଯାଇଛି ।