ଡିଭୋର୍ସ ପରେ ଏକୁଟିଆ ହିଁ ଜୀବନର ସବୁ ମଜା ଲୁଟୁଛନ୍ତି TV ର ଏହି 5 ଜଣ ହିରୋଇନ

ବାହାଘର ପରେ ଛାଡପତ୍ର ଦେବା ବର୍ତ୍ତମାନ ସମୟରେ ସାଧାରଣ ହୋଇଯାଇଛି । ଏମିତି କିଛି ଅଭିନେତ୍ରୀ ମାନେ ନିଜର ଛାଡପତ୍ର ପରେ ସେମାନେ ନିଜର ଅଭିନୟ କ୍ୟାରୀୟରକୁ ବହୁତ ଭଲ ଭାବରେ ସମ୍ଭାଳୁଛନ୍ତି । ଆଜି ଆମେ ଛାଡପତ୍ର ହେଇ ସାରିଥିବା କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ।

ଜେନିଫର ୱିଙ୍ଗେଟ

ଜେନିଫର ୱିଙ୍ଗେଟ କସୋଟି ଜିନ୍ଦେଗି କି , ଦିଲ ମିଲଗୟେ , ସରସ୍ୱତୀ ଚନ୍ଦ୍ର , ବେହଦ ଏବଂ ବେପନହାଁ ଭଳି ବହୁତ ଫେମସ ସୋ ରେ କାମ କରିସାରିଥିବା ଏହି ଅଭନେତ୍ରୀ ଲୋକମାନଙ୍କର ବହୁତ ପ୍ରିୟ ହୋଇସାରିଛନ୍ତି । ସେ ଟିଭି ସୋ ରେ କାମ କରୁଥିବା ଅଭିନେତ୍ରୀ ମାନଙ୍କ ଠାରୁ ବହୁତ ଅଧିକ ଫିସ ନେଇଥାଆନ୍ତି ।

ସେ ୨୦୧୨ ମସିହାରେ ଆକ୍ଟର କରନ ସିଂହ ଗ୍ରୋବରଙ୍କ ସହ ବାହା ହୋଇଥିଲେ । କିନ୍ତୁ ସେମାନେ ଦୁଇ ବର୍ଷ ପରେ ଉଭୟ ଉଭୟଙ୍କୁ ଛାଡପତ୍ର ଦେଇଥିଲେ । ଏହା ପରେ କରନ ସିଂହ ଗ୍ରୋବର ବିପାସା ବସୁଙ୍କ ସହିତ ବିବାହ କରିସାରିଛନ୍ତି । କିନ୍ତୁ ଜେନିଫର ଏବେ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ସେ ଟିଭି ବ୍ୟତୀତ ବଲିଉଡରେ ମଧ୍ୟ କାମ କରିଛନ୍ତି ।

ଶ୍ୱେତା ତିଵାରୀ

ଶ୍ୱେତା ତିଵାରୀ ଜଣେ ଟିଭିର ବେଶ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିବା ବେଳେ ପରିବାରର ବହୁତ ବିରୋଧ ପରେ ବି ସେ ସାଉଥ ଫିଲ୍ମ ଅଭିନେତା ଓ ଫିଲ୍ମର ପ୍ରଡ୍ୟୁସର ରାଜା ଚୌଧୁରୀ ଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ତାଙ୍କର ଏହି ସମ୍ପର୍କ ବେସିଦିନ ରହିପାରିଲା ନାହିଁ । ଘରୋଇ ହିଂସା କାରଣରୁ ଶ୍ୱେତା ରାଜାଙ୍କ ଠାରୁ ୨୦୧୨ ମସିହାରେ ଛାଡପତ୍ର ନେଇଥିଲେ । ଏହା ପରେ ସେ ଅଭିନେତା ଅଭିନବ କୋହଲି ଙ୍କ ସହିତ ବିବାହ କରିଥିଲେ , କିନ୍ତୁ ସେ ଅଭିନବ ଙ୍କ ଠାରୁ ୨୦୧୯ ମସିହାରେ ମଧ୍ୟ ଛାଡପତ୍ର ଦେଇଦେଲେ । ଏବେ ଶ୍ୱେତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଏବେ ତାଙ୍କ ଜୀବନ ତାଙ୍କ ପୁଅ ଓ ଝିଅଙ୍କ ସହିତ ଖୁସିରେ ବିତାଉଛନ୍ତି ।

ଦଲଜିତ କୌର

ଦଲଜିତ କୌର ଇସ ପ୍ୟାର କୋ କ୍ୟା ନାଁମ ଦୁ ସିରିଏଲରେ ଲୋକପ୍ରିୟ ହୋଇଥିବା ଏହି ଅଭନେତ୍ରୀ । ଗୁଡ଼ନ ତୁମସେ ନାଁ ହୋ ପଏଗା ସିରିଏଲରେ ଲୋକମାନଙ୍କ ହୃଦୟ ଜିଣୁଛନ୍ତି । ସେ ୨୦୦୯ ମସିହାରେ ଅଭିନେତା ଶାଲିନ ଭାନୁତଙ୍କ ସହିତ ବିବାହ କରିଥିଲେ । କିନ୍ତୁ ବିବାହର ୫ ବର୍ଷ ପରେ ସେମାନେ ନିଜ ଭିତରେ କଳହ ଯୋଗୁ ଛାଡପତ୍ର ଦେଇଥିଲେ । ଏବେ ସେମାନେ ଅଲଗା ଅଲଗା ଜୀବନ ବଞ୍ଚୁଛନ୍ତି ।

ଉର୍ବଶୀ ଢୋଲକିୟା

ଉର୍ବଶୀ ଢୋଲକିୟା ବର୍ତ୍ତମାନ କସୋଟି ଜିନ୍ଦେଗି ର ସିରିଏଲରେ ଏକ ମୁଖ୍ୟ ଭୂମିକାରେ ଆଭିନୟ କରୁଛନ୍ତି । ସେ ମାତ୍ର ୧୬ ବର୍ଷ ବୟସରେ ପ୍ରେମ ବିବାହ କରିଥିଲେ ଓ ସେ ୧୭ ବର୍ଷ ବୟସରେ ଦୁଇଟି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ ସେ ତାଙ୍କର ବିବାହର କେବଳ ୨ ବର୍ଷ ପରେ ଛାଡପତ୍ର ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ନାମ ଏପର୍ଯ୍ୟନ୍ତ କାହାକୁ କହିନାହାଁନ୍ତି । ଏହା ପରେ ସେ ଆଉ ବିବାହ କରିନାହାନ୍ତି ଓ ତାଙ୍କ ଦୁଇଟି ପିଲାଙ୍କ ସହ ଖୁସିରେ ଜୀବନ କାଟୁଛନ୍ତି ।

ରଶ୍ମି ଦେଶାଇ

ରଶ୍ମି ଦେଶାଇ ସିରିଏଲ ଉତରନ ରେ ତପସ୍ୟା ଠାକୁର ଙ୍କ ନାମରେ ରାତାରାତି ଲୋକପ୍ରିୟ ହୋଇଯାଇଥିଲେ । ସେ ୨୦୧୨ ମସିହାରେ ଟିଭି ଆକ୍ଟର ନନ୍ଦେଶ ସନ୍ଧୁଙ୍କ ଶହିତ ବିବାହ କରିଥିଲେ । ସେ ଦୁହେଁଙ୍କର ପ୍ରେମ ବିବାହ ଥିଲା । ଏମାନେ ସିରିଏଲ ଉତରଣ ସମୟରେ ପ୍ରେମ କରିଥିଲେ । ବିବାଘରର ୪ ବର୍ଷ ପରେ ସେମାନେ ଛାଡପତ୍ର ଦେଇଥିଲେ । ଏମାନେ ପୁଣି ୨୦୧୫ରେ ଉଭୟ ପୁନର୍ବାର ରହିବାକୁ ନିଷ୍ପତ୍ତି ନେଇଥିଲେ ।

ଏମାନେ  ଖତରୋଂ କେ ଖିଲାଡି ସିଜିନ ୬ ରେ ଉଭୟ ନଜରରେ ଆସିଥିଲେ । କିନ୍ତୁ ପୁଣି ନନ୍ଦେଶ ରଶ୍ମିଙ୍କୁ ଧୋକା ଦେଇଥିଲେ । ରଶ୍ମି କହିଥିଲେ ଯେ , ନନ୍ଦେଶ ଙ୍କର ବହୁତ ଝିଅଙ୍କ ସହିତ ସମ୍ପର୍କ ଅଛି । ତେଣୁ ରଶ୍ମି ୨୦୧୫ ମସିହାରେ ନନ୍ଦେଶଙ୍କ ଠାରୁ ଛାଡପତ୍ର ନେଇଯାଇଥିଲେ । ସେ ଏପର୍ଯ୍ୟନ୍ତ ଆଉ ବିବାହ କରି ନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।